ଗଜପତି::୩ ଦିନିଆ ମଡେଲ କ୍ୟାରିଅର ସେଣ୍ଟର - ନିଯୁକ୍ତି ଶିବିର ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ପାରଳାଖେମୁଣ୍ଡି( ବାଳକୃଷ୍ଣ ପାଣିଗ୍ରାହୀ):  ଭାରତ ସରକରଙ୍କ  ଶ୍ରମ ଓ  ରୋଜଗାର ମନ୍ତ୍ରଣାଳୟ ଏବଂ ସେଂଚୁରିଅଂନ ବିଶ୍ବବିଦ୍ୟାଳୟର ଯୌଥ ଉଦ୍ୟମରେ ଗତ ୩ ଦିନ ଧରି ଚାଲିଥିବା ମଡେଲ କ୍ୟାରିଅର  ସେଣ୍ଟର ର  ନିଯୁକ୍ତି ଶିବିର , ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ହୋଇଯାଇଛି ।
          ଏହି ଶିବିରରେ ଗଜପତି ଜିଲ୍ଲାର  ଆଖପାଖ ଅଂଚଳର ୧୨୫ ଜଣ ପ୍ରାର୍ଥୀ ଯୋଗ ଦେଇ ସାକ୍ଷାତକାର ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ସ୍ୱତନ୍ତ୍ର ମାଇକ୍ରୋ ଫାଇନାନ୍ସ ରେ ୭ ଜଣ , ସ୍ୱିଗିରେ ୯ ଜଣ , ଓ ଆଇ:ସି:ଆଇ:ସି: ଆଇ: ବ୍ୟାଙ୍କରେ ୧୪ ଜଣା ପ୍ରାର୍ଥୀ ଯୋଗ୍ୟ ବିବେଚିତ ହୋଇଛନ୍ତି ।
         ଏହି  ନିଯୁକ୍ତି ମେଳାକୁ ଭାରତ ସରକାରଙ୍କ ନେସନାଲ କ୍ୟାରିଅର ସାରଭିସ୍ ଦ୍ବାରା ଅବସ୍ଥାପିତ  ଅଧିକାରୀ  ଶୋଭନ ଦାସ  ଓ ବିଶ୍ବବିଦ୍ୟାଳୟ ଦ୍ୱାରା ନିଯୁକ୍ତ ହୋଇଥିବା ଅଧିକାରୀ  ପ୍ରୋ:କାଳି ପ୍ରସନ୍ନ ପଟନାୟକ ପରିଚାଳନା କରିଥିଲେ ।   ଆଗାମୀ ମାସ ଗୁଡ଼ିକରେ ମଧ୍ୟ ଏହିଭଳି ନିଯୁକ୍ତି ମେଳା , ବିଶ୍ବବିଦ୍ୟାଳୟ ପରିସରରେ ଥିବା ଏମ:ବି:ଏ:  ବିଭାଗରେ ଅନୁଷ୍ଠିତ ହେବ । ଏହି ନିଯୁକ୍ତି ମେଳା ଗୁଡ଼ିକ ସମ୍ପୂର୍ଣ ଭାବେ  ନିଃଶୁଳ୍କ  ଏବଂ  ଯେ , କୋଣସି ବ୍ୟକ୍ତି ଏହି ମେଳାରେ ଅଂଶ ଗ୍ରହଣ କରିପାରିବେ  ବୋଲି କୁହାଯାଇଛି ।

0
0
0
s2sdefault