ହେଡଲାଇନସ୍:

କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ଗୁରୁତ୍ୱପୂପୂର୍ଣ୍ଣ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସ୍ଥିତ ବହୁ-ପୁରାତନ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର  ପୁରାତନ ଛାତ୍ର-ସଂସଦର ଏକଜିବଡ଼ି  କମିଟିର ଏକ ଗୁରୁତ୍ୱପୂର୍ଣ ବୈଠକ ଆଜି ପାରଳାଖେମୁଣ୍ଡି ସ୍ଥିତ ମହାବିଦ୍ୟାଳୟର  ଜୁଲୋଜି ବିଭାଗ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।
      ଦୀର୍ଘ-ପ୍ରାୟ ୪ ବର୍ଷ ଧରି କୋଣସି ଏକ କାରଣକୁ ନେଇ ପୁରାତନ ଛାତ୍ର-ସଂସଦ ଓ ସମ୍ପୃକ୍ତ ମହାବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ମଧ୍ୟରେ କିଛିଟା ମନମାଳୀନ ଓ ମତାନ୍ତର ଘଟି ଏଥିରେ ସୁପ୍ତ ଅବସ୍ଥା ଦେଖାଦେଇଥିଲା । ତେବେ ସେହି ଗୋଟିଏ ମହାନ ଅନୁଷ୍ଠାନର କର୍ତ୍ତୃପକ୍ଷ ଓ ଛାତ୍ର ସଂସଦ ମଧ୍ୟରେ  ରହିଯାଇଥିବା  ମତଭେଦ କୁ ଭୁଲି ଏ ଦିଗରେ ଉଭୟ ମଧ୍ୟରେ କିଭଳି ଖୋଲା ଆଲୋଚନା ମାଧ୍ୟମରେ  ଏହି ମହାନ ଐତିହାସିକ ଶିକ୍ଷା ଅନୁଷ୍ଠାନର ଉଭୟଙ୍କ ମଧ୍ୟରେ ପୁଣି ପୂର୍ବଭଳି ଉତ୍ତମ ସମ୍ପର୍କ ରେ  ସର୍ବାଙ୍ଗୀନ ଉନ୍ନତି ପଥରେ ଆଗେଇ ଚାଲିବ ତାର ସମାଧାନ ପାଈଁ ଏହି ଗୁରୁତ୍ୱପୂର୍ଣ ବୈଠକ ର ମୁଖ୍ୟ ଉଦେଶ୍ୟ ।

        ସଂସଦର  ସଭାପତି ଡ଼ଃ ଶଙ୍କର ପ୍ରସାଦ ବକ୍ସସି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ଆଲୋଚନା ରେ  ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ଅଜୟ କୁମାର ତ୍ରିପାଠୀ  ଅତିଥି ଭାବେ ଯୋଗ ଦେଇ ଉଭୟଙ୍କ ମଧ୍ୟରେ ଥିବା ସମସ୍ତ ମତଭେଦ କୁ ସମ୍ପୂର୍ଣ୍ଣ  ଭୁଲିଯାଇ ଏହି ବହୁ-ପୂରାତନ ମହାବିଦ୍ୟାଳୟର ପୂର୍ବ-ଗୌରବକୁ  ଫେରାଇ ଆଣିବା ପାଈଁ ହେଲେ ସଂସଦ ଓ ଅନୁଷ୍ଠାନ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏକ ଉତ୍ତମ ସମ୍ପର୍କ ରହିବା ନିହାତି ଆବଶ୍ୟକ । ସେଥିପାଇଁ ସଂସଦର ଏକ ପ୍ରତିନିଧି ଦଳ ମହାବିଦ୍ୟାଳୟର  ଅଧ୍ୟକ୍ଷ ଓ ଅନ୍ୟାନ୍ୟ କର୍ତ୍ତୃପକ୍ଷଙ୍କ ସହ ଏକ ସହାନୁଭୂତି ଓ ସୌହାର୍ଧ୍ୟ-ପୂର୍ଣ୍ଣ ବାତାବରଣ ମଧ୍ୟରେ  ଖୋଲା ଆଲୋଚନା କରି ଏବଂ ସମାଧାନର କିଭଳି ବାଟ ଫିଟି ପୁଣି ପୂର୍ବଭଳି ଉଭୟଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହି ମହାବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି-ପଥ ଆଗେଇ ଚାଲିବ , ସେଥିପ୍ରତି ଅଧିକ ଯତ୍ନବାନ ହେବାକୁ କହିଥିଲେ । ଅନ୍ୟପକ୍ଷରେ ଏହି ଆଲୋଚନା ପାଈଁ  ସଂସଦର  ବ୍ୟକ୍ତି ଭାବେ ନ ଯାଇ,  ସଂସଦ-ଅନୁଷ୍ଠାନ ପକ୍ଷରୁ ଯାଇ  ମହାବିଦ୍ୟାଳୟ ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କଲେ ନିଶ୍ଚିତ ଭାବେ ଏହାର ସମାଧାନର ବାଟ ଫିଟି ପାରିବ ବୋଲି କହିଥିଲେ ।
      ଅନ୍ୟମାନଙ୍କ ମଧ୍ୟରେ  ଏହି ବୈଠକ ଆଲୋଚନା କାର୍ଯ୍ୟକ୍ରମରେ ସଂସଦର ଉପ-ସଭାପତି ଆଶାଲତା ପାଣିଗ୍ରାହୀ ଏବଂ ସାଧାରଣ ସମ୍ପାଦକ  ନାସିର ବେଗ ପ୍ରମୁଖ ମଞ୍ଚାସୀନ ରହି ଆଲୋଚନା କରିଥିବାବେଳେ ସଂସଦର ଏକଜିବଡି କମିଟି ର ଭାରତ ଭୂଷଣ ମହାନ୍ତି , ଦେବାଶିଷ ପାଢ଼ୀ , ଅମୁଲ୍ୟ କୁମାର ଦାସ , ଆଦର୍ଶ ଦାସ , ବସନ୍ତ କୁମାର ପଣ୍ଡା , ବଟକୃଷ୍ଣ ପାତ୍ର ,ବିନୋଦ ଜେନା ,ପ୍ରଦୀପ ନାୟକ , ପ୍ରସନ୍ନ ପଟନାୟକ ପ୍ରମୁଖ ଯୋଗ ଦେଇ ବୈଠକ  ଆଲୋଚନା କୁ ସ୍ବାଗତ କରି ପୁରାତନ ଛାତ୍ର ସଂସଦ ଓ ମହାବିଦ୍ୟାଳୟର  ଉତ୍ତୋର-ଉତ୍ତର କାମନା କରିଥିଲେ । ମୁଖ୍ୟତଃ  ପୂରାତନ ଛାତ୍ର ସଂସଦର ପୂର୍ବ ନାମରେ ନାମିତ କରିବା ,ସମସ୍ୟା ମଧ୍ୟଦେଇ ଗତିକରୁଥିବା  ଖେଳ ପଡିଆର ଉନ୍ନତି  , ମହାବିଦ୍ୟାଳୟର ଚତୁଃପାର୍ଶ୍ୱରେ ସଂସଦ ପକ୍ଷରୁ ବୃକ୍ଷ ରୋପଣ କରାଯିବା ଏବଂ ପରିବେଶ ସଫା ସୁତୁରା କରାଯିବା ପ୍ରଭୃତି ସହ ବିଭିନ୍ନ ଉନ୍ନତି କରଣ କରାଯିବା  ଏବଂ ସଂସଦର  ଅତିଥି-ଭବନ କୁ ସଂସଦର ଅଧୀନକୁ ଆଣିବା  ପ୍ରଭୃତି ଉପରେ ସେମାନଙ୍କ ସୁ-ଚିନ୍ତିତ  ମତ ପ୍ରଦାନ କରିଥିଲେ ।
    ଶେଷରେ ସଂସଦର ବରିଷ୍ଠ ସଦସ୍ୟ ଗଜେନ୍ଦ୍ର ନାଥ ପଣ୍ଡା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault