ମୁକ୍ତିପଥ : ଯୁବକର ଅନ୍ତିମ ସଂସ୍କାର କଲା ମାନବ ସେବା ସଂଘ ଟ୍ରଷ୍ଟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରସୁଗୁଡା :- ( ରାଜୀବ ସଗଡ଼ିଆ ) :- ମାନବ ସେବା ସଂଘ ଏକଦା ଝାରସୁଗୁଡ଼ା ସହରର ସମାଜ ସେବୀ ସୁଭାଷ ସହାରେଙ୍କ ଦ୍ଵାରା ପରିଚାଳିତ ହେଉଥିଲା। କୌଣସି ବାହ୍ୟ ଅନୁଦାନ ବିନା ନିଜସ୍ଵ ଉଦ୍ୟମରେ ଝାରସୁଗୁଡ଼ା ସହରର ସରକାରୀ କାର୍ଯ୍ୟାଳୟ କ୍ୟାମ୍ପସରେ ବୃକ୍ଷରୋପଣ, ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ଦେବା, ଗରିବ ଲୋକଙ୍କ ରୋଗ ସମୟରେ ସହାୟତା ଦେଇ ସ୍ୱାସ୍ଥ୍ୟ ସେବା ଯୋଗାଇବା, ନିଜର ସାଧ୍ଯମତେ ମାନବ ସେବା ଯୋଗାଇବା ସଂଘର ମୂଳ କାମ ରହି ଆସିଅଛି।

ସମୟ ଅନୁସାରେ ସଂଘ ସହ ବିଭିନ୍ନ ଅଞ୍ଚଳରୁ ଲୋକେ ଯୋଡ଼ିଲେ କାର୍ଯ୍ୟ ପରିସୀମା ବଢିଲା। ଏପରିକି ସ୍ତ୍ରୀର ଶବକୁ କାନ୍ଧରେ ବୋହି ନେଇଥିବା କଳାହାଣ୍ଡିର ଦାନ ମାଝୀର ଦ୍ବାରକୁ ଆର୍ଥିକ ସହାୟତା ନେଇ ମାନବ ସେବା ସଂଘ ପ୍ରଥମେ ତାର ଦ୍ବାରକୁ ପହଞ୍ଚି ଥିଲା।

ଗତ ଦୁଇବର୍ଷ ହେଲା ମଣିଷର ଅନ୍ତିମ ସମ୍ମାନର ଅଧିକାର ଦେବା ପାଇଁ ମୁକ୍ତିପଥ କାର୍ଯ୍ୟକ୍ରମ ଆରମ୍ଭ କରିଅଛି। ବର୍ତ୍ତମାନ ପର୍ଯ୍ୟନ୍ତ ୩୫ ଗୋଟି ଅନାଥ ମୃତକଙ୍କ ଶେଷକୃତ୍ୟ ସମ୍ପନ୍ନ କରି ଆସୁଅଛି। କୌଣସି ସରକାରୀ ଅବା ବେସରକାରୀ ସହାୟତା ବିନା ଅନାଥ ମୃତକଙ୍କ ବିଧି ପୂର୍ବକ ଶେଷକୃତ୍ୟ ସମ୍ପନ୍ନ କରି ଆସୁଅଛି।

ସରକାରଙ୍କ ହରିଶ୍ଚନ୍ଦ୍ର ଯୋଜନା ଅଧିନରେ ମୁକ୍ତିପଥ କାର୍ଯ୍ୟକ୍ରମ ଆସେନା ନାହିଁ । ଏହି କ୍ରମରେ ଆଜି ସଂଘ ୩୫ ତମ ଶବ ସଂସ୍କାର କରିଅଛି।

#ମୁକ୍ତିପଥ_୩୫

ମାନବ ସେବା ସଂଘ ଟ୍ରଷ୍ଟ ଝାରସୁଗୁଡ଼ା ଆଜି ତାର ମୁକ୍ତିପଥ କାର୍ଯ୍ୟକ୍ରମରେ ଜଣେ ଯୁବକର ଅନ୍ତିମ ସଂସ୍କାର କରିଅଛି। ଜିତୁ କିଶୋର ଖରସେଲ(୪୫), ମାୟା ବଗିଚାପଡ଼ା, ଧନୁପାଲି, ସମ୍ବଲପୁର ଅଞ୍ଚଳର। ଗତ ଜୁଲାଇ ୧୩ ତାରିଖ ଦିନ ଝାରସୁଗୁଡ଼ା ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଉର୍ତ୍ତି ହୋଇଥିଲା। ୨୦ ଜୁଲାଇ, ଦିନ ତାର ମୃତ୍ୟୁ ହେବା ପରେ ଝାରସୁଗୁଡ଼ା ଥାନା (ୟୁଡି କେଶ ନଂ.୩୫/ତା ୨୦.୭.୨୦୧୯) ରୁ ବିଧିବଦ୍ଧ ଭାବେ ମାନବ ସେବା ସଂଘ ଟ୍ରଷ୍ଟ ମର ଶରୀରକୁ ଗ୍ରହଣ କରି ତାର ଅନ୍ତିମ ସଂସ୍କାର କରିଥିଲା।

ସଂସ୍କାର ସମୟରେ ସଂଘ ଅଧ୍ୟକ୍ଷ ସୁଭାଷ ସହାରେଙ୍କ ସହ ରମେଶ ଗାନ୍ଧୀ, ରାଜ ମଜୁମଦାର,ସୋଫିଆ ମିଞ୍ଜ, ବସିଲ ବାରି, ସାର୍ଥକ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଅତିରିକ୍ତ ମାଜିଷ୍ଟ୍ରେଟ ମୁରଲୀଧର ଉମରା ଏବଂ ଝାରସୁଗୁଡ଼ା ଥାନା ଏସଆଇ ସୁରେଶ କୁମାର ନାୟକ ସଂସ୍କାର ସମୟରେ ଉପସ୍ଥିତ ଥିଲେ।

0
0
0
s2sdefault