ଫସଲ ବୀମାର ପୁନଃ ମୂଲ୍ୟାୟନ ଦାବିରେ ଚାଷୀ ସ୍ୱାଭିମାନ ପଦଯାତ୍ରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଧର୍ମଗଡରୁ ସୁଶାନ୍ତ ରାଉତ

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକଜ ବାଦ ପଡିଥିବା  ବିଭିନ୍ନ ଗ୍ରାମପଞ୍ଚାୟତ କୁ2018-19 ଫସଲ ବୀମା ପ୍ରଦାନ କରିବା,ମାନଝରି, ବୃନ୍ଦାବାହାଲ,ଚାପରିଆ, ମହାଲିଙ୍ଗ,କେଗାଁ, ସିନାପାଲି ଭଳି 9ଗୋଟି ଗ୍ରାମପଞ୍ଚାୟତ କୁ2018-19ରେ ଘୋଷଣା ହୋଇଥିବା ଫସଲ ବୀମା ର ପୁନଃ ମୂଲ୍ୟାୟନ ଦାବିରେ ଗୋଳାମୁଣ୍ଡା କିଷାନ ସଂଘ ପକ୍ଷରୁ ଦିନିକିଆ ଚାଷୀ ସ୍ୱାଭିମାନ ପଦ ଯାତ୍ରା ଅନୁଷ୍ଠିତ ହୋଇଯାଇଛି|

ଏହି ଅବସରରେ ଗୋଲାମୁଣ୍ଡା ଠାରୁ ଏକ ବିଶାଳ ପଦ ଯାତ୍ରା ବାହାରି ଧର୍ମଗଡ଼ ଉପଜିଲ୍ଲାପାଳ କାର୍ୟାଲୟ ପର୍ଯ୍ୟନ୍ତ ପହଞ୍ଚି ବା ସହ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା| ଏହି ଶୋଭା ଯାତ୍ରା ରେ ଗୋଲାମୁଣ୍ଡା ବ୍ଲକ ର ଶହ ଶହ ଚାଷୀ ଯୋଗଦେଇଥିଲ| ଗୋଲାମୁଣ୍ଡା ବ୍ଲକ ର 80ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରୁଥିବା ବେଳେ ତୁରନ୍ତ ଏହାର ସମାଧାନ ନ ହେଲେ ଆଗାମୀ ଦିନରେ ଚାଷୀ ଆନ୍ଦୋଳନକୁ ଭୟାବହ କରାଯିବାକୁ ଚେତାବନୀ ଦିଆଯାଇଛି ।

0
0
0
s2sdefault