ବିଭାଗୀୟ ଅଧିକାରୀଙ୍କ ଅଣାଦେଖା ପାଇଁ ସ୍କୁଲ ଗେଟରେ ଝୁଲିବ ତାଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନାହିଁ ନାହିଁରେ ଚାଲିଛି ମେଲଛାମୁଣ୍ଡା ଉଚ୍ଚ ବିଦ୍ୟାଳୟ

ମେଲଛାମୁଣ୍ଡା,(ମନୋଜ ଭୋଇ) ବର୍ତମାନ ସରକାର ଶିକ୍ଷାର ମାନ ଉନ୍ନତ ସହ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ଅନେକ ପଦକ୍ଷେପ ନେଉଥିବା ବେଳେ ବରଗଡ ଜିଲ୍ଳା ମେଲଛାମୁଣ୍ଡାସ୍ଥିତ ସର୍ବପୂରାତନ ତଥା ଜିଲ୍ଳାସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ଉଚ୍ଚ ବିଦ୍ୟାଳୟକୁ ଜିଲ୍ଳା ଶିକ୍ଷା ବିଭାଗ ଅଣଦେଖା କରୁଥିବା ଅଭିଭାବକ ମହଳରେ ଅଭିଯୋଗ ହେଉଛି । ଗୋଟିଏ ପ୍ରକାରେ ଉଚ୍ଚ ବିଦ୍ୟାଳୟଟି ନାହିଁ ନାହିଁରେ ଚାଲିଛି ବୋଲି କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ । ବିଦ୍ୟାଳୟ ୧୯୬୨ରେ ଖୋଲିବା ଦିନଠୁ ଆଜି ପର୍ଯ୍ୟନ୍ତ  ବୋଡ ପରିକ୍ଷାରେ ସଫଳ ରିଜଲ୍ଟ ଦେବାରେ କେବେ ହେଳେ ଅବହେଲା କରିନାହିଁ । ଏହି ବିଦ୍ୟାଳୟରୁ କୃତକାର୍ଯ୍ୟ ହୋଇ ଆଜି ପିଳା ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପ୍ରଶାସନିକ ଦାୟିତ୍ୱ ତୁଲାଉଥିବା ବେଳେ ଅନେକ ପିଲା ବିଦେଶରେ କାର୍ଯ୍ୟରତ । ଚଳିତ ବର୍ଷ ମଧ୍ୟ ଦୁଇ ଜଣ ପିଲା ଏ୧ ଗ୍ରେଡରେ ଉତିନ୍ନ ହୋଇ ଜିଲ୍ଳାସ୍ତରରେ ବିଦ୍ୟାଳୟର ଟେକ ରଖିଥିଲେ । ବିଦ୍ୟାଳୟର ଏତେ ସବୁ କରାମତି ଥିଲେ ମଧ୍ୟ ଆଜି ବିଦ୍ୟାଳୟ ପ୍ରତି ଜିଳ୍ଳା ଶିକ୍ଷା ବିଭାଗ ବୈମାତୃକ ମନୋଭାବ ପ୍ରତିପୋଷଣ କରୁଛି । ଯଦ୍ୱାରା ବିଦ୍ୟାଳୟଟି ନାହିଁ ନ ଥିବା ଅସୁବିଧା ଦେଇ ଗତି କରୁଛି । ବର୍ତମାନ ଗୋଟିଏ କ୍ୟାମ୍ଫସରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୪୭୦ଜଣ ପିଲା ପାଠ ପଢୁଥିବା ବେଳେ ତାଙ୍କୁ ଶିକ୍ଷା ଦାନ ଦେବା ପାଇଁ ମାତ୍ର ୧୩ଜଣ ଶିକ୍ଷକ ନିଯୁକ୍ତ ଅଛନ୍ତି । ଦିର୍ଘ ବର୍ଷ ହେବ ବିନା ପ୍ରଧାନ ଶିକ୍ଷକରେ ଚାଲିଥିବା ବେଳେ ଦୁଇ ବର୍ଷ ହେବ ବିନା ହିନ୍ଦୀ ଶିକ୍ଷକ ଏବଂ ଗୋଟିଏ ବର୍ଷ ହେବ ବିନା ବିଜ୍ଞାନ ଶିକ୍ଷକରେ ପାଠ ପଢା ଚାଲିଛି । ଏପରିକି ଦୁଇ ବର୍ଷ ହେବା ଜଣେ କିରାଣିକୁ ମଧ୍ୟ ଏହି ବିଦ୍ୟାଳୟରୁ ପଦ୍ମପୁର ବିଇଓ ଅଫିସକୁ ଡେପୁଟେସନରେ ନେଇ ଆଉ ବିଦ୍ୟାଳୟକୁ ଫେରାଉ ନାହାନ୍ତି । ଆହିରି ମଧ୍ୟ ଏହି ବିଦ୍ୟାଳୟରୁ ଏଇ ଅଳ୍ପ ଦିନ ମଧ୍ୟରେ ପ୍ରାଥମିକ ବିଦ୍ୟାଳୟ ସ୍ତରର ୨ଜଣ ଶିକ୍ଷକଙ୍କୁ ମଧ୍ୟ ବିଇଓ କାର୍ଯ୍ୟଳୟ ତରଫରୁ ସରପ୍ଳସ ଦେଖାଇ ଟାଣି ନେଇ ଯାଇଛନ୍ତି । କେବଳ ଯେ ଶିକ୍ଷକ ଅଭାବ ତାହା ନୁହେଁ ପିଲାଙ୍କ ଶିକ୍ଷା ଗ୍ରହଣ ପାଇଁ ଶ୍ରେଣି କୋଠରିର ମଧ୍ୟ ଅଭାବ ପରିଳକ୍ଷିତ ହେଉଛି । ସବୁଠୁ ଦୁଃଖର ବିଷୟ ଯେ ବିଦ୍ୟାଳୟର ଶିକ୍ଷକ ସମସ୍ୟାକୁ ନେଇ ବିଦ୍ୟାଳୟ କତୃପକ୍ଷ ଏବଂ ଅଭିବାବକ କମିଟି ପୃଥକ ପୃଥକ ଭାବେ ଜିଲ୍ଳାପାଳ ଏବଂ ଶିକ୍ଷା ଜିଲ୍ଳା ଅଧିକାରୀଙ୍କ ବାରମ୍ବାର ଦୃଷ୍ଟି ଆର୍କଷଣ କରିସାରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । କେବଳ ଶୁଖିଳା ପ୍ରତିଶୃତି ଛଡା ଆଉ କିଛି ମିଳୁ ନ ଥିବା ଅଭିଯୋଗ ହେଉଛି । ଉଚ୍ଚ ପଦସ୍ଥ ଅଧିକାରୀଙ୍କ ବିଦ୍ୟାଳୟ ପ୍ରତିଥିବା ବୈମାତୃକ ମନୋଭାବକୁ ନେଇ ଅସନ୍ତୋଷ ପ୍ରକାଶ ପାଇବା ସହ ଆସନ୍ତା ଶୁକ୍ରବାର ଦିନ ଅଭିବାବକ କମିଟି ତରଫରୁ ସ୍କୁଲ ଫାଟକରେ ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ତାଳା ଝୁଲାଇଦିଆଯିବା ପାଇଁ ସ୍ଥିର କରାଯାଇଛି । ଏ ସଂପର୍କରେ ଜିଲ୍ଳାଶିକ୍ଷାଧିକାରୀ ପ୍ରକାଶ ଯୋଷୀଙ୍କୁ ଯୋଗାଯୋଗ କରିବାରୁ “ବିଦ୍ୟାଳୟରେ ଥିବା ସମସ୍ୟା ଉପରେ ଅବଗତ ଅଛି ଆସନ୍ତା ଅଗଷ୍ଟ ଶେଷ ସୁଦ୍ଧା ଶିକ୍ଷକ ଏବଂ କିରାଣି ସମସ୍ୟାର ସ୍ଥାୟୀ ପ୍ରତିକାର କରିବି । ପ୍ରଧାନ ଶିକ୍ଷକ ନିଯୁକ୍ତି ମୋ ହାତରେ ନାହିଁ । ମୁଁ ମଧ୍ୟ ବିଦ୍ୟାଳୟର ସ୍ଥାୟୀ ପ୍ରତିକାର ଚାହୁଁଛି ବୋଲି ପ୍ରକାଶ କରିଥିଲେ” । ଯଥାଶିଘ୍ର ବିଦ୍ୟାଳୟରେ ଥିବା ସମସ୍ୟା ଗୁଡିକର ସମାଧାନ ପ୍ରତି ବିଭାଗିୟ ଅଧିକାରୀ ଆଗେଇ ଆସନ୍ତୁ ବୋଲି ବୁଦ୍ଧିଜୀବି ମହଳରେ ଦାବୀ ହେଉଛି ।   

0
0
0
s2sdefault