କୋମନାରେ ମରୁଡିର ପଦଧ୍ଵନି, ଚାଷୀକୂଳ ଚିନ୍ତାରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୋମନା/ଭାଗିରଥି ଭୋଇ - ନୂଆପଡା ଜିଲା କୋମନା ବ୍ଲକ ରେ ମରୁଡିର ସମ୍ଭାବନା ଦେଖାଦେଲାଣି । ବର୍ତ୍ତମାନ ଯାଏଁ ଆବଶ୍ୟକତା ଠାରୁ କମ ବର୍ଷା ହେଇଥିବାରୁ ଚାଷୀକୂଳ ଚିନ୍ତାରେ । ଯାହା ଫଳରେ ଧାନର ବେଉସଣ, ଧାନ ରୁଆ ଭଲି କାର୍ଯ୍ୟ ଆଗେଇ ପାରୁନି । ଆସନ୍ତା ୧୫ ରୁ ୨୦ ଦିନ ମଧ୍ୟରେ ବର୍ଷା ନ ହେଲେ ପରିସ୍ଥିତି ଆହୁରି ସଂଗିନ ହେବ ବୋଲି ଚାଷୀ ଅଲୋଚନା ହେଲାଣି । କୋମନା ବ୍ଲକରେ ଏବେ ଯାଏଁ ୧୬୪.୬୦ ମି.ମି ବର୍ଷା ହୋଇଛି ଯାହାକି ଆବଶ୍ୟକତା ଠାରୁ ବେଶି କମ୍ । ସେହିଭଲି ଆମଦାନକାରୀ ଶସ୍ୟ କପା ଚାଷ ମଧ୍ୟ ବେଶ ଆଶା କରି କରିଥିଲେ ଚାଷୀ । ମୌସୁମି ବର୍ଷାକୁ ନେଇ ଖୁସି ଥିଲେ ଚାଷୀ ହେଲେ ହଠାତ୍ ଉଭାନ ମାରିଲା ମୌସୁମୀ । ଧାର, କରଜ କରି କରିଥିବା ଚାଷ ଯଦି ନ ହୁଏ ତେବେ ଚାଷୀ କଣ କରିବ, ଚିନ୍ତା କରି ପାରୁନି । ସେଆଡେ ଆସନ୍ତା ୫ ତାରିଖ ଯାଏଁ ଓଡିଶାରେ କୌଣସି ବଡ ଧରଣ ର ବର୍ଷା ନାହି ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଭାଗ ।  ଯଦି ଏଥର ବର୍ଷା ନ ହୁଏ ତେବେ ଲଗାତାର ୪ର୍ଥ ଥର ମରୁଡି ର ଶିକାର ହେବ ନୂଆପଡା ଜିଲା । ଏବେ ସମସ୍ତଙ୍କ ପ୍ରଶ୍ନ ବର୍ଷା କେବେ ଆସିବ ?
 

0
0
0
s2sdefault