ଇଏ ଜଣେ ଶିକ୍ଷକ ଟି !!! ମୁହଁକୁ ଲାଜ ନାହିଁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )-ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅନ୍ତର୍ଗତ ଖଡିକାପଦା ଉନ୍ନୀତ ଉପ୍ରା ବିଦ୍ୟାଳୟ ରେ ଷଷ୍ଠ ଶ୍ରେଣୀ ଛାତ୍ରୀ ଙ୍କୁ ଅସଦାଚରଣ ଅଭିଯୋଗରେ ଆଜି ପୁଲିସ ଦ୍ୱାରା ଗିରଫ ହୋଇଛନ୍ତି ଏକ ରସିକିଆ ସହକାରୀ ଶିକ୍ଷକ । ଶିକ୍ଷକ ସଂଗ୍ରାମ କେଶରୀ ମହାନ୍ତି ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରି ଥିବା ନେଇ ପିଡ଼ିତା ନାବାଳିକା ଛାତ୍ରୀ ନିଜ ପରିବାରର ସଦସ୍ୟମାନଙ୍କ ସମ୍ମୁଖରେ ପ୍ରକାଶ କରିବା ପରେ ଘଟଣା ପଦାକୁ ଆସିଥିଲା । ଫଳରେ ଉତ୍ୟକ୍ତ ଗ୍ରାମବାସୀମାନେ ସ୍କୁଲରେ ପହଞ୍ଚି ଶିକ୍ଷକଙ୍କୁ ଅଟକ ରଖିଥିଲେ । ଏହାକୁ ନେଇ ସ୍କୁଲ ପରିସରରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଥିଲା। ଛାତ୍ରୀଙ୍କ ବାପା ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିକ୍ଷକ ଜଣଙ୍କୁ ଗିରଫ କରିଥିବାର ଜଣାପଡିଛି । ଉକ୍ତ ଶିକ୍ଷକଙ୍କ ରସିକିଆ ଗୁଣ ଆଜି ଗୁରୁଶିଷ୍ୟ ପବିତ୍ର ପରମ୍ପରାରେ କଳା ଦାଗ ଲଗାଇବା ସହ ସମଗ୍ର ଶିକ୍ଷକ ସମାଜର ମୁଣ୍ଡ ତଳକୁ କରାଇ ଦେଇଛି ।

0
0
0
s2sdefault