ହେଡଲାଇନସ୍:

ସରକାର ବ୍ରେନ ହେଲେ ଏ ଡ଼ାକ୍ତର ସୁପର ବ୍ରେନ, ଇଏ ଡାଳେ ଡାଳେ ଗଲେ ସିଏ ପତରେ ପତରେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 


ପିଆରଏମ ସରକାରୀ  ମେଡ଼ିକାଲ କଲେଜରେ ଡ଼ାକ୍ତରଙ୍କ ବାଇଓ ମେଟ୍ରିକ ହାଜିରା ଜାଲିଆତି ଅଭିଯୋଗ, ଶୋ କଜ ଜାରି

ବାରିପଦା(ଅରବିନ୍ଦ ଦାସ )- ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଦୁର୍ନୀତି ଓ ଜାଲିଆତିରେ ଲଗାମ ଭିଡ଼ିବା ନିମନ୍ତେ ସରକାର ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ପଦ୍ଧତି କାର୍ଯ୍ୟକାରୀ କରୁଥିବା ବେଳେ ସରକାରୀ କର୍ମଚାରୀମାନେ ସରକାରଙ୍କଠାରୁ ଦୁଇପାଦ ଆଗରେ ରହିଥିବାର ପରିଲକ୍ଷିତ ହୋଇଛି । କିନ୍ତୁ, ଏମାନଙ୍କ ନିମନ୍ତେ ସବୁଦିନ ଚାନ୍ଦିନି ରାତି ଆସିନଥାଏ, ଦିନେ ନା ଦିନେ ଧରାପଡ଼ି ଯାଇଥାନ୍ତି । ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲରେ କାର୍ଯ୍ୟରତ ସରକାରୀ ଡ଼ାକ୍ତରଙ୍କ ମଧ୍ୟରୁ ଦୁଇ ଜଣ ଡ଼ାକ୍ତର  ଅତ୍ୟାଧୁନିକ ବାଇଓ ମେଟ୍ରିକ ହାଜିରା ଦେବାରେ ଜାଲିଆତି ଓ ଦୁର୍ନିତି ଦୁର୍ନୀତି ଘଟଣା ଏବେ ଜିଲ୍ଲାରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଯାଇଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ବାରିପଦା ପିଆରଏମ୍ ମେଡ଼ିକାଲ କଲେଜରେ ଅର୍ଥୋପେଡ଼ିକ୍ ବିଭାଗରେ କାର୍ଯ୍ୟରତ ସହକାରୀ ପ୍ରଫେସର ଅଜିତ ନାୟକ  ହସପିଟାଲରେ ଅନୁପସ୍ଥିତ ଥାଇ କନିଷ୍ଠ  ଡ଼ାକ୍ତର ଡ଼ା. ସୌମ୍ୟ ରଞ୍ଜନ ସାହୁଙ୍କ ଦ୍ୱାରା ଜାଲିଆତି କରି ବାଇଓ-ମେଟ୍ରକରେ ଏକ ସଫଟ ଗ୍ଲୋଭସ୍ ବ୍ୟବହାର ମାଧ୍ୟମରେ ନିଜର ଉପସ୍ଥାନ ପକାଉଥିବା ଥିବା ସମୟରେ ସିସି ଟିଭି ଫୁଟେଜରେ ଧରାପଡ଼ି ଚର୍ଚ୍ଚା ପରିସରକୁ ଆସିଯାଇଛନ୍ତ । ହସପିଟାଲରେ ଡ଼ାକ୍ତରମାନଙ୍କ ଅନୁପସ୍ଥିତିକୁ ନେଇ ବିଭିନ୍ନ ସମୟରେ ଅଧ୍ୟକ୍ଷ ପ୍ରଫେସର ଡ଼ା. ରମାରମଣ ମହାନ୍ତି ଓ ସୁପାରିଟେଣ୍ଡେଣ୍ଟ ଡ଼ା. ବୈକୁଣ୍ଠ ନାଥ ଦାସଙ୍କ ନିକଟରେ ଅଭିଯୋଗ ଆସିୁଥିଲା । ହସପିଟାଲ ଅଧ୍ୟକ୍ଷ ପ୍ରଫେସର ଶ୍ରୀମହାନ୍ତି ଡ଼ାକ୍ତରମାନଙ୍କ ଉପସ୍ଥାନ ଯାଞ୍ଚ କରିବା ପରେ ଡ଼ାକ୍ତରମାନେ ଉପସ୍ଥିତ ରହୁଥିବାର ଜଣାପଡ଼ିଥିଲା । ଫଳରେ ମନରେ ସନେ୍ଦହ ହେବାରୁ ଜୁଲାଇ ୧୫ରେ ସିସିଟିଭି ଲଗାଇ ଡ଼ାକ୍ତରମାନଙ୍କ ଉପସ୍ଥାନ ଦେବାର ଫୁଟେଜକୁ ଯାଞ୍ଚ କରିବା ସମୟରେ କାର୍ଡିଓଲୋଜି  ବିଭାଗର ସହକାରୀ ପ୍ରଫେସର ଡ଼ାକ୍ତର ଅଜିତ କୁମାର ନାୟକଙ୍କ ଉପସ୍ଥାନକୁ ଉକ୍ତ ବିଭାଗର କନିଷ୍ଠ  ଡ଼ାକ୍ତର  ଡ଼ା. ସୌମ୍ୟ ରଞ୍ଜନ ସାହୁ ପକାଉଥିବାର ଧରାପଡ଼ିଥିଲା । ଦୁର୍ନୀତି ଓ ଜାଲିଆତି କରିବା ଏବଂ ଏଥିରେ ସହାୟତା କରୁଥିବା ବ୍ୟକ୍ତି ଉଭୟ ସମାନ ପରିମାଣରେ ଦୋଷୀ ହୋଇଥିବାରୁ ହସପିଟାଲର ଅଧ୍ୟକ୍ଷ ପ୍ରଫେସର ମହାନ୍ତି ଉପସ୍ଥାନରେ ଜାଲିଆତି କରିଥିବା ଏବଂ ଏଥିରେ ସହାୟତା ପ୍ରଦାନ କରିଥିବା ଅଭିଯୋଗରେ କାଡର଼୍ିଓଲୋଜି ବିଭାଗର ସହକାରୀ ପ୍ରଫେସର ଡ଼ା. ନାୟକ ଓ ସହାୟତା କରିଥିବା କନିଷ୍ଠ  ଡ଼ାକ୍ତର  ଡ଼ା. ସାହୁଙ୍କୁ ସୋକଜ ନୋଟିସ ଜାରି କରିଥିବାର ଜଣାପଡ଼ିଛି । ସେହିପରି ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ନଜରକୁ ଘଟଣା ଆସିଥିବାରୁ ଏହା ଉପରେ ବିହିତ ପଦକ୍ଷେପ ନେବାକୁ ଯାଉଥିବାର ସୂଚନା ମିଳିଛି । ପ୍ରକାଶ ଥାଉକି, କାର୍ଡିଓଲୋଜି  ବିଭାଗର ସହକାରୀ ପ୍ରଫେସର ପିଆରଏମ ମେଡ଼ିକାଲ କଲେଜରେ ଜାଲିଆତି କରି ଉପସ୍ଥାନ ପକାଇ ରୋଗୀ ଓ ହସପିଟାଲକୁ ଠକାଇ କଟକ ଆଦି ବିଭିନ୍ନ ସ୍ଥାନରେ ଘରୋଇ ଚିକିତ୍ସା ଚଳାଇ ଆସୁଥିବା ବିଷୟକୁ ନେଇ ଅଭିଯୋଗ ହେଉଛି । ତେଣୁ, ଏହା ଉପରେ ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଜନସାଧାରଣରେ ଦାବି ହେଉଛି ।

0
0
0
s2sdefault