ହେଡଲାଇନସ୍:

ଗଜପତି ଜିଲ୍ଲା ଗସ୍ତରେ ଏସଆରସି : ପ୍ରଭାବିତ ଅଞ୍ଚଳରେ କଲେ ଅନୁଧ୍ୟାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ତିତିଲି  ବାତ୍ୟା ରିଲିଫ ଓ ଥଇଥାନ ର  ନେଲେ ସମୀକ୍ଷା

 ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ବିଷ୍ଣୁପଦ ସେଠୀ ସୋମବାର ଦିନ ଅଚାନକ ଗଜପତି ଜିଲ୍ଲାକୁ ଆସିଥିଲେ। ଗତ ଅକ୍ଟୋବର ମାସ ୧୧ ତାରିଖ ଦିନ ସମଗ୍ର ଗଜପତି ଜିଲ୍ଲା ସାମୁଦ୍ରିକ ଝଡ଼ ବାତ୍ୟା  ତିତିଲି ରେ  ବହୁ ମାତ୍ରାରେ ପ୍ରଭାବିତ ହୋଇ  ଅନେକ ଧନଜୀବନ ନଷ୍ଟ ହୋଇ ଥିଲା  । ସେସବୁ ପ୍ରଭାବିତ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଭାବିତ ଓ କ୍ଷତିଗସ୍ତ ଅଞ୍ଚଳରେ  ରିଲିଫ , ଥଇଥାନ ଓ ପୁନରୁଦ୍ଧାର କାର୍ଯ୍ୟ କେତେଦୂର ହୋଇପାରିଛି ,ତାର ସମୀକ୍ଷା ଓ ପ୍ରଭାବିତ ଅଞ୍ଚଳ ଗସ୍ତ କରି ଅନୁଧ୍ୟାନ କରିବା ପାଈଁ ଆସିଥିଲେ ।

   ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଆୟୋଜିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏଥିରେ ଜିଲ୍ଲାପାଳ ଅନୁପମ ଶାହା ଏବଂ ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ଚଞ୍ଚଳ ରାଣାଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।
    ବୈଠକରେ କମିଶନର ଜିଲ୍ଲାପାଳ ଓ ଡିଆରଡିଏ ପ୍ରକଳ୍ପ ନିର୍ଦେଶକଙ୍କୁ  ତିତିଲି  ରିଲିଫ , ଥଇଥାନ ଓ ପୁନରୁଦ୍ଧାର ଉପରେ ଟିକିନିଖି ପଚାରିବୁଝି ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ ।
      ପରେ ସାମ୍ବାଦିକ ମାନଙ୍କୁ ସମୀକ୍ଷା ବୈଠକ ଉପରେ ସୁଚନା ଦେଇ କହିଥିଲେ ଯେ , ତିତିଲି ବାତ୍ୟା ପରବର୍ତ୍ତୀ  ରିଲିଫ  ଥଇଥାନ ଓ ପୁନରୁଦ୍ଧାର ପାଇଁ ଯାହା ଟଙ୍କା ମଞ୍ଜୁର ହୋଇଥିଲା  ତାହା ସରିଛି । ଏହା  ଥଇଥାନ ପାଈଁ ଘର ନିର୍ମାଣ , ନଷ୍ଟ ହୋଇଥିବା ରାସ୍ତା ଓ ପୋଲ  ତିଆରି , ଭାଙ୍ଗି ଯାଇଥିବା  ଅଙ୍ଗନବାଡି ଘର , ବିଦ୍ୟାଳୟ କୋଠା ଓ ପ୍ରାଥମିକ  ଚିକିତ୍ସା କେନ୍ଦ୍ର ମରାମତି ପ୍ରଭୃତି କାର୍ଯ୍ୟ ହୋଇଛି ବୋଲି କହିଥିଲେ ।
        ଏହାପରେ କମିଶନର ଶ୍ରୀ ସେଠୀ ଓ ଯୁଗ୍ମ ରିଲିଫ କମିଶନର ପ୍ରଭାତ ମହାପାତ୍ର  ପ୍ରଶାସନ ଅଧିକାରୀଙ୍କ ସହ ଜିଲ୍ଲାର ଅତ୍ୟନ୍ତ ତିତିଲି ବାତ୍ୟା ପ୍ରଭାବିତ ରାୟଗଡ ବ୍ଲକ କଇଁପୁର ପଞ୍ଚାୟତ ଗସ୍ତ କରିଥିଲେ ।
     ବର୍ଷା ଚାଲିଥିବା ସତ୍ତ୍ୱେ  କମିଶନର ସେଠୀ ଚାଲି ଚାଲି  ବାତ୍ୟାରେ ଧନଜୀବନ ପ୍ରଭାବିତ ଅଞ୍ଚଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ । କମିଶନର ଶ୍ରୀ ସେଠୀ ରାଇସିଂହ ଓ ମାଡ଼ବା ଗ୍ରାମକୁ ଯାଇ ସେଠାରେ ପ୍ରଭାବିତ ଓ ମୃତାହତ ଅଞ୍ଚଳ ଲାଙ୍ଗାସାହି , ସୁଆବା ,ମାଡ଼ବା , ମାଡା , ସିଡ଼ିଲିଙ୍ଗି , ବୁରୁସୁଣ୍ଡା ,ତେରଵ ଓ କଳିଙ୍ଗା ପ୍ରଭୃତି ଗ୍ରାମର ୨୦୦ ରୁ ଅଧିକ ପରିବାରକୁ ଥଇଥାନ ବ୍ୟବସ୍ଥା ଦେଖି ଅନୁଧ୍ୟାନ କରିଥିଲେ । ସେଠାରେ ପ୍ରଶାସନ ପକ୍ଷରୁ  ସେହି କ୍ଷତିଗସ୍ତ ପରିବାରଙ୍କ ନିମନ୍ତେ ବିଜୁ ପକ୍କା ଘର ଯୋଜନାରେ  ନିର୍ମାଣ କରାଯାଉଥିବା  ଘର ଗୁଡ଼ିକ ଦେଖିଥିଲେ  । ଏତତ୍ ବ୍ୟତିତ  ହିତାଧିକାରୀ ମାନଙ୍କ ସହିତ ରିଲିଫ ଓ ଥଇଥାନ ବ୍ୟବସ୍ଥା ଉପରେ ଅଧିକ ପଚାରିବୁଝି ଘର ନିର୍ମାଣ କାର୍ଯ ତୁରନ୍ତ ଶେଷ କରିବାକୁ ପରାମର୍ଶ ଦେଇଥିଲେ ।
       ତାପରେ କମିଶନର ଶ୍ରୀ ସେଠୀ କଇଁପୁର ଯାଇ ସେଠାରେ ତିତିଲି ବାତ୍ୟାର ପ୍ରଭାବିତ ଭାଙ୍ଗିଯାଇ ମରାମତି କାର୍ଯ୍ୟ ସମ୍ପୂର୍ଣ କରାଯାଇଥିବା  ବିଦ୍ୟାଳୟ ଘର ,ଅଙ୍ଗନବାଡି କେନ୍ଦ୍ର ,ପଞ୍ଚାୟତ କାର୍ଯ୍ୟଳୟ  ପ୍ରଭୃତି ପରିଦର୍ଶନ କରିଥିଲେ।

0
0
0
s2sdefault