ହେଡଲାଇନସ୍:

ଶତ ପ୍ରତିଶତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ "କାଳିଆ": ଅରୁଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

୫"ଟି' ସୂତ୍ରକୁ ଆପଣେଇ ଏକ ନିର୍ଭୁଲ ତାଲିକା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ

ନିର୍ଭୁଲ ତାଲିକା ପ୍ରସ୍ତୁତି ଦିଗରେ ସଂପୃକ୍ତ ଅଧିକାରୀ ଉତ୍ତରଦାୟୀ ରହିବେ
ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖି ପ୍ରକୃତ ହିତାଧିକାରୀ ଚିହ୍ନଟ କରାଯିବ
ବାଦ ପଡିବେ ସାମିଲ ହୋଇଥିବା ଅଯୋଗ୍ୟ ହିତାଧିକାରୀ 

ଭୁବନେଶ୍ୱର,(ଶାସକ ପ୍ରଶାସକ) : କାଳିଆ ଯୋଜନାରେ ଶତ ପ୍ରତିଶତ ଯୋଗ୍ୟ  ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯିବା କେହି ଜଣେ ଯୋଗ୍ୟ  ହିତାଧିକାରୀ କାଳିଆ ଯୋଜନାରେ ଦିଆଯାଉଥିବା ସହାୟତାରୁ ବଂଚିତ ହେବେ ନାହିଁ | ଏହା ସହିତ  ପ୍ରସ୍ତୁତ ତାଲିକାରେ ଯଦି  କେହି ଯୋଗ୍ୟ ବିବେଚିତ ହେଉନଥିବା ହିତାଧିକାରୀ ଥିବେ ତେବେ ଯାଞ୍ଚ  କରାଯାଇ ସେମାନଙ୍କୁ ବାଦ ଦିଆଥିବ | ଏଥି ପାଇଁ ସଂଶୋଧନ  ପ୍ରକ୍ରିୟା ଆରମ୍ଭ କରାଯାଇଛି  ବୋଲି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି |
ଆଜି ପୂର୍ବାହ୍ନରେ କୃଷି ଭବନଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ଏକ କର୍ମଶାଳାରେ ଯୋଗ ଦେଇ ମନ୍ତ୍ରୀ ଡ. ସାହୁ ହିତାଧିକାରୀ ଚୟନ ଦାୟିତ୍ୱରେ ଥିବା ଅଧିକାରୀମାନେ ଏ ଦିଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ୫"ଟି' ସୂତ୍ରକୁ ଆପଣେଇ ଏକ ନିର୍ଭୁଲ ତାଲିକା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲୋ ସଂଶୋଧିତ  ତାଲିକା ପ୍ରକାଶ ପାଇବା ପରେ ହାଡ଼ି କୌଣସି ତ୍ରୁଟିବିଚ୍ୟୁତି ପରିଲକ୍ଷିତ ହୁଏ ତେବେ ସେଥି ପାଇଁ ସଂ ପୃକ୍ତ ଅଧିକାରୀ ଉତ୍ତରଦାୟୀ ରହିବେ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲୋ ଓଡ଼ିଶାର କ୍ଷୁଦ୍ର ଓ ନାମମାତ୍ର ଏବଂ ଭୂମିହୀନ ଚାଷୀମାନଙ୍କୁ ଚାଷକାର୍ଯ୍ୟ  ନିମନ୍ତେ ସିଧାସଳଖ ସହାୟତା ଯୋଗାଇ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଐତିହାସିକ ନିଷ୍ପତ୍ତି କାଳିଆ ହୋହାନାରେ ହିତାଧୀକାରୀ ଚୟନ କରିବା ଏକ ବଡ଼ ଆହ୍ୱାନ ଥିଲାା ଏ ପର୍ଯ୍ୟନ୍ତ ସରକାର ୩୬.