ବିବାହ ପ୍ରତିଶ୍ରୂତି ଦେଇ ନାବାଳିକାଙ୍କୁ ବଳାତ୍କାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ 

ପ୍ରେମ ଜାଲରେ ଫସାଇ  ଜଣେ ନାବାଳିକାକୁ ବଳାତ୍କାର ପରେ ତଡି ଦେଇଥିବା ଅଭିଯୋଗ ହୋଇଛି I ନାବାଳିକାଙ୍କ ପରିବାର ଲୋକ କାଲି ରାତି ୯ ଟା ରେ ରେଢ଼ାଖୋଲ ଥାନାରେ ଏନେଇ ଅଭିଯୋଗ କରିଛନ୍ତି I ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି I 

ଅଭିଯୋଗ ମତେ ରେଢ଼ାଖୋଲ ଥାନା ଅଞ୍ଚଳର ସୁମନ୍ତ ପ୍ରଧାନ (୨୨)ଜଣେ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଥିଲା I ସୁମନ୍ତ କିଛିଦିନ ହେବ ବଲାଙ୍ଗିର ରେ ରହୁଥିଲା I ଗତ ୧୭ ତାରିଖ ନାବାଳିକାଙ୍କୁ ବିବାହ ପ୍ରତିଶ୍ରୂତି ଦେଇ ବଲାଙ୍ଗିର ଆସିବାକୁ କହିଥିଲେ I ନାବାଳିକା ଜଣକ ବଲାଙ୍ଗିର ଦେଖିନଥିବା କହିବା ପରେ  ବସରେ ବୌଦ୍ଧ ଆସି ବିନିକା ଆସିଲେ ସେଠାରୁ ତାଙ୍କୁ ବାଇକ ରେ ନେଇଯିବାକୁ କହିଥିଲେ I ପ୍ରମିକଙ୍କ କଥାକୁ ବିଶ୍ୱାସ କରି ନାବାଳିକା ଘର ଛାଡି ବଲଙ୍ଗିର ଯାଇଥିଲେ I ସେହି ଦିନ ରାତିରେ ଉଭୟେ ସ୍ୱାମି -ସ୍ତ୍ରୀ ଭାବରେ ରହିଥିଲେ I ହେଲେ ୧୮ ତାରିଖ ସକାଳେ ସୁମନ୍ତ ନାବାଳିକାକୁ ଧମକ ଚମକ ଦେଇ ବଲାଙ୍ଗିର ଛାଡି ଚାଲି ଯିବାକୁ କହିବା ସହିତ ସମ୍ବଲପୁର ଯାଉଥିବା ଏକ ବସ ରେ ବସାଇ ଦେଇଥିଲେ I ନାବାଳିକା ସମ୍ବଲପୁର ରେ ପହଞ୍ଚିବା ପରେ ସେଠାରୁ ଶାସନ ରେଙ୍ଗଲି ଯାଇଥିଲେ I ନାବାଳିକା ଟି ଶାସନ ବସଷ୍ଟାଣ୍ଡ ଅଞ୍ଚଳରେ ଏକୁଟିଆ ବୁଲୁଥିବା ଦେଖି ପୁଲିସ ତାଙ୍କୁ ଉଦ୍ଧାର କରି ସମ୍ବଲପୁର ଚାଇଲ୍ଡଲାଇନ କୁ ହସ୍ତାନ୍ତର କରିଥିଲା I ସମ୍ବଲପୁର ଚାଇଲ୍ଡଲାଇନ ୨୨ ତାରିଖ ନାବାଳିକା ଙ୍କ ବାପା ମା ଙ୍କୁ ଡକାଇ ହସ୍ତାନ୍ତର କରିଥିଲା I କାଲି ନାବାଲିକା ରେଢ଼ାଖୋଲ ଚାଇଲ୍ଡଲାଇନ ସହାୟତାରେ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିବାବେଳେ ଅଭିଯୁକ୍ତ ଫେରାର ଥିବା ଥାନା ଅଧିକାରୀ ପ୍ରଶାନ୍ତ ସାମଲ କହିଛନ୍ତି I

0
0
0
s2sdefault