ହେଡଲାଇନସ୍:

ମାନ୍ୟବର ଟିକେ ହେରି ଦେଖ : ଏଇଟା ଆମ ସ୍କୁଲ, ଏଇଠି ଆମେ ପଢ଼ୁଛୁ ଆଉ ଆମେ ବି ବଢ଼ୁଛୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 


ଗୋଲିଆ ନର୍ଦମା ପାଣି କବଜାରେ ପିଲାଙ୍କ ଭବିଷ୍ୟତ ।

ପଦ୍ମପୁର/ନୀଲାମ୍ବର ଦୀପ-ପିଲାଙ୍କ ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ତଥା ଗୁଣାତ୍ମକ ଶିକ୍ଷାପାଇଁ ଉପଯୁକ୍ତ ପରିବେଶରେ ବିଦ୍ୟାଳୟ ମାନ କରିଛନ୍ତି । ରାଜ୍ୟର ଅଧିକାଂଶ ଛାତ୍ରଛାତ୍ରୀ ଏହି  ଯୋଜନା ମାଧ୍ୟମରେ ଗୁଣାତ୍ମକ ଶିକ୍ଷାର ଲାଭ ନେଉଛନ୍ତି କିନ୍ତୁ  କିଛି ବିଦ୍ୟାଳୟର ଭିତିଭୂମିର ଅଭାବ ଯୋଗୁଁ ଶିକ୍ଷାଗ୍ରହଣରେ ବାଧା ଉପୁଜୁଛି  ।ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଲିଛି ପଦ୍ମପୁର ସହରର ଲାଲବାହାଦୁର ଶାସ୍ତ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।
                          ପଦ୍ମପୁର ସହରର ୱାର୍ଡ ନମ୍ବର ୦୬ ରେ ୧୯୬୮ ମସିହାରେ ପ୍ରତିଷ୍ଠା  ହୋଇଥିଲା ଲାଲବାହାଦୁର ଶାସ୍ତ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ  । ଏହି ବିଦ୍ୟାଳୟର ଗୁଣାତ୍ମକ ଶିକ୍ଷା ଯୋଗୁଁ ଏହି ବିଦ୍ୟାଳୟ ୧୯୯୫ ଉପଖଣ୍ଡ ସ୍ଥରରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ଓ ଜିଲ୍ଲା ସ୍ଥରରେ ପ୍ରଥମ ସ୍ଥାନ ଗ୍ରହଣ କରି ୨୦୧୧ ମସିହାରେ ତତକାଲିନ ଶିକ୍ଷା ସଚିବ ଅପରାଜିତା ଷଢଙ୍ଗୀ ଙ୍କ ଦ୍ୱାରା ଓ ୨୦୧୫ ମସିହାରେ ତତକାଲୀନ ଶିକ୍ଷା ସଚିବ ଉଷା ପାଢୀଙ୍କ ଦ୍ୱାରା ପୁରଷ୍କୃତ ହୋଇଛି  । ଲାଲବାହାଦୁର ଶାସ୍ତ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗୁଣାତ୍ମକ ଶିକ୍ଷା ଯୋଗୁଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ପଦ୍ମପୁର ସହର ତଥା ଆଖପାଖ ଅଂଚଳର ୪୦୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି  । କିନ୍ତୁ ବର୍ତମାନ ସମୟରେ ଏହି ବିଦ୍ୟାଳୟର ଭିତିଭୂମିର ଦୟନୀୟ ଅବସ୍ଥା ଯୋଗୁଁ ଏଠି ପଢୁଥିବା ଛାତ୍ରଛାତ୍ରୀ ବହୁ ସମସ୍ୟାର ସମ୍ମୁଖିନ ହେଇଛନ୍ତି ଏବଂ ଅବିଭାବକ ମାନେ ମଧ୍ୟ ନିଜ ପିଲାଙ୍କୁ ଏହି ବିଦ୍ୟାଳୟରେ ପାଠ ପଢାଇବା ପାଇଁ ମୁହଁ ଫେରାଇ ନେଉଛନ୍ତି  । ଏହି ବିଦ୍ୟାଳୟର ଅଧିକାଂଶ ଶ୍ରେଣୀଗୃହ ଗୁଡିକ ବହୁ ପୁରାତନ ହୋଇଥିବାରୁ ଛାତରୁ ଅତଡା ଖସିବାରେ ଲାଗିଲାଣି ,ଫଳରେ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ରହୁଛି  । ବିଦ୍ୟାଳୟ ଏକ ଗାଢୁଆ ଜାଗାରେ ଅବସ୍ଥିତ  । ବିଗତ ଛଅ ସାତ ବର୍ଷ ହେବ ବର୍ଷା ସମୟରେ ଅସରାଏ ବର୍ଷା ହେଲା ମାତ୍ରେ ସହରର