ବ୍ୟାଙ୍କ ଅଫ୍ ବରୋଦାର ୧୧୨ ତମ ପ୍ରତିଷ୍ଠା ଦିବସ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/Neelamber Deep :- ବ୍ୟାଙ୍କ ଅଫ୍ ବରୋଦା ପଦ୍ମପୁର ଶାଖା ତରଫରୁ ସ୍ଥାନୀୟ ବ୍ୟାଙ୍କର ୧୧୨ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଦିବସରେ ଶାଖା ର ଶତାଧିକ ଗ୍ରାହକ ଯୋଗଦାନ କରିଥିଲେ । ଏହି ଅବସରରେ ଶାଖା ପରିଚାଳକ ଦୀପକ ବର୍ମା କେକ୍ କାଟିଥିଲେ ଏବଂ ଅପରାହ୍ନ ରେ ସତୀଭଟା ସ୍ଥିତ ସତୀଭଟା ପ୍ରାଥମିକ ସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କୁ ଖାତା ଓ ପେନସିଲ୍ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ବ୍ୟାଙ୍କ ର ଯୁଗ୍ମ ପରିଚାଳକ ଶ୍ରୀକାନ୍ତ ବାରିକ , ସହ ପରିଚାଳକା ସୁଦେଷ୍ଣା ନାୟକ ପରିଚାଳନା କରିଥିବା ବେଳେ ବ୍ୟାଙ୍କ କର୍ମଚାରୀ ସନ୍ତୋଷ ପ୍ରଧାନ ,ସୁଧୀର କିଷନ, ଅଜିତ ସାହୁ ,କ୍ଷେତ୍ରବାସୀ ଭୁଏ ଅନାଦି ବରିହା ସହଯୋଗ କରିଥିଲେ।

0
0
0
s2sdefault