କୃଷି କ୍ଷେତ୍ରରେ ବ୍ୟବହୃତ ବିଦ୍ୟୁତ୍‍ ଦେୟ ଛାଡ଼ କରିବାର ପ୍ରସ୍ତାବ ନାହିଁ: ମନ୍ତ୍ରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

୧୦ ବର୍ଷରେ ୫.୯୩ ଲକ୍ଷ ଚାଷୀଙ୍କୁ ଜଳସେଚନ ପାଇଁ ବିଜୁଳି
୩.୫୦ ଲକ୍ଷ ଚାଷୀଙ୍କ ଉପରେ ୧୨୪୪ କୋଟିର ଦେୟ ବାକି

ଭୁବନେଶ୍ୱର: ୨୦୦୯-୧୦ରୁ ୨୦୧୮-୧୯ ୧୦ ବର୍ଷ ମଧ୍ୟରେ ପ୍ରାୟ ୫.୯୩ ଲକ୍ଷ ଚାଷୀଙ୍କୁ ଜଳସେଚନ ନିମନ୍ତେ ସ୍ୱତନ୍ତ୍ର ରିହାତି ଦରରେ ବିଦ୍ୟୁତ୍‍ ଯୋଗାଇ ଦିଆଯାଇଛି । ସେଥିମଧ୍ୟରୁ ପ୍ରାୟ ୩.୫୦ ଲକ୍ଷ ଚାଷୀ ପ୍ରାୟ ୧୨୪୪ କୋଟି ଟଙ୍କାର ବିଦ୍ୟୁତ୍‍ ଦେୟ ପୈଠ କରିନାହାନ୍ତି ବୋଲି ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ।

ଆଜି ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ଅଣତାରକା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଲେ ଯେ କୃଷି କ୍ଷେତ୍ରରେ ବ୍ୟବହାର ପାଇଁ ସ୍ୱତନ୍ତ୍ର ରିହାତି ଦର ୟୁନିଟ୍‍ ପିଛା ଟ ୧.୫୦ ପଇସା ହିସାବରେ ବିଦ୍ୟୁତ୍‍ ଦିଆଯାଉଛି । ଏଥିପାଇଁ ବିଦ୍ୟୁତ୍‍ ବିତରଣ କମ୍ପାନୀ ସେସୁ, ନେସ୍‍କୋ, ୱେସ୍‍କୋ ଓ ସାଉଥ୍‍କୋ ଦେଇଥିବା ତଥ୍ୟ ଅନୁଯାୟୀ ଗତ ୧୦ ବର୍ଷରେ ୫ ଲକ୍ଷ ୯୩ ହଜାର ୭୩୯ଜଣ ଚାଷୀ ବିଦ୍ୟୁତ୍‍ ବ୍ୟବହାର କରିଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୫୦ ହଜାର ୧୬୦ଜଣ ବ୍ୟବହାରକାରୀ ୧୨୪୩ କୋଟି ୯୯ ଲକ୍ଷ ଟଙ୍କାର ବିଦ୍ୟୁତ୍‍ ଦେୟ ପୈଠ କରିନାହାନ୍ତି । ଏ ନେଇ ସେ କମ୍ପାନୀମାନଙ୍କ ପ୍ରଦତ୍ତ ତଥ୍ୟ ଗୃହରେ ଉପସ୍ଥାପନ କରିଥିଲେ । ତେବେ କୃଷି କ୍ଷେତ୍ରରେ ବ୍ୟବହୃତ ବିଦ୍ୟୁତ୍‍ ଦେୟ ଛାଡ଼ କରିବାର ପ୍ରସ୍ତାବ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଥିଲେ ।

0
0
0
s2sdefault