୬ମାସ ନପୁରୁଣୁ ଆଁ କଲାଣି ରାସ୍ତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର(ନିରୋଜ ମିଶ୍ର) ;ସଇଁନ୍ତଲା ବ୍ଲକ ରେ ଦିନକୁ ଦିନ ଦୁର୍ନିତି ବଢୁଥିବା ବେଲେ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି ।ଏବଂ ଦେଖିବାକୁ ମିଲିଛି ସଇଁନ୍ତଲା ବ୍ଲକ  ଡୁଙ୍ଗୁରିପାଲି ପଂଚାୟତ କୁଆଁରଗାଁ ରଶିଆପଡା କୁ ସଂଯୋଜ କରୁଥିବା ରାସ୍ତାରେ ଏକ ପୋଲ ନିର୍ମାଣ ସହିତ ରାସ୍ତା ମଧ୍ୟ ତିଆରି ହୋଇଛି ।ହେଲେ ଅତି ନିମ୍ନ ମାନର ହୋଇଥିବା ଯୋଗୁ ୬ମାସ ନପୁରୁଣୁ ରାସ୍ତା ଅତ୍ୟକ୍ତ ବେହାଲ ହୋବାରେ ଲାଗିଛି ।ସୂଚନାରୁ ପ୍ରକାଶ ଯେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ପୋଲ ନିର୍ମାଣ ସହିତ ରାସ୍ତା ପାଇଁ ୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି । ହେଲେ ଅତି ନିମ୍ନ ମାନର କାମ ହୋଇଥିବା ଯୋଗୁ ବର୍ଷା ହେଲେ ରାସ୍ତାରେ ଜିବା ଆସିବା ପାଇଁ ସ୍ଥାନୀୟ ଲୋକ ମାନଙ୍କୁ ବେହାଲ ହେବାକୁ ପଡୁଛି । ଏହା ସହିତ ରାସ୍ତାରେ ରୁଗୁଡି ବିଛାଇ ବା ସହିତ ପୋଲ  କାମରେ ନିମ୍ନ ମାନର ମେଟାଲ,ଚିପସ,ସିମେଣ୍ଟ ବ୍ୟବହାର ନେଇ ସ୍ଥାନିୟ ଅଂଚଳ ବାସୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଁଛି ।ଅନ୍ୟ ପକ୍ଷରେ ବିଭାଗିୟ ଅଧିକାରୀ ମାନେ ଠିକାଦାରଙ୍କ ଠାରୁ ପିସି ନେଇ କାମକୁ ଯାଞ୍ଚ ନକରି କରି ବିଲ ପାସ କରୁଥିବା ନେଇ ସରକାରୀ ଯୋଜନାରେ ସ୍ୱଚ୍ଛତା ପ୍ରତି ଯତ୍ନବାନ ହେବାକୁ ମତ ପ୍ରକାଶ ପାଉଛି ।ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବାକୁ ଦାବି ହେଉଛି ।

0
0
0
s2sdefault