ଆଜିର ମଜା, କାଲି ହୋଇପାରେ ସଜା !!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବୁଢା ହେବାର ପ୍ରତିଦ୍ବନ୍ଦ୍ବିତା ଲାଗିଛି ସୋସିଆଲ ମିଡିଆରେ

ବଡ଼ଲୋକ ମାନଙ୍କୁ ମୁଣ୍ଡିଆ ମାରିଲେ ଆଶୀର୍ବାଦ ମିଳେ ଆୟୁସ୍ମାନ ହୋଇଥା | ବିବାହିତ ମହିଳା ମାନେ ମୁଣ୍ଡିଆ ମାରିଲେ ଆଶୀର୍ବାଦ ମିଳେ " ଅହ୍ୟ ସୁଲକ୍ଷଣୀ ହୋଇ ଥା" ବା "ତୋ ହାତ କାଚ ବଜର ହୋଇଥାଉ"  | ସ୍ତ୍ରୀ ଟି ତା ସ୍ୱାମୀର ଦୀର୍ଘ ଜୀବନ ପାଇଁ ସାବିତ୍ରୀ ବ୍ରତ, କରବା ଚଉଥ ବା ବିଭିନ୍ନ ଓଷା ଉପାସ କରିଦିଏ | ଦାଢ଼ି ନିଶା ବାଳ ଯଦି ଧଳା ଦେଖାଯାଏ ଲୋକ କହନ୍ତି ଟିକେ ରଙ୍ଗ ମାରିଦେଉନୁ ! ବୟସ ବଢିବା ବୁଢା ହେବ ଯଦିଓ ବା ମୃତ୍ୟୁ ହେବା ଯଦିଓ ଏକ ମାତ୍ର ସତ୍ୟ, ତଥାପି ମନ ଭିତରେ ଅଂନେକଙ୍କ ଇଛା ନଥାଏ " ମୁ ବୁଢା ଏତେ ଜଲ୍ଦି ହୋଇଯାଏ ବା ମୋର ବୟସ ଏତେ ଶୀଘ୍ର ସରିଯାଉ " | ହେଲେ ଗତ କିଛି ଦିଅଁ ଧରୀ ଫେସବୁକ, ଇଂସ୍ଟଗ୍ରାମ, ଭାଟସାପରେ ଅନେକ ଲୋକ ହଠାତ ବୁଢା ହୋଇ ଯାଇଥିବା ବା ସେମାନଙ୍କୁ ଅକାଳ ବାର୍ଦ୍ଧକ୍ୟ ମାଡି ବସିବା ଭଳି ଦେଖିବାକୁ ମିଲିଛି | ଆଉ ତାହା ଏକ ଆପର କମାଲ, ଯାହା ନା ହେଲା "ଫେସ ଆପ" | ଏଇ ଫେସ ଆପ ବ୍ୟବହାର କରି ଲୋକମାନେ ନିଜର ବୁଢା ଫୋଟୋକୁ ସୋସିଆଲ ମିଡିଆରେ ଅପଲୋଡ଼ କରି ଆନନ୍ଦ ପାଉଛନ୍ତି |  ମଜା ବି ଲାଗୁଚି ଏସବୁ କରିବାକୁ | ହେଲେ ଏହି କୁତୁ କୁତୁ ବା ମଜା ଯେ କେତେବେଳେ ସଜା ପାଲଟିଯିବ ସେହି ଆଶଙ୍କାକୁ ଏଡାଇ ଦିଆଯାଇନପାରେ | ସବୁଠୁ ଭୟଙ୍କର ଯଥା ହେଲା ଏହି ଆପ ବ୍ୟବହାରକାରୀଙ୍କର ସମସ୍ତ ବ୍ୟକ୍ତିଗତ ତଥ୍ୟ ହାସଲ କରିଥାଏ, ଯାହାକି ମିସୟୁଜ ହେବାର ଆଶଙ୍କା ବି ରହିଛି |
