ଘରପୋଡ଼ି : ରାସ୍ତାରେ ୪ ପ୍ରାଣୀର ପରିବାର , ସରକାରୀ ସହାୟତା ଏକମାତ୍ର ବିକଳ୍ପ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(Dillip Mohanty)- ବାରିପଦା ପୌରପରିଷଦର ମଧୁବନ ଅଞ୍ଚଳରେ ଜୁଲାଇ ୧୮ ବିଳମ୍ବିତ ରାତିରେ ହଠାତ୍ ପ୍ରତିମା ପାତ୍ରଙ୍କ ଘରେ ନିଆଁ ଲାଗିଯାଇଥିଲା । ଖବରପାଇ ଦମକଳବାହିନୀ ପହଁଞ୍ଚିବା ବେଳକୁ ପ୍ରତିମାର ଘର ସହ ସମସ୍ତ ଆସବାବପତ୍ର, ଟଙ୍କା ପଇସା, ଧାନଚାଉଳ , ଲୁଗାପଟା ସବୁ କିଛି ପୋଡ଼ି ପାଉଁଶ ପାଲଟି ଯାଇଥିଲା । ବର୍ତ୍ତମାନ ପ୍ରତିମା ତାର ଚାରି ପ୍ରାଣୀର ପରିବାରକୁ ଧରି ଖୋଲା ଆକାଶ ତଳେ । ଘରପୋଡ଼ି ପ୍ରତିମାର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇ ରାଜରାସ୍ତାକୁ ନେଇ ଆସିଥିବା ବେଳେ ବର୍ତ୍ତମାନ ସରକାରୀ ସହାୟତା ଏକମାତ୍ର ବିକଳ୍ପ ପାଲଟିଯାଇଛି । ବାରିପଦା ତହସିଲରଙ୍କ କାର୍ଯ୍ୟାଳୟର ଆରଆଇ ଘଟଣାସ୍ଥଳରେ ପହଁଞ୍ଚି କ୍ଷୟକ୍ଷତିର ଆକଳନ କରିଯାଇଛନ୍ତି । ତେବେ ବର୍ତ୍ତମାନ ବର୍ଷା ଋତୁ ଥିବା କାରଣରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିମାଙ୍କୁ ସରକାରୀ ସହାୟତା ତୁରନ୍ତ ଯୋଗାଇ ଦେବା ଜରୁରୀ ହୋଇପଡ଼ିଛି ।

0
0
0
s2sdefault