ଜୁଲାଇ ୩୧ ତାରିଖ ସୁଦ୍ଧା ଜିଲ୍ଲାର ସମସ୍ତ ଚାଷୀଙ୍କୁ କରାଯିବ ଫସଲ ବୀମାଭୁକ୍ତ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 


ଗଜପତି:-ଚାଷୀଙ୍କ ଫସଲ ବୀମା ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି( ବାଳକୃଷ୍ଣ ପାଣିଗ୍ରାହୀ):  ପାରଳାଖେମୁଣ୍ଡି ସ୍ଥିତ ନିୟନ୍ତ୍ରିତ ବଜାର କମିଟି ର ସମ୍ମିଳନୀ କକ୍ଷ ଠାରେ  ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପକ୍ଷରୁ  ଫସଲ ବୀମା ସପ୍ତାହ ଉପଲକ୍ଷେ ଚାଷୀଙ୍କ ଫସଲ ବୀମା ସମ୍ପର୍କିତ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
           ଏହି କାର୍ଯ୍ୟକ୍ରମରେ ସମବାୟ ସଂସ୍ଥାର  ସହକାରୀ ରେଜିଷ୍ଟ୍ରାର  ଟି:ଭି:ପ୍ରସାଦ ରାଓ , ଅତିଥିଭାବେ ଯୋଗଦେଇ  ପ୍ରଧାନମନ୍ତ୍ରୀଙ୍କ ଫସଲ ବୀମା ଯୋଜନା ଦ୍ବାରା ଚାଷୀ ମାନେ କିଭଳି ଉପକୃତ ହୋଇ ତାର ଲାଭ ଉଠାଇ ପାରିବେ। ସେ ସମ୍ପର୍କରେ ବୁଝାଇଥିଲେ ।
        ସେହିଭଳି ଜିଲ୍ଲା ଅଗ୍ରଣୀ-ବ୍ୟାଙ୍କ ପରିଚାଳକ କିଶୋର ଚନ୍ଦ୍ର ନାୟକ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଅଧିକରୁ ଅଧିକ ଚାଷୀ କିଭଳି ଏହି ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ପାରିବେ ଏବଂ ଏ ଦିଗରେ  ବ୍ୟାଙ୍କ ଗୁଡ଼ିକର ଭୂମିକା  କିଭଳି ରହିବା  ଉଚିତ  ସେ ସମ୍ପର୍କରେ ବୁଝାଇ ଥିଲେ
         ଅନ୍ୟପକ୍ଷରେ , ମୁଖ୍ୟତଃ  ଆସନ୍ତା ଜୁଲାଇ ୩୧ ତାରିଖ ସୁଦ୍ଧା ଜିଲ୍ଲାର ସମସ୍ତ ଚାଷୀଙ୍କୁ ଫସଲ ବୀମାଭୁକ୍ତ କରିବା ଦିଗରେ ସମସ୍ତେ ସମନ୍ବୟ ରକ୍ଷା କରି  ଏବଂ ଅଧିକ ଯତ୍ନବାନ ହୋଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଗୁରୁତ୍ଵାରୋପ୍ କରିଥିଲେ ।
         ଏହି କାର୍ଯ୍ୟକ୍ରମରେ  ଓରିଏଣ୍ଟାଲ ଇନସୁରାନସ ର ମାନସ ରଂଜନ ମଲ୍ଲିକ ଯୋଗ ଦେଇ ସମସ୍ତ ବ୍ୟାଙ୍କ ପରିଚାଳକ ଓ ବ୍ୟାଙ୍କ  ଅଧିକାରୀ ମାନଙ୍କୁ ଫସଲ ବୀମା ର ଅନ-ଲାଇନ ପଞ୍ଜୀକରଣ  ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ ।

0
0
0
s2sdefault