ଡ୍ରେନର ପାଣି ଓ ବର୍ଷାପାଣି ବିଦ୍ୟାଳୟ ପରିସର ଓ ଶ୍ରେଣୀ ଗୃହକୁ   ପଶିଯାଉଛି  । ଏହି ପାଣି ଦୀର୍ଘ ଦିନ ଧରି ଜମି ରହୁଛ , ଯାହା ଫଳରେ ପିଲାଙ୍କ ପାଠପଢାରେ ବାଧା ଉପଜୁଛି  । ଅଧିକାଂଶ ଶ୍ରେଣୀଗୃହ ଗୁଡିକରେ ପାଣି ଜମି ରହୁଥିବାରୁ ଛାତ୍ରଛାତ୍ରୀ ମାନେ ଠିକ ଥିବା ଗୋଟିଏ କୋଠରୀ ମଧ୍ୟରେ ପ୍ରାର୍ଥନା କରିବା ସହିତ ଅଧ୍ୟୟନ ମଧ୍ୟ କରିଥାନ୍ତି  । ଏପରି ଅପରିତ୍ୟକ୍ତ ପରିବେଶରେ ପାଠ ପଢିବା ଦ୍ୱାରା ପଢିବାରେ ବାଧା ସୃଷ୍ଟି ହେବା ସହ ପିଲାମାନେ ବିଭିନ୍ନ ସଂକ୍ରମିତ ରୋଗର ଶିକାର  ହେଉଛନ୍ତି  । ଏପରି ଅବ୍ୟବସ୍ଥା ଯୋଗୁଁ ଅବିଭାବକ ମାନଙ୍କ ମହଳରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଏହି ଅବ୍ୟବସ୍ଥା ଏବେ ମୁଣ୍ଡ ବ୍ୟଥାର କାରଣ ସାଜିଥିବା ଅବିଭାବକ ମାନେ ପ୍ରକାଶ କରିଛନ୍ତି  ।
                      ଏହି ଅବ୍ୟବସ୍ଥାକୁ ଆଖି ଆଗରେ ରଖି ବର୍ଷା ସମୟରେ ବିଦ୍ୟାଳୟ ପକ୍ଷରୁ ୬ଷ୍ଠ ରୁ ଅଷ୍ଟମ ଶ୍ରେଣିର ଛାତ୍ରଛାତ୍ରୀଙ୍କ ପାଇଁ ବେଚଂ ଡେକ୍ସ ର ବ୍ୟବସ୍ଥା କରାଯାଇଥିବା ବେଲେ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ଉପର ମହଳରେ ଥିବା କୋଠା ଗୁଡିକରେ ଅଧ୍ୟୟନର ବ୍ୟବସ୍ଥା କରାଯାଇଛି  । ବିଜ୍ଞାପିତ ଅଂଚଳ ପରିଷଦ ପଦ୍ମପୁରଙ୍କ ସହାୟତାରେ ପମ୍ପ ଯୋଗେ ବିଦ୍ୟାଳୟ ପରିସର ତଥା ଶ୍ରେଣୀଗୃହରୁ ପାଣି ନିଷ୍କାସନ କରାଯାଇଥାଏ ଓ ଶ୍ରେଣୀଗୃହ ସୁଖିବା ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତି  । ଏହି ସମସ୍ତ ଅବ୍ୟବସ୍ଥା ବିଷୟରେ ଲାଲବାହାଦୁର ଶାସ୍ତ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି ତଥା ପ୍ରଧାନ ଶିକ୍ଷକ ବାରମ୍ବାର ଲିଖିତ ଭାବରେ ବ୍ଳକ ଶିକ୍ଷାଧିକାରୀ,ଉପଜିଲ୍ଲାପାଳ ପଦ୍ମପୁର,ଜିଲ୍ଲାପାଳ ବରଗଡ ତଥା  ଅନ୍ୟାନ୍ୟ ଉଚ୍ଚପଦାଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଦିର୍ଘଦୀନ ବିତି ଯାଇଥିଲେ ମଧ୍ୟ କୌଣସି ସ୍ଥାୟୀ ପ୍ରତିକାର କରାଯାଇ ନ ଥିବା ବିଦ୍ୟାଳୟର ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ନାଥ ପ୍ରକାଶ କରିଛନ୍ତି  ।                        
                       ଦେଶର ଭବିଷ୍ୟତ କୁହାଯାଉଥିବା ଛୋଟଛୋଟ ପିଲାଙ୍କ ଭବିଷ୍ୟତ ଏବେ ଗୋଲିଆ ନର୍ଦମା ପାଣିରେ ମିଲେଇ ଯିବାକୁ ଲାଗିଲାଣି  । ଦେଖିବାକୁ ବାକି ରହିଲା ପ୍ରଶାସନ ଏହି ପୂରାତନ ଲାଲବାହାଦୁର ଶାସ୍ତ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତକୁ ଗୋଲିଆ ନର୍ଦମା ପାଣିରୁ କାଢିବା ପାଇଁ କଣ ସ୍ଥାୟୀ ପଦକ୍ଷେପ ନେଉଛନ୍ତି  ।

0
0
0
s2sdefault