ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷଙ୍କ ଛାତ୍ରମାରଣ ନୂଆ ନିୟମ ପ୍ରଚଳନର ପୁର୍ନବିଚାର ଦାବି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନହେଲେ ଆନ୍ଦୋଳନ ଚେତାବନୀ ଦେଲା  ଭଞ୍ଜସେନା


ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାସ୍ଥିତ ସ୍ୱସ୍ତି ହୋଟେଲ ସମ୍ମିଳନୀ କକ୍ଷରେ ଜିଲ୍ଲାର ଅଣ ରାଜନୈତିକ ଯୁବଛାତ୍ର ସଂଗଠନ ଭଞ୍ଜସେନା ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ  ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷଙ୍କ ଦ୍ୱାରା କାର୍ଯ୍ୟକାରୀ ହେବାକୁ ଯାଉଥିବା ଛାତ୍ରମାରଣ ନୂଆ ନିୟମ ପ୍ରଚଳନର ପୁର୍ନବିଚାର ସହ ଉଚ୍ଚ ଶିକ୍ଷା ବିଭାଗ ଅନୁମୋଦନ ଲାଭ କରିଥିବା ୮ଟି ପାଠ୍ୟକ୍ରମକୁ ନିୟମିତ କରାନଗଲେ  ଭଞ୍ଜସେନାର ଯୁବ ଛାତ୍ର ଶାଖା ପକ୍ଷରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପିଜି କାଉନସିଲ ଅଧକ୍ଷାଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଚେତାବନୀ ଦେଇଛନ୍ତି ସେନାର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ସମାଜସେବୀ ରାକେଶ ସିଂ । ଏଥି ସହିତ ଶ୍ରୀସିଂ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଦେଇଥିବା ସୂଚନା ଆଧାରରେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଉଚ୍ଚ ଶିକ୍ଷାର ପ୍ରସାର ନିମନ୍ତେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା  ନିମନ୍ତେ ଆରମ୍ଭ ହୋଇଥିବା ଐତିହାସିକ ଛାତ୍ର  ଆନେ୍ଦାଳନରେ ଭଞ୍ଜସେନାର ଭୂମିକା ଗୁରୟତ୍ୱପୂର୍ଣ୍ଣ ରହିଥିଲା । କିନ୍ତୁ, ବର୍ତ୍ତମାନର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଜିଲ୍ଲାବାସୀଙ୍କ ତ୍ୟାଗକୁ ଭୂଲିଯାଇ ସ୍ୱେଚ୍ଛାଚାରୀ ମନୋଭାବ ପୋଷଣ ସହ ଛାତ୍ରଛାତ୍ରୀ ମାରଣ ନୀତିକୁ ଆପଣେଇ ନେଇଥିବାରୁ ବହୁ ମେଧାବୀ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେବାର ସମ୍ଭାବନା ସୃଷ୍ଟି କରାଇଛି । ପ୍ରତ୍ୟେକ ବର୍ଷ ପିଜିରେ ନାମ ଲେଖା ସମୟରେ ଛାତ୍ରଛାତ୍ରୀମାନଙ୍କ +୩ର ପାରସେଣ୍ଟେଜ ଅଫ ମାର୍କ ଓ ଏଣ୍ଟ୍ରାନ୍ସ ମାର୍କକୁ ମିଶାଇ ସିଲେକସନ କରାଯାଉଥିବା ବେଳେ ଚଳିତ ବର୍ଷ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମନମୁଖୀ ଭାବେ ନୂଆ ନିୟମ ପ୍ରଚଳନ କରାଇଛନ୍ତି । ଗ୍ରାଜୁଏସନରେ ୬୦ ପ୍ରତିଶତ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ସିଲେକସନ ପ୍ରକ୍ରିୟାରେ ଯେତିକି ମାର୍କ ଦିଆଯିବ ସମାନ ମାର୍କ ଫାଷ୍ଟକ୍ଲାସ ଫାଷ୍ଟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ମିଳିବ । ଉକ୍ତ ନିୟମ ଫଳରେ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ମହାବିଦ୍ୟାଳୟଗୁଡ଼ିକରେ ବହୁ ମେଧାବୀ ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେବାର ଅଧିକ ସମ୍ଭାବନା ଦେଖାଦେଇଛି । ଏଫଏମ, ରେଭେନ୍ସା ଆଦି ବିଭିନ୍ନ ୟୁନିଭାର୍ସିଟିଗୁଡ଼ିକ ପ୍ରଚଳିତ ପୁରୁଣା ନିୟମକୁ ପାଳନ କରୁଥିବା ବେଳେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ବ୍ୟତିକ୍ରମ କାହା ସ୍ୱାର୍ଥରେ ବୋଲି ସେନା ପ୍ରଶ୍ନ ଉଠାଇଛି । ଅନ୍ୟପକ୍ଷରେ ବିଏଡ଼ ଓ ପିଜି କରିବାକୁ ଆଗ୍ରହୀ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟରେ ଏଣ୍ଟ୍ରାନ୍ସ ପରୀକ୍ଷା ଦେଲେ +୩ ପରେ ପ୍ରତ୍ୟେକ ବର୍ଷର ଡ଼ିସକଣ୍ଟିନୁ୍ୟଟି ପାଇଁ ୨ ମାର୍କ ହିସାବରେକେରିଆର ମାର୍କରୁ କଟାଯିବାର ଅଦ୍ଭୁତ ନିୟମ ଲାଗୁ କରାଯାଇଛି । ଫଳରେ +୩ରେ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ଲାଭରୁ ବଞ୍ଚିତ ହେବେ ସହ ସେମାନେ ମାନସିକ ସ୍ତରରେ ଆଘାତ ପାଇବେ ଏବଂ ଭବିଷ୍ୟତ ମଧ୍ୟ ଅନ୍ଧକାର ମଧ୍ୟକୁ ଠେଲିହୋଇଯିବ । ସେହିପରି ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ୮ଟି ପାଠ୍ୟକ୍ରମକୁ ନିୟମିତ କରାଇବା ନିମନ୍ତେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପତ୍ର ସଂଖ୍ୟା ୧୭୨୮୬/୧୧.୦୬.୨୦୧୨୮ ମାଧ୍ୟମରେ ଅନୁମୋଦନ ମିଳିଥିବା ସମୟରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହାକୁ କାର୍ଯ୍ୟକାରୀ କରାଇବା କ୍ଷେତ୍ରରେ ଟାଳଟୁଳ ନୀତିକୁ ଆପଣେଇ ଆସୁଛି । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏତାଦୃଶ କାର୍ଯ୍ୟକୁ ଛାତ୍ର ସମାଜ ଓ ବୁଦ୍ଧିଜୀବୀମାନେ ସମାଲୋଚନା କରିଛନ୍ତି । ଏଣୁ, ମୟୂରଭଞ୍ଜ ଜିଲ୍ଲା ଓ ଜିଲ୍ଲାବାସୀଙ୍କ ସ୍ୱାର୍ଥ ଓ ହକ୍ ପାଇଁ ସଦାସର୍ବଦା ସଂଗ୍ରାମ ଚଳାଇ ଆସୁଥିବା ଭଞ୍ଜସେନା ଅଣ୍ଟାଭିଡ଼ି ଆଗେଇ ଆସି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପ୍ରଚଳିତ ନ୍ୟଆ ନିୟମର ପୁର୍ନବିଚାର କରାଇବା ନିମନ୍ତେ ୨ ଦିନ ସମୟ ଦେଇଛି । ନଚେତ ଭଞ୍ଜସେନାର ଯୁବ ଛାତ୍ର ଶାଖା ପକ୍ଷରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପିଜି ଲାଉନସିଲ କାର୍ଯ୍ୟାଳୟକୁ ଘେରାଉ କରିବାକୁ ବାଧ୍ୟ ହେବ ବୋଲି ଆଜିର ଏହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଚେତାବନୀ ଦେଇଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସେନାର ସଭାପତି ପିଣ୍ଟୁ ମାଇତି, ଅଧ୍ୟକ୍ଷ ସତ୍ୟ ସ୍ୁରୂପ ଦାଶ, ଯୁବ ଛାତ୍ର ସଂଯୋଜକ ରାକେଶ ବେହେରା, ମୁଖପାତ୍ର ଜ୍ୟୋତି ରଞ୍ଜନ ପୃଷ୍ଟି, ବାରିପଦା ଉପଖଣ୍ଡ ସଭାପତି ସାମନ୍ତ ଶେଖର ପାଲ, ଶୁଭମ୍ ଦାସବାବୁ ଓ ମୁକ୍ତି ଦତ୍ତ ପ୍ରମୁଖ କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ |

0
0
0
s2sdefault