ହେଡଲାଇନସ୍:

ସ୍ବାଧୀନତା ଦିବସକୁ କଳାଦିବସ ଭାବେ ପାଳିବେ ବଇଦପାଲି ଗ୍ରାମବାସୀ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପଦ୍ମପୁର(ନୀଲାମ୍ବର ଦୀପ୍ ):-ପଦ୍ମପୁର ଉପଖଣ୍ଡ କନସିଂହା ପଞ୍ଚାୟତ ର ବଇଦପାଲି ଗ୍ରାମର ଗ୍ରାମବାସୀ ସମସ୍ତ ସରକାରୀ ଏବଂ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି। ସ୍ୱାଧୀନତା ର ଦୀର୍ଘ ୭୧ ବର୍ଷ ପରେ ମଧ୍ୟ ପଦ୍ମପୁର ଉପଖଣ୍ଡ ରୁ ମାତ୍ର ୧୦ କିଲୋମିଟର ଦୂରରେ ଅବସ୍ଥାପିତ ଏହି ଗାଁ ଗମନାଗମନ ତଥା ଶିକ୍ଷା ର କୌଣସି ପ୍ରକାର ସୁବିଧା ହୋଇପାରି ନାହିଁ ।ଫଳରେ ଏହି ଗ୍ରାମର ଛାତ୍ର ଛାତ୍ରୀ ମାନେ ଶିକ୍ଷା ଗ୍ରହଣ ପାଇ ଅନ୍ୟ ଗ୍ରାମ ଉପରେ ନିର୍ଭରଶୀଳ ରହୁଛନ୍ତି। ସରକାରୀ ଯୋଜନା ଏହି ଗ୍ରାମ ପାଇ ସାତ ସପନ । ଗତ ୨୦୧୯ ସାଧାରଣ ନିର୍ବାଚନ ସମୟ ରେ ଗ୍ରାମ ବାସୀ ଏହି ସବୁ ସମସ୍ୟା ଯୋଗୁ ଭୋଟ ବର୍ଜନ ପାଇ ନିଷ୍ପତି ନେଇଥିଲେ , ହେଲେ ପଦ୍ମପୁର ଉପ-ଜିଲ୍ଲାପାଳ ଙ୍କ ପ୍ରତିଶ୍ରୁତି ପରେ ଗ୍ରାମବାସୀ ଗଣତନ୍ତ୍ରର ଏହି ମହାନ ପର୍ବ ରେ ସାମିଲ ହୋଇଥିଲେ। ଦୀର୍ଘ ଦିନ ବିତି ଯାଇଥିଲେ ହେ ଏ ପର୍ଯ୍ୟନ୍ତ କୌଣସି ପ୍ରତିଶ୍ରୁତି ପାଲନ ହୋଇପାରିନାହିଁ । ତେଣୁ ସ୍ୱାଧୀନତା ଦିବସ କୁ କଳା ଦିବସ ଭାବେ ପାଳନ କରିବାକୁ ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି।

0
0
0
s2sdefault