ହେଡଲାଇନସ୍:

ବରଗଡ ରେଳ ଉପଭୋକ୍ତା ସଂଘର ବାର୍ଷିକ ଅଧିବେଶନ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 


ବରଗଡ : ବରଗଡ ଜିଲ୍ଲା ରେଳ ଉପଭୋକ୍ତା ସଂଘର ବାର୍ଷିକ ସାଧାରଣ ସଭା  ମିଳନ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ସଦସ୍ୟ ନିର୍ମଳ କର ଓ ସାଥୀଙ୍କ ଦ୍ୱାରା ଆବାହନୀ ସଙ୍ଗୀତରେ ଗଣେଶ ବନ୍ଦନା ପରିବେଷଣ କଲାପରେ ସଭାପତି ପ୍ରଦୀପ ଦେବତା ଏହି ସଂଘ ଗଠନର ଉଦ୍ଦେଶ୍ୟ ଓ ଏହାର କାର୍ଯ୍ୟପନ୍ଥା ସମ୍ପର୍କରେ ସମ୍ୟକ ସୂଚନା ଦେବା ସହ ନୂତନ ଭାବେ ଯୋଗ ଦେଇଥିବା ସଦସ୍ୟମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସମ୍ପାଦକ କମଳ ଯୋଷୀ ୨୦୧୧ ଶିବରାତ୍ରୀରୁ ଆରମ୍ଭ କରି ଶ୍ରାବଣର ଦ୍ୱିତୀୟ ସୋମବାର ପର୍ଯ୍ୟନ୍ତ ଚାଲିଆସିଥିବା ଯାତ୍ରାର ବିବରଣୀ ପ୍ତଦାନ କରିଥିଲେ। ଗତ ଆଠବର୍ଷ ମଧ୍ୟରେ ସଂଘଦ୍ୱାରା କରାଯାଇଥିବା ବିଭିନ୍ନ କାର୍ଯ୍ୟବିଷୟରେ ଆଲୋକପାତ କରିଥିଲେ। ସଭାପତି ସଂଘର କାର୍ଯ୍ୟକାଳ ସରିଯାଇଥିବାରୁ ଏହାକୁ ଭଙ୍ଗ କରି ନୂତନ କର୍ମକର୍ତ୍ତା ନିର୍ବାଚନ ଘୋଷଣା ପରେ ସମସ୍ତ ସଦସ୍ୟ ବର୍ତ୍ତମାନର ଟିମ ସୁଚାରୁ ରୂପେ କାର୍ଯ୍ୟ କରୁଥିବାରୁ ଏଥିରେ କୌଣସି ପରିବର୍ତ୍ତନ ନ କରିବାକୁ ଅନୁରୋଧ କରିଥିଲେ। କେବଳ ଉପଦେଷ୍ଟାମଣ୍ଧଳୀରେ ପରିବର୍ତ୍ତନ କରାଗଲା। ପରେ ସଦସ୍ୟମାନେ ନିଜ ନିଜ ମତାମତ ତଥା ପ୍ରସ୍ତାବ ଦେବା ସହ ସେ ବିଷୟରେ ଆଲୋଚନା ହୋଇଥିଲା। ସଭାପତି ପଦରେ ପୁନଃ ଅବସ୍ଥାପିତ ହେବାପରେ  ପ୍ରଦୀପ ଦେବତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାପତି ଶ୍ରୀ ଦେବତା ଆଗାମୀ ଦିନରେ ଭୁବନେଶ୍ୱରକୁ ସକାଳ ଟ୍ରେନ ଓ ଦିଲ୍ଲୀକୁ ବରଗଡ ଦେଇ ଟ୍ରେନ ଚଳାଚଳପାଇଁ ଜୋରଦାର ସଂଗ୍ରାମ କରିବାକୁ ସୂଚନା ଦେଇଥିଲେ। ବରଗଡ ସାଂସଦ ଶ୍ରୀ ସୁରେଶ ପୂଜାରୀ ଲୋକସଭାରେ ଏଠାରେ ରେଳସେବାରେ ଉନ୍ନତି ପାଇଁ ଦାବି ଜଣାଇଛନ୍ତି, ତେଣୁ ତାଙ୍କ ସହ ସାକ୍ଷାତକରି ଏ ସମ୍ବନ୍ଧରେ ଆଲୋଚନା କଲାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ନିସ୍ପତ୍ତି ନିଆଗଲା। ସହରର ବିଭିନ୍ନ ସମସ୍ୟା ଉପରେ ମଧ୍ୟ ଜିଲ୍ଲାପାଳଙ୍କ ସହ ଭେଟି ଆଲୋଚନା କରି ଏହାର ନିରାକରଣ ପାଇଁ ଉଦ୍ୟମ କରାଯିବ। ଶେଷରେ ଉପସଭାପତି ସର୍ଦ୍ଦାର ପ୍ରିତମ ସିଂହ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ। ସଭାର ବିରତି ମଧ୍ୟରେ ନିର୍ମଳ କର ଓ ସାଥୀମାନଙ୍କ ସଙ୍ଗୀତ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି କୃଷ୍ଣ ଵନ୍ଦ୍ର ପଣ୍ଡା ଓ ଇନ୍ଦିରା ମହାନ୍ତି, ଯୁଗ୍ମ ସମ୍ପାଦକ କିଶୋର କୁମାର ରଥ, କୋଷାଧ୍ୟକ୍ଷ ଅଭିଜିତ ପ୍ରତିହାର ତଥା ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ନିର୍ମଳ କର, ଲକି ମିରୱାନୀ, ତୁଳସୀ ଚରଣ ଦାଶ, ସତ୍ୟନାରାୟଣ ପଣ୍ଡା, ଦୀପକ ରେଖାନୀ, ରାମକୃଷ୍ଣ ମେହେର, ସି.ଏମ୍.ରାଓ, ଦିପ୍ତିମୟୀ ମିଶ୍ର, ବିଷ୍ଣୁ ଧାନୁକା ଓ ମହମ୍ମଦ ଅସଲମ ଅଂଶଗ୍ରହଣ କରିଥିଲେ। ଏହା ବ୍ୟତୀତ, ଅନ୍ୟାନ୍ୟ ସଦସ୍ୟ ଭାରତ ଭୂଷଣ ଦାଶ, ଆନନ୍ଦ ମିଶ୍ର, ହରେକୃଷ୍ଣ ସାହୁ, ମଳୟ ମହାନ୍ତି, ନବକୃଷ୍ଣ ମିଶ୍ର, ସୁକାନ୍ତ ମିଶ୍ର, ପ୍ରତାପ ନାୟକ, ସରୋଜ ଷଡଙ୍ଗୀ, ସଞ୍ଜୟ ମେହେର, ବିନୟ ବାରିକ, ଅଜୟ ବାଦୀ, ନନ୍ଦନ ମହାନନ୍ଦ, ମହମ୍ମଦ ସଲିମ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault