ଯୋଗଣିଆ ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା,କ୍ଷତିପୂରଣ ଦାବି କଲେ ଗ୍ରାମବାସୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସ୍କୁଲ ଫାଟକ,ଖୋସାଲପୁର ଛକ ଓ ରାହାମା ବଜାରରେ କଟକ-ପାରାଦ୍ବୀପ ରାସ୍ତା ଅବରୋଧ

ଜଗତସିଂହପୁର:(ରମେଶ ମହାନ୍ତି)-ତିର୍ତୋଲ ଥାନା ଅନ୍ତର୍ଗତ ପୋରଗଦେଇ ପଞ୍ଚାୟତ ଯୋଗଣିଆ ଗ୍ରାମରେ ଦୃଘଟଣାଗ୍ରସ୍ତ ଛାତ୍ରର ମୃତ୍ୟୁକୁ ନେଇ ଉତେଜନା।ଉତ୍ୟକ୍ତ ଲୋକମାନେ ପୋରଗଦେଇ ରାଧାଗୋବିନ୍ଦ ସଂଜୟ ମହାନ୍ତି ହାଇସ୍କୁଲ ଫାଟକ ଆଗରେ ଓ ପରେ ଖୋସାଲପୁର ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ମୃତ ଛାତ୍ରର ପରିବାରକୁ କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି।ମୃତ ଛାତ୍ରର ଆତ୍ମୀୟ ସ୍ୱଜନଙ୍କ କାନ୍ଦ ବୋବାଳିରେ ଫାଟି ପଡୁଛି ଆନ୍ଦୋଳନସ୍ଥଳ।ଗତ୧୦ ତାରିଖ ପୂର୍ବାହ୍ନ ୧୦ଟା ବେଳେ ସ୍ଥାନୀୟ ଯୋଗଣିଆ ଗ୍ରାମର ଗୋପୀନାଥ ମଲ୍ଲିକଙ୍କ ଏକମାତ୍ର ପୁଅ ନାରାୟଣ ମଲ୍ଲି୍କ(୧୨) ସ୍କୁଲ ଯାଇଥିଲା।ରାଧାଗୋବିନ୍ଦ ସଂଜୟ ମହାନ୍ତି ହାଇସ୍କୁଲରେ ସପ୍ତମ ଶ୍ରେଣୀ ରେ ପାଠ ପଢୁଥିବା ନାରାୟଣକୁ ବିଦ୍ୟାଳୟ ଫାଟକ ଆଗରେ ଏକ ବୋଲେରୋ ଗାଡି ଧକ୍କା ଦେଇଥିଲା।ଅତି ଗୁରୁତର ଅବସ୍ଥାରେ  ଦୃଘଟଣା ଘଟାଇଥିବା ବୋଲେରୋ ଗାଡିରେ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନାକୁ ନିଆଯାଇଥିଲା।କଟକରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାର ମୃତ୍ୟୁ ହୋଇଯାଇଛି।ମୃତ୍ୟୁକୁ ନେଇ ଯୋଗଣିଆ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ଏକମାତ୍ର ପୁଅ ନାରାୟଣକୁ ହରାଇ ଭାଙ୍ଗି ପଡିଥିଲେ ପରିବାର ଲୋକେ।ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ୟକ୍ତ ଲୋକମାନେ ରାଧାଗୋବିନ୍ଦ ସଂଜୟ ମହାନ୍ତି ହାଇସ୍କୁଲ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ରାସ୍ତା ଅବରୋଧ କରିଥିଲେ।ପରେ ମୃତ ଛାତ୍ର ନାରାୟଣର ଶବ ରଖି ଖୋସାଲପୁର ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିଲା।

ଖବର ପାଇ ତିର୍ତୋଲ ଥାନାଧିକାରୀ କୃଷ୍ଣଚନ୍ଦ୍ର ମିଶ୍ର ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ଶତାଧିକ ଆନ୍ଦୋଳନକାରୀ ତାର ବାପାକୁ ସରକାରୀ ଚାକିରି ଓ କ୍ଷତିପୂରଣ ପ୍ରତିଶ୍ରୁତି ଜିଲ୍ଲାପାଳ କିମ୍ବା ଉଚ୍ଚ ପ୍ରସାଶନିକ ଅଧିକାରୀ ନଦେବା ପର୍ଯ୍ୟନ୍ତ ଆନ୍ଦୋଳନ ପ୍ରତ୍ୟାହୃତ ହେବନାହିଁ ବୋଲି କହିଥିଲେ।ମଧ୍ୟାହ୍ନରୁ ଦୀର୍ଘ ସମୟ ଧରି ଆନ୍ଦୋଳନ ରାସ୍ତା ଅବରୋଧ କରାଯାଇଥିବା ବେଳେ ପ୍ରଶାସନ ପଦକ୍ଷେପ ନନେବାରୁ ଉତ୍ୟକ୍ତ ଆନ୍ଦୋଳନକାରୀ ମାନେ ଛାତ୍ରର ମରଶରୀରକୁ ଧରି ରାହାମା ବଜାରରେ କଟକ-ପାରାଦ୍ୱୀପ ରାସ୍ତା ଅବରୋଧ କରିଥିଲେ।ଘଟଣାକୁ ନେଇ ଉତେଜନା ବଢିବାରେ ଲାଗିଛି।କଟକ ପାରାଦ୍ୱୀପ ରାସ୍ତାରେ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଥିଲା।ତିର୍ତ୍ତୋଲ  ତହସିଲଦାର ସୁଜାତା ପାତ୍ର ଓ ଆଡିସନାଲ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।
           



0
0
0
s2sdefault