ABP ପକ୍ଷରୁ ପ୍ରସ୍ତୁତ ରିପୋର୍ଟ ରେ କୁହାଯାଇଛି ଯେ ଏହି ଆପକୁ ଏ ଯାବତ ୧୦କୋଟିରୁ ଅଧିକ ଲୋକ ଡାଉନଲୋଡ଼ କରିସାରିଛନ୍ତି | ହେଲେ ଏହି  ଆପ କ୍ଷତିକାରକ ପ୍ରମାଣିତ ହୋଇପାରେ, ଆଉ ଆପଣଙ୍କ ବ୍ୟକ୍ତିଗତ ଗୋପନୀୟତାର ଉଲ୍ଲଙ୍ଘନ ହୋଇପାରେ | ଆଉ ଏହା କରିବାକୁ ଏହି ଆପକୁ ଆପଣ ହିଁ ଅନୁମତି ଦେଇଥାନ୍ତି | ଏହି ଫେସ ଆପ ଚାଲେଞ୍ଜରେ ରାତାରାତି ସାମିଲ ହୋଇ ବହୁ ସେଲିବ୍ରିଟି ନିଜ ନିଜ ବୁଢା ବୁଢ଼ୀ ଫୋଟୋ ସୋସିଆଲ ମେଡିଆରେ ଛାଡିଛନ୍ତି |ହେଲେ ଏହାର କ୍ଷତିକାରକ ଦିଗକୁ ଦୃଷ୍ଟିରେ ରଖି ଆମେରିକାର ଜଣେ ସଂସଦ ଏହି ଆପର ତଦନ୍ତ ଏଫବିଆଇ ଦ୍ୱାରା କରାଇବା ପାଇଁ ଦାବି କରିଛନ୍ତି | କାରଣ ଫେସ ଆପ ଆପଣଙ୍କ ଫୋଟୋକୁ ଯେ କୌଣସି ଭାବେ ବ୍ୟବହାର କରିପାରେ | ଆପଣଙ୍କ ବ୍ୟକ୍ତିଗତ ଗୋପନୀୟତାକୁ ତୃତୀୟ ପକ୍ଷକୁ ହସ୍ତାନ୍ତର କରିପାରେ | କାରଣ ଆପଣଙ୍କ ଫୋଟୋ ଆପଣଙ୍କ ଗ୍ୟାଲେରୀରୁ ଫେସ ଆପର ସର୍ଭରରେ ରହିଥାଏ | ଫେସଆପ ପକ୍ଷରୁ ୪୮ ଘଂଟାରେ ଫୋଟୋ ରିଲିଜ କରିଦିଆ ଯାଏ ଓ କୌଣସି ଥାର୍ଡ଼ ପାଟିକୁ ଡାଟା ବିକ୍ରି କରେନାହି ବୋଲି ସଫେଇ ଦେଇଛି | ଆଧାର କାର୍ଡ ମାଧ୍ୟମରେ ବ୍ୟକ୍ତିଗତ ଗୋପନୀୟତା ଲିକ ହୋଇଯାଉଛି ବୋଲି ବହୁତ ହୋ ହାଲ୍ଲା ହୋଇଗଲା, ହେଲେ ଏବେ ଏହି ବିଦେଶୀ ଆପ ଆମର ବ୍ୟକ୍ତିଗତ ଗୋପନୀତାକୁ ନେଇ କିଭଳି ୟୁଜ କରିବ ତାହା ଆମେ ଜାଣି ପାରିବା ନାହିଁ | କାରଣ ଆପ ଡାଉନଲୋଡ଼ କରିବା ପୂର୍ବରୁ ରହିଥିବା ସର୍ତ୍ତାବଳିରେ ଥାଏ କି ଉତ୍ତମ ସେବା ଯୋଗାଇଦେବା ପାଇଁ ଆପଣଙ୍କ ବ୍ୟକ୍ତିଗତ ଗୋପନୀୟତା ଓ ଫୋଟୋକୁ ତୃତୀୟ ପକ୍ଷକୁ ଦିଆଯାଇପାରିବ | ତେଣୁ ଏହି ଆପ ବ୍ୟବହାରକାରି ମାନେ ଟିକେ ସତର୍କ ରହିଲେ  ଭବିଷ୍ୟତରେ କୌଣସି ଟେନସନରୁ ମୁକ୍ତି ମିଳିପାରିବ |

0
0
0
s2sdefault