ପନ୍ଦରା ସମାଜର ରାଜ୍ୟସ୍ତରୀୟ ସମ୍ମିଳନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ନିଖିଳ ଓଡିଶା ପନ୍ଦରା ସମାଜର ରାଜ୍ୟସ୍ତରୀୟ ସମ୍ମିଳନୀ ବ୍ରହ୍ମପୁରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗ ଦେଇଥିବା ବେଳେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ମୁଖ୍ୟ ବକ୍ତା ଭାବେ ମଂଚାସିନ ଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ପାରଳାଖେମୁଣ୍ଡି ବିଧାୟକ ନାରାୟଣ ରାଓ ପନ୍ଦରା ସମାଜର କର୍ମକର୍ତ୍ତାକୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ସମ୍ମିଳନୀରେ ପନ୍ଦରା ସମାଜର ଏକ ହଜାରରୁ ଉର୍ଧ୍ବ ସଦସ୍ୟ ଯୋଗ ଦେଇଥିଲେ ।

0
0
0
s2sdefault