ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା : ପ୍ରଧାନମନ୍ତ୍ରୀ -ମୁଖ୍ୟମନ୍ତ୍ରୀଙ୍କୁ ୫ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଗୁଣପୁର ରୁ ସିଦ୍ଧାର୍ଥ ଦାଶ ଙ୍କ ରିପୋର୍ଟ : ରାଜ୍ୟର କୋଣ ଅନୁକୋଣରେ କାର୍ଯ୍ୟରତ ପତ୍ରକାର ଓ ବୈଦ୍ୟୁତିକ ସାମ୍ବାଦିକ ମାନଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାର ଓ ଅସମ୍ମାନକୁ ବିରୋଧ କରି ଗୁଣପୁର ଉପଖଣ୍ଡ ର କାର୍ଯ୍ୟରତ ସାମ୍ବାଦିକ ମାନେ ଆଜି ଉପ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀ , ମାନ୍ୟବର ରାଜ୍ୟପାଳ , ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟ ରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।  ସାମ୍ବାଦିକ ମାନଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାର ଏକ ନିନ୍ଦନିୟ ଘଟଣା ବୋଲି କାର୍ଯ୍ୟରତ ସାମ୍ବାଦିକ ମାନେ ମତ ପ୍ରକାଶ କରିଛନ୍ତି ।
ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ସାମ୍ବାଦିକ ଙ୍କ ପ୍ରତି ହେଉଥିବା ଏତାଦୃଶ୍ୟ ବ୍ୟବହାର କୁ ସାଧାରଣ ରେ ନିନ୍ଦା ପ୍ରକଟ କରାଯାଇଛି । ଆଗାମୀ ଦିନ ରେ ଏଭଳି ଘଟଣା ଭିଆଉଥିବା କର୍ମଚାରୀ ଓ ବ୍ୟକ୍ତି ବିଶେଷ ଙ୍କ ପ୍ରତି ରାଜ୍ୟ ସରକାର ଦୃଢ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି କୁହାଯାଇଛି ।  ଗୁଣପୁର ଉପଖଣ୍ଡ ର କାର୍ଯ୍ୟରତ ସାମ୍ବାଦିକଙ୍କ ପକ୍ଷରୁ ଦିଆଯାଇଥିବା ସ୍ମାରକ ପତ୍ର ରେ ୫ ଦଫା ସମ୍ବଳିତ ଦାବି ଉପସ୍ଥାପନା କରିଛନ୍ତି ।
ଏଥିରେ ସାମ୍ବାଦିକ ଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା କର୍ମଚାରୀଙ୍କ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯାଉ ,  କାର୍ଯ୍ୟରତ ସମସ୍ତ ସାମ୍ବାଦିକ ଙ୍କୁ ବୀମା ଅନ୍ତରଭୁକ୍ତ କରାଯିବା, ସମସ୍ତ ସାମ୍ବାଦିକ ମାନଙ୍କୁ ବିନା ମୂଲ୍ୟରେ  ମେଡ଼ିକାଲ ସୁବିଧା ଦିଆଯିବା , ବ୍ଲକସ୍ତରରୁ ରାଜ୍ୟ ସ୍ଥର ପର୍ଯ୍ୟନ୍ତ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ଙ୍କୁ ପୋଲିସ ସୁରକ୍ଷା ବଳୟ ଯୋଗାଇବା ନିମନ୍ତେ ଜିଲ୍ଲା ଆରକ୍ଷୀ ଅଧିକାରୀ ଏବଂ ସ୍ଥାନୀୟ ଥାନା ଅଧିକାରୀ ଙ୍କୁ କଡ଼ା ନିର୍ଦ୍ଦେଶ  ଦିଆଯିବା , କାର୍ଯ୍ୟରତ ସାମ୍ବାଦିକ ଙ୍କୁ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯିବା ଭଳି ଦାବି ଗୁଡ଼ିକ ରହିଛି |

0
0
0
s2sdefault