ମୈାସୁମୀ ଖେଳୁଛି ଲୁଚକାଳି : ମରୁଡିର ପଦଧ୍ୱନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆଶା ଓ ଆଶଙ୍କାରେ ଚାଷୀ, ଅମଳକୁ ନେଇ  ଅନିଶ୍ଚିତତା

ଓଡଗାଁ/ଶ୍ରୀକାନ୍ତ ମିଶ୍ର : ଆମ ଦେଶ ଏକ କୃଷିପ୍ରଧାନ ଦେଶ । ମାନବ ସଭ୍ୟତାର କ୍ରମ ବିକାଶ ଠାରୁ ଏହି କୃଷି ଉପରେ ମନୁଷ୍ୟ ନିର୍ଭର କରିଚାଲିଛି । ଆଜିଯାଏଁ ଏହାର ବିକଳ୍ପ ସୃଷ୍ଟି ହୋଇନାହିଁ । ଆଧୁନିକ ସଭ୍ୟତା ନିଜର ପାରଦର୍ଶିତାର ପାଇଁ ଡିଣ୍ଡିମ ପିଟୁଥିବା ବେଳେ କୃଷି କ୍ଷେତ୍ରରେ ନିଶ୍ଚିତ ଶଷ୍ୟ ଉପôାଦନର ସଫଲତା ପ୍ରତ୍ୟେକ କ୍ଷେତ୍ରରେ ପାଇପାରି ନାହିଁ । ଏପରି ସମସ୍ୟାକୁ ନେଇ ବୁଦ୍ଧିଜିବୀମାନେ ଆଶଙ୍କା ପ୍ରକଟ କଲେଣି । ଓଡିଶା ପ୍ରଦେଶରେ ଏପରି ସମସ୍ୟା ବହୁଳ ଭାବେ ଦୃଶ୍ୟମାନ ହେଉଥିବା ବେଳେ ଓଡଗାଁ ଅଂଚଳ ସେଥିରୁ ବାଦ ପଡନ୍ତା କିପରି । ଆଷାଢ ଶ୍ରାବଣ ୨ମାସ ବିତି ଯାଇଥିଲେ ସୁଧା ସ୍ୱଳ୍ପ ବୃଷ୍ଟି କାରଣରୁ ଧାନଗଛ ଗୁଡିକର ରଙ୍ଗ ବଦଳି ଗଲାଣି । କେବଳ ବର୍ଷାଜଳ ଉପରେ ନିର୍ଭର କରି ଚାଷ କାର୍ଯ୍ୟ କରୁଥିବା ଚାଷୀ ଚାତକ ପରି ଆକାଶକୁ ଚାହିଁ ରହିଛି । ହେଲେ ବର୍ଷା ବଦଳରେ କେବଳ ଖରା ହିଁ ଖରା  ଓଡଗାଁ ଅଂଚଳରେ ୯ହଜାର ୨୨୯ହେକ୍ଟର ଚାଷଜମି ଅଣ ଜଳ ସେଚିତ ଓ ୧୧ହଜାର ୯୪୯ ହେକ୍ଟର ଚାଷଜମୀ ଜଳସେଚିତ ଅଂଚଳ ବୋଲି କୃଷି ବିଭାଗ ତରଫରୁ କୁହା ଯାଉଥିବା ବେଳେ ଏହାର ବାସ୍ତବିକ ରୁପନେଇ ସାଧାରଣରେ ସନେ୍ଦହ ସୃଷ୍ଟି ହେଉଛି ସ୍ୱଲ୍ପ ବୃଷ୍ଟି କାରଣରୁ ନଦୀ, ନା, ଗାଡିଅ. ପୋଖରୀ ସୁଖିବାକୁ ବସିଲାଣି । ଏହିଭଳି ପରିସ୍ଥିତିରେ ଚାହଜମୀରୁ ଶଷ୍ୟ ଉପôାଦନର ଆଶା କ୍ଷୀଣ ହେବାକୁ ବସିଲାଣି । ଏପରି ହେଲେ ଆଗାମୀ ଦିନରେ ଏହା ଏକ ପ୍ରମୁଖ ସମସ୍ୟା ହୋଇ ଉଭା ହେବ । କେବଳ ଚାଷୀ ନୁହଁନ୍ତି, ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ସମସ୍ତ ବର୍ଗର ଲୋକମାନେ ଏହା ଦ୍ୱାରା ପ୍ରଭାବିତ ହେବେ । ସ୍ୱାଧିନତାର ଅନେକ ବର୍ଷ ବିତି ଯାଇଥିଲେ ମଧ୍ୟ ବର୍ତମାନ ସୁଧା ଏହି ବ୍ଲକର ଗୋଟିଏ କିମ୍ବା ଦୁଇଟି ଅଂଚଳକୁୁ ଛାଡିଦେଲେ ଅନ୍ୟ ଅଂଚଳର ଚାଷକାର୍ଯ୍ୟ ବର୍ଷା ପାଣୀ ଉପରେ ନିର୍ଭର କରିବାକୁ ପଡିଥାଏ । ଫଳରେ ସ୍ଥାନୀୟ ଅଂଚଳର ଯୁବକମାନେ ଚାଷକାର୍ଯ୍ୟରେ ଭରଷା ନକରି ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟମାନଙ୍କୁ ଚାଲିଯାନ୍ତି । ବହୁଳ ପରିମାଣରେ ଜଳ ସେଚନ ବ୍ୟବସ୍ଥା ଏବଂ ବର୍ଷା ଜଳର ସଂରକ୍ଷଣର ନିଶ୍ଚିତ ବ୍ୟବସ୍ଥା କରାଗଲେ ଚାଷୀ ଭାଇଙ୍କ ମନରୁ ଆଶା ଆଶଙ୍କା ଦୁରେଇ ପାନ୍ତା ବୋଲି ଆଶା କରାଯାଏ ।    

0
0
0
s2sdefault