ଡେରାବିଶରେ ମନ୍ଦିର ଜମି ହଡପକୁ ନେଇ ଅନଶନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ): ଡେରାବିଶର ଆରାଧ୍ୟ ଦେବତା ଶ୍ରୀଶ୍ରୀ ଦଧିବାମନଜୀଉଙ୍କ ମନ୍ଦିର ସମ୍ପତ୍ତି ଜମି ହଡପ ଘଟଣାକୁ ନେଇ ଏଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି । ଏହି ଘଟଣାରେ ତହସିଲ ସ୍ତରରୁ ଆରମ୍ଭ କରି ଦୁର୍ନୀତି ଅଭିଯୋଗ ଉଠିଥିବାରୁ ସ୍ଥାନୀୟମାନେ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
ଆଜି ପ୍ରାୟ ୧୧ଟା ସମୟରେ ଡେରାବିଶ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଜନସାଧାରଣ ଆମରଣ ଅନଶନ ଆରମ୍ଭ କରିଛନ୍ତି । ଅନଶନକାରୀ ମାନଙ୍କ ସ୍ପଷ୍ଟ ଦାବି, ବର୍ତ୍ତମାନର ତହସିଲଦାର ତଥା ସବ୍-ରେଜିଷ୍ଟର ସରୋଜକାନ୍ତ ନାୟକଙ୍କୁ ଦୁର୍ନୀତି ଓ ଜମି ହଡପ ମାମଲାରେ ତୁରନ୍ତ ନୀଲମ୍ବିତ କରାଯିବା ଉଚିତ ।ଅନଶନକାରୀ ମାନେ ଅଭିଯୋଗ କରିଛନ୍ତି ଯେ, ମନ୍ଦିର ସମ୍ପତ୍ତିକୁ ସୁରକ୍ଷା କରିବା ପରିବର୍ତ୍ତେ ତହସିଲ ପ୍ରଶାସନ ଅନୀତିରେ ଜଡିତ ହୋଇଥିବାରୁ ଏହି ଅବସ୍ଥା ସୃଷ୍ଟି ହୋଇଛି । ସେମାନଙ୍କ କହିବା ଅନୁସାରେ, ଦେବତାଙ୍କ ଜମିରେ ପ୍ରଭାବଶାଳୀ ମାନେ ଅବୈଧ ହସ୍ତକ୍ଷେପ କରୁଥିବାକୁ ପ୍ରଶାସନ ଆଡକୁଣିଆ ହୋଇ ସାହାଯ୍ୟ କରୁଛି । ଏହି ଅନଶନକୁ ନେଇ ଡେରାବିଶ ତହସିଲ କାର୍ଯ୍ୟାଳୟ ପରିସରରେ ଉତ୍ତେଜନାକର ପରିସ୍ଥିତି ଦେଖା ଦେଇଛି ।ଅନଶନକାରୀ ମାନେ ସତର୍କ କରିଛନ୍ତି ଯେ, ଯଦି ତହସିଲଦାରଙ୍କୁ ଶୀଘ୍ର ନୀଲମ୍ବିତ କରାନଯାଏ ତେବେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ।

0
0
0
s2sdefault