ଶ୍ରାବଣର ପ୍ରଥମ ସୋମବାର, ବିଭିନ୍ନ ଶୈବପୀଠରେ ପ୍ରସ୍ତୁତି ଜୋରଦାର୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୋମନାରୁ ଭାଗିରଥି ଭୋଇ: ରାତିପାହିଲେ  ପବିତ୍ର ଶ୍ରାବଣ ମାସ ପ୍ରଥମ ସୋମବାର। ସମସ୍ତ ଶୈବପୀଠରେ ଗୁଞ୍ଜରିତ ହେବ ଓଁମ୍ ନମଃ ଶିବାୟଃ ଶବ୍ଦ । ବେଳ ପତ୍ର, ଗୋରସ, ଦୁଦୁରା ଫୁଲ, ନଡିଆ ସହ ପାଣି ଢାଳି ମନାସିବେ ମହାଦେବଙ୍କୁ । ଏନେଇ ବିଭିନ୍ନ ଶୈବପୀଠମାନଙ୍କରେ ମଧ୍ୟ ପ୍ରସ୍ତୁତି ଜୋରଦାର ଦେଖିବାକୁ ମିଲିଛି । ଭକ୍ତମାନେ କିଭଲି ସୁବିଧାରେ ମହାଦେବଙ୍କ ଦର୍ଶନ କରିବେ ତାକୁ ନେଇ ସମସ୍ତେ ବ୍ୟସ୍ତ । ବୁଦ୍ଧିକୋମନାର ପାତାଳେଶ୍ଵର ମନ୍ଦିର, ଉଦ୍ୟାନବନ୍ଧ ମନ୍ଦିର, ଘୋଟସର ଶିବ ମନ୍ଦିର, କୋମନା ଶିବ ମନ୍ଦିର, ସାନ ମହେଶ୍ଵର ଶିବ ମନ୍ଦିର ରେ ପ୍ରସ୍ତୁତି ଜୋରଦାର୍ । ସେହିଭଳି ତିଖାଳି ଡ୍ୟାମରେ ନବ ନିର୍ମିତ ଶିବ ମନ୍ଦିର ରେ ଶ୍ରଦ୍ଧାଳୁ ପ୍ରବଳ ସମାଗମ ହେବ ବୋଲି ଜଣାପଡିଛି । ଏଠିକାର ପ୍ରାକୃତିକ ପରିବେଶ ର ମଜାନେବା ସହ ଶିବଙ୍କ ଦର୍ଶନ କଲେ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଧରମସାଗର ଗ୍ରାମର କମଲ ନାଗ କହିଛନ୍ତି ।

0
0
0
s2sdefault