ହେଡଲାଇନସ୍:

ଥେରୁବାଲି ଇମ୍ଫା ତରଫରୁ ଫଳ ଚାରା ବିତରଣ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 


ରାୟଗଡା(ସରୋଜ ସାହୁ):  ଥେରୁବାଲି ସ୍ଥିତ ଇମ୍ଫା କାରଖାନା ତରଫରୁ ଫଳ ଚାରା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ଥେରୁବାଲି ଇମ୍ଫା କାରଖାନାର ମୂଖ୍ୟ ତଥା ବରିଷ୍ଠ  ମହାପ୍ରବନ୍ଧକ ଶ୍ରୀ କେ.ଭି.ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ଗ୍ରାମର ମୂଖ୍ୟ ମାନଙ୍କ ଉପସ୍ଥିତିରେ ଫଳ ଚାରା ବିତରଣ କରିଥିଲେ । ଥେରୁବାଲି, କାର୍ତିକାଗୁଡା, ଖେଦାପଡା, କେଲିଗୁଡା ଓ ଡୁମୁରିଗୁଡା ଗ୍ରାମ ପଂଚାୟତର ଶତାଧିକ କ୍ଷୁଦ୍ର ଓ ନାମମାତ୍ର ଫଳ ଚାଷିଙ୍କୁ ଆମ୍ବ, ନଡିଆ ଇତ୍ୟଦି ଫଳ ଚାରା ବିତରଣ କରାଯାଇଥିଲା । କାର୍ଯ୍ୟକ୍ରମର ଆରମ୍ଭରେ ଇମ୍ଫା ଲୋକସମ୍ଫର୍କ ବିଭାଗର ମୁଖ୍ୟ ଶକ୍ତି ପ୍ରସାଦ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥିତ ଫଳ ଚାଷିଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଇମ୍ଫା ମାନବ ସମ୍ବଳ ଓ ପ୍ରଶାସନ ବିଭାଗର ଉପ-ମହାପ୍ରବନ୍ଧକ ଅଜୟ କୁମାର ବେହୁରିଆ, ସିଭିଲ ବିଭାଗର ମୂଖ୍ୟ ଜ୍ଞାନ ରଞ୍ଜନ ପଟନାୟକ, ପରିବେଶବିତ୍ ଗୌରବ ମହାରଣା ପ୍ରମୂଖ ଉପସ୍ଥିତ ଥିଲେ । ପ୍ରକାଶ ଯୋଗ୍ୟ ଯେ, ଥେରୁବାଲି ଓ ଆଖପାଖ ଅଂଚଳରେ କଳା, ଶିକ୍ଷା, କ୍ରିଡା, ସ୍ୱାସ୍ଥ୍ୟ ଓ ପରିବେଶର ବିକାଶ ପାଇଁ ଇମ୍ଫା ତରଫରୁ ଏ ଭଳି ଜନହିତକର କାର୍ଯ୍ୟକ୍ରମ ଗୁଡିକ ହାତକୁ ନିଆଯାଇଥାଏ । କାରଖାନାର ଏହି ମହତ ଦାନ ପାଇଁ ଥେରୁବାଲି ଅଂଚଳର ଫଳ ଚାଷି ମାନେ ଇମ୍ଫା କର୍ତୁପକ୍ଷଙ୍କୁ ସାଧୁବାଦ ଜଣାଇଛନ୍ତି ।










   

0
0
0
s2sdefault