ଲୋଭ : ଲୋକ ଲୁଟୁଛନ୍ତି, ଆଉ କିଛି ଲୁଟି ହେଉଛନ୍ତି

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

 ଟଙ୍କା ଦୁଇଗୁଣ କରିବା ନାଁ ରେ ଠକେଇ,ଜଣେ ମହିଳା ସମେତ ୬ ଗିରଫ

ନୂଆପଡା(ଅମିତ ପୁରୋହିତ); ଲୋକଙ୍କ ଟଙ୍କାକୁ ଦୁଇଗୁଣ କରିବା ପ୍ରଲୋଭନ ଦେଖାଇ ଟଙ୍କା ଲୁଟ କରୁଥିବା ଏକ ଗ୍ୟାଙ୍ଗ କୁ ଜୋଙ୍କ ଥାନା ପୋଲିସ ଗିରଫ କରି କୋର୍ଟ ଚଲାଣ କରିଛି । ଏଥିରେ ଜଣେ ମହିଳା ସମେତ ୫ ଜଣ ଯୁବକ ଅଛନ୍ତି । ଆଜି ଏନେଇ ଜୋଙ୍କ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ପ୍ରଶାନ୍ତ କୁମାର ପଟ୍ଟନାୟକ ସୂଚନା ଦେଇ କହିଛନ୍ତି ଯେ ଗତକାଲି ଛତିସଗଡ ଅଂଚଲର ବିଜୟ କୁମାର ମନହିରେ କିଛିଦିନ ପୂର୍ବେ ଜୋଙ୍କ ଥାନା ଅନ୍ତର୍ଗତ  ମୁଣ୍ଡା ଗାଁ ର କୈଳାସ ସାହୁଙ୍କୁ ଟଙ୍କା ଦୁଇଗୁଣ କରିବାକୁ ଦେଇ ଠକାମିର ଶିକାର ହୋଇଥିବା ଜୋଙ୍କ ଥାନାକୁ ସୂଚନା ଦେଇଥିଲେ । ଏହାକୁ ଆଧାର କରି ଏସ୍.ପି ସ୍ମିତ ପରମାରଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଗଠନ କରି ମୁଣ୍ଡା ଗାଁ କୈଳାସ ଘରେ ଚଢଉ କରିଥିଲେ । ଚଢଉ ବେଳେ ସେମାନଙ୍କ ଠାରୁ ନଗଦ ୪ ଲକ୍ଷ ୧୨ ହଜାର ଟଙ୍କା, ୫ ଟି ମୋବାଇଲ , ୪ଟି ବାଇ. ୨ଟି ଟିଣ ବାକ୍ସ ଓ ନାଲି କପଡା ଜବତ କରିଥିଲେ । ସଂପୃକ୍ତ ଅଭିଯୁକ୍ତ ମାନେ ହେଲେ କୈଳାସ ସାହୁ (୪୪), ମୁଣ୍ଡା ଗାଁ, ଧରମ ପାରଧି (୪୧) ଚିନ୍ତାରାମ ପାରଧି ((୩୫), ଓ ତାଙ୍କ ସ୍ତ୍ରୀ ମଥୁରା ପାରଧି, ଓମ ପ୍ରକାଶ ପାରଧି(୨୫) ଓ ବିନୋଦ ପାରଧି ଛତିସଗଡ । ଏମାନଙ୍କୁ କୋର୍ଟ ଚଲାଣ କରାଯାଇଛି । ଏହି ଚଢଉରେ ଆଇ.ଆଇ.ସି ଯୁଗଳ କୁମାର ମଲ୍ଲିକ, ଏସ୍ . ଆଇ ସବ୍ୟସାଚୀ ଶତପଥୀ , ଭାରତୀ ନାୟକ ଓ ପି କେ ପଣ୍ଡା ସାମିଲ ଥିଲେ ।   

0
0
0
s2sdefault