୩୪ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ୧୪.୭୦ ଲକ୍ଷ ଭୂମିହୀନ କୃଷି ପରିବାର, ଏହି ପରି ମୋଟ ୫୧,୦୫,୨୯୦ ଜଣ ହିତାଧିକାରୀଙ୍କୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛିା ତେବେ ଏହି ତାଲିକାକୁ ତ୍ରୁଟିଶୂନ୍ୟ କରିବା ପାଇଁ ହିତାଧିକାରୀଙ୍କ ସତ୍ୟାସତ୍ୟ ଗ୍ରାମ ପଞ୍ଚାୟତ/ବ୍ଲକ୍/ଜିଲ୍ଲାସ୍ତର କମିଟି ଦ୍ୱାରା ଚିହ୍ନଟ କରାଯିବାର ଆବଶ୍ୟକତା ରହିଛିା ଏଥି ସହିତ କେତେକ ଗ୍ରାମ ପଞ୍ଚାୟତ କ୍ଷେତ୍ରରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷି ପରିବାରବହୁ କମ ସଂଖ୍ୟାରେ ଦରଖାସ୍ତ କରିଥିବାରୁ ଏ ଦିଗରେ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲୋ ତେଣୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କୃଷିବିଭାଗ, ରାଜସ୍ୱବିଭାଗ, ସମବାୟବିଭାଗ, ମତ୍ସ୍ୟ ଓ ପ୍ରାଣୀସଂ ପଦବିଭାଗ ଏବଂ ଅନ୍ୟ ସହଯୋଗୀ ବିଭାଗ ମଧ୍ୟରେ ସମନ୍ୱୟ ରଖି  ପ୍ରକୃତ ହିତାଧିକାରୀ ଚିହ୍ନଟ ଏବଂ ନିର୍ଭୁଲ ତାଲିକା ପ୍ରସ୍ତୁତ କରିବା ଉ ପରେ ବୋଲି ମନ୍ତ୍ରୀ ଡ. ସାହୁ ଗୁରୁତ୍ୱ ଦେଇଥିଲୋ ଏଥି ସହିତ କାଳିଆଯୋଜନାରେ ମିଳୁଥିବା ଆର୍ଥିକ ସହାୟତା ସଠିକ୍ ଭାବରେ ବିନିଯୋଗ  ହେଉଛି କି ନାହିଁ ସେ ଦିଗରେ କ୍ଷେତ୍ର ଅଧିକାରୀମାନେ ତଦାରଖ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲୋ
କର୍ମଶାଳାରେ କୃଷି ଓ କୃଷକ ସଶକ୍ତିକରଣବିଭାଗ ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ଅଗଷ୍ଟ ୫ରୁ ୨୦ ତାରିଖ ପର୍ଯ୍ୟନ୍ତ  ଏହି ସଂଶୋଧାନ କାର୍ଯ୍ୟକ୍ରମ ଚାଲିବ ବୋଲି କହିଥିଲୋ କାଳିଆ ଯୋଯନା ଆଗାମୀ ଦିନରେ ସୁଦୂର ପ୍ରଭାବ ପଡ଼ିବ ବୋଲି କହିବା ସହିତ ଅଣଋଣ ଚାଷୀଙ୍କବୀମା ସଂଖ୍ୟା ୨ ଲକ୍ଷରୁ ୮ ଲକ୍ଷକୁ ବୃଦ୍ଧି ପାଇଛି ବୋଲି ଡ. ଗର୍ଗ କହିଥିଲୋ କର୍ମଶାଳା ପ୍ରାରମ୍ଭରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ମୁଥୁକୁମାର କର୍ମଶାଳାର ଆଭିମୁଖ୍ୟ ସଂ ପର୍କରେ କହିଥିବା ବେଳେ ମତ୍ସ୍ୟ ନିର୍ଦ୍ଦେଶକ ରତ୍ନାକର  ରାଉତ ଧନ୍ୟବାଦ ଅର୍ପଣ କରିଥିଲେ|

|

0
0
0
s2sdefault