ପୁଣି କମ୍ପିବ ବାରିମୂଳ, ରାସ ରଚିବେ ମାନ୍ୟବର !

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

କଟକ : ରସ ଶେଖର ବାଳ ଗୋପାଳ ଅବତାର ପରମ ପ୍ରେମମୟ ରସିକ ଚୁଡାମଣି ମାନ୍ୟବର ସନ୍ତୋଷ ରାଉଳ ଓରଫ ବାବା ସାରଥୀଙ୍କୁ ମାମୁ ଘର ଲୀଳାରୁ ମିଳିଛି ସାମୟିକ ମୁକ୍ତି । ପୁଣି ବାରିମୂଳ ଅଧିପତି ରଚିବେ ତାଙ୍କ ରାସ । ବାଳ ଗୋପାଳ ଲୀଳା ରଚିବାର ସମ୍ଭାବନା ସୃଷ୍ଟି ହୋଇଛି ବାରିମୂଳରେ । ମିଳିଛି ଜାମିନ ସନ୍ତୋଷ ରାଉଳଙ୍କୁ । ଆଉ ସେ ଜାମିନ ସର୍ତ୍ତମୂଳକ । ମୁକୁଲିବେ  ମାତୁଲାଳୟରୁ । ଜମିବ ପୁଣି ଖେଳ, ଲାଗିଯିବ ଭକ୍ତଙ୍କ ମେଳ । ଅବଶ୍ୟ ଭଣ୍ଡାମି ଧରା ପଡି ଜେଲ ଯିବା ପରେ ଯଦିଓ ତାଙ୍କ ଭକ୍ତଙ୍କ ପ୍ରଚାର ଥମି ଯାଇଥିଲା, ହେଲେ ଲୁଚାଚୋରା ଭାବେ ଚାଲିଥିଲା ଉଦ୍ୟମ ସାରଥୀ ଓରଫ ସନ୍ତୋଷ ରାଉଳଙ୍କୁ ନିର୍ଦ୍ଦୋଷ ବୋଲି ଉପସ୍ଥାପିତ କରିବା ପାଇଁ । ଆଉ ଗତ କିଛିଦିନ ଧରି ଜୋରସୋର ପ୍ରଚାର ଜାରି ରହିଛି । ଦେଖାଯାଉ ସେକ୍ସ ସ୍କାଣ୍ଡାଳରେ ଫସି ଜେଲ ଯାଇଥିବା ସନ୍ତୋଷ ରାଉଳ ପୁଣି କି ଲୀଳା ରଚିବେ ତାକୁ ଅପେକ୍ଷା । ଯଦି ବାରିମୂଳକୁ ନେଇ ଅଦାଲତୀ କଟକଣା ଥାଏ ତେବେ ଅନ୍ୟକେଉ ସ୍ଥଳରେ ମାନ୍ୟବର ନିତ୍ୟ ରାସ ରଚି ପାରନ୍ତି |

0
0
0
s2sdefault