ହେଡଲାଇନସ୍:

ନାବାଳିକା କୁ ବଳତ୍କାର ମାମଲା,ଫେରାର୍ ଅଭିଯୁକ୍ତ ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ 

ପ୍ରେମ ଜାଲ ରେ ଫସାଇ ଜଣେ ନାବାଳିକାକୁ ବଳାତ୍କାର ପରେ ଫେରାର ଥିବା ଅଭିଯୁକ୍ତ କୁ ରେଢ଼ାଖୋଲ ପୁଲିସ୍ ଗିରଫ କରିଛି I ଗିରଫ ଅଭିଯୁକ୍ତ ହେଲେ ଏହି ଥାନା ଅଧିନ ହେମାମୁରା ଗ୍ରାମର ସୁମନ୍ତ ପ୍ରଧାନ (୨୨)I ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଆଜି କୋର୍ଟଚାଲାଣ କରାଯାଇଛି ବୋଲି ଥାନାଅଧିକାରୀ ପ୍ରଶାନ୍ତ ସାମଲ କହିଛନ୍ତି I 

 ପୁଲିସ ସୂତ୍ରରୁ ପ୍ରକାଶ ଯେ, ସୁମନ୍ତ ଜଣେ ନାବାଳିକାକୁ ଗତ ୧୭ ତାରିଖ ବିନିକା କୁ ଡକାଇ ଡ଼ୁଙ୍ଗୁରି ପାଲି ନିକଟ କନ୍ଦାଗାଡ଼ି ନିକଟରେ ଥିବା ଏକ କ୍ୟାମ୍ପ୍ ରେ ରଖି ବଳାତ୍କାର କରିଥିଲା I ତା ପର ଦିନ ସକାଳେ ନାବାଲିକା କୁ ଧମକ ଚମକ ଦେଇ ତଡିଦେବା ସହିତ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ ବସ୍ ରେ ବସାଇ ଦେଇଥିଲେ I ନାବାଳିକା ସମ୍ବଲପୁର ପହଞ୍ଚିବା ପରେ ସେଠାରୁ ଶାସନ ରେଙ୍ଗାଲି ଯାଇଥିଲେ I ତେବେ ନାବାଳିକାଟି ଶାସନ ବଷ୍ଟାଣ୍ଡରେ ଏକଟୁଆ ବୁଲୁ ଥିବା ଦେଖି ପୁଲିସ ଉଦ୍ଧାର କରି ସମ୍ବଲପୁର ଚାଇଲ୍ଡ୍ ଲାଇନ୍ କୁ ଦେଇଥିଲେ I ସମ୍ବଲପୁର ଚାଇଲ୍ଡଲାଇନ୍ ୨୨ ତାରିଖ ନାବାଳିକାର ବାପା ମା ଙ୍କୁ ଡକାଇ ହସ୍ତାନ୍ତର କରିଥିଲା I ନାବାଲିକା ରେଢ଼ାଖୋଲ ଚାଇଲ୍ଡଲାଇନ୍ ସହାୟତାରେ ୨୩ ତାରିଖ ଥାନା ରେ ଏନେଇ ଲିଖିତ ଅଭିଯୋଗ କରିଥିଲେ I ସୁମନ୍ତ ଫେରାର୍ ହୋଇଥିଲେ I ପୁଲିସ ଏଓନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା I କନ୍ଧମାଳ ଜିଲ୍ଲା ସଦର ଥାନା ଡେଙ୍ଗୁଳୁ ଗାଁ ରେ ସୁମନ୍ତ ଥିବା ସୂଚନା ପାଇ ଗତ କାଲି ରାତି ପୁଲିସ ଚଢ଼ାଉ କରିଥିଲା I ସେଠାରୁ ପୁଲିସ୍ ସୁମନ୍ତ କୁ ଗିରଫ କରି ଆଣିଥିଲା I

0
0
0
s2sdefault