ନେଭଲ -ଏନ:ସି:ସି: ର ବାର୍ଷିକ ପ୍ରଶିକ୍ଷଣ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି( ବାଳକୃଷ୍ଣ ପାଣିଗ୍ରାହୀ):  ବ୍ରହ୍ମପୁର ନିକଟସ୍ଥ  ଏସ:ଏମ:ଆଇ:ଟି: ଚଣ୍ଡୀପଦର ଠାରେ  ଗତ ୮ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ  ଦୀର୍ଘ ୧୦ ଦିନ ଧରି ଅନୁଷ୍ଠିତ ନେଭଲ -ଏନ:ସି:ସି: ର ବାର୍ଷିକ  ପ୍ରଶିକ୍ଷଣ ଶିବିରରେ ,ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ-ବିଦ୍ୟାଳୟର  ଏନସିସି-କେଡ଼େଟ ମାନେ ଅଂଶଗ୍ରହଣ କରି ବିଭିନ୍ନ ପ୍ରତିଯୋଗିତାରେ  କୃତିତ୍ୱ ଅର୍ଜନ କରିଥିବା ଜଣାଯାଇଛି ।
         ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ଅଞ୍ଚଳରୁ ଆସି  ଅଂଶଗ୍ରହଣ କରିଥିବା କେଡ଼େଟ ମାନଂକ ମଧ୍ୟରେ ମୁଖ୍ୟତଃ  ନୌ-ଚାଳନା , ସଡ଼କ-ସୁରକ୍ଷା , ଅଗ୍ନିଶମ ପ୍ରଶିକ୍ଷଣ , ସାଙ୍କେତିକ , ବାର୍ତ୍ତା-ପ୍ରେରଣ , ପରେଡ଼ , ଦେଶ୍ୱାତ୍ମକ-ବୋଧ , ଚରିତ୍ର-ଗଠନ , ଶାରୀରିକ -ଶିକ୍ଷା , ସ୍ୱଛ୍ୱ-ଭାରତ , ଏବଂ ବନୀକରଣ  ପ୍ରଭୃତି   ବିବିଧ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା ବେଳେ ଏ ସମ୍ପର୍କିତ ଉପରେ  ପ୍ରତିଯୋଗିତା ସବୁ ଅନୁଷ୍ଠିତ ହୋଇଥିଲା ।    
          ଏହି ପ୍ରଶିକ୍ଷଣର ପ୍ରତିଯୋଗିତା ଗୁଡ଼ିକ ମଧ୍ୟରେ  ପାରଳାଖେମୁଣ୍ଣ୍ଡି ମହାରାଜାଙ୍କ ଉଚ୍ଚ ବିଦ୍ୟାଳୟର କେଡ଼େଟ ମାନେ  ଅଂଶଗ୍ରହଣ କରି ମୁଖ୍ୟତଃ ଟ୍ରୁପ ତଥା ଦଳଗତ ପ୍ୟାରେଡ଼ରେ ପ୍ରଥମ ସ୍ଥାନ ଗ୍ରହଣ କରିଥିବାବେଳେ  ଶ୍ରେଷ୍ଠ କେଡ଼େଟ ଭାବେ ବିଦ୍ୟାଳୟର  ଏ: ଈଶ୍ବର ରାଓ ଏବଂ ପ୍ରାଚୀର-ପତ୍ର  ପ୍ରତିଯୋଗିତାରେ ମାନଏଲ ରଈତ  , ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ ।
          ଏହି ବାର୍ଷିକ ପ୍ରଶିକ୍ଷଣ ଶିବିରରେ ବିଦ୍ୟାଳୟର  ନେଭାଲ ଏଫ-ଅଧିକାରୀ ହରିହର ଦାସ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱ।ଧାନ ରେ ୪୪ ଜଣ ନେଭାଲ କେଡ଼େଟ , ଅଂଶଗ୍ରହଣ କରିଥିଲେ ।  ସେଠାରେ , ଏହି ପ୍ରଶିକ୍ଷଣ ଶିବିରର ସମସ୍ତ କାର୍ଯ୍ୟକ୍ରମକୁ  କେମ୍ପ-କମାଁଣ୍ଡେଣ୍ଟ , କର୍ଣଲ ଏନ: ଆର:ଭିଡେ଼  ଏବଂ ସି:ଆଇ: --ପି କେ ରାଓ   ପରିଚାଳନା କରିଥିଲେ ।

0
0
0
s2sdefault