ବିଧବାଙ୍କୁ ମିଳୁନି ବିଧବା ଭତ୍ତା, କଣ ସଧବାଙ୍କୁ ମିଳିବ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦୁଃଖରେ କାଳାତିପାତ କରୁଛନ୍ତି ଜାନକୀଙ୍କ ପରିବାର

ଧର୍ମଗଡ଼ରୁ ସୁଶାନ୍ତ ରାଉତ:  ଧର୍ମଗଡ ବ୍ଲକ ଅନ୍ତର୍ଗତ ଡୁମେରଗୁଡା ଗ୍ରାମ ପଞ୍ଚାୟତ କିର୍କକାନି ଗ୍ରାମର ଜାନକୀ ନାଏକଙ୍କୁ  ଆଜି ପର୍ଯ୍ୟନ୍ତ ବିଧବା ଭତ୍ତାଟିଏ ମିଳିପାରୁନାହିଁ  |  ୱାଡ଼ ମେମ୍ବର ଠାରୁ  ପଞ୍ଚାୟତ ବ୍ଲକ ପର୍ଯ୍ୟନ୍ତ ଯାଇ ନିରାଶ ହେଇ ଥକି ପଡିଛନ୍ତି ଜାନକୀ ନାଏକ | ତାଙ୍କ  ସ୍ୱାମୀ ଗତ ତା 0୫/୦୮/୨୦୧୭ ଯକ୍ଷ୍ମା ରୋଗରେ ମୃତ୍ୟୁ ବରଣ କରି ଥିବାବେଳେ ଆଜି ପର୍ଯ୍ୟନ୍ତ ରାସନ କାର୍ଡ ଛଡ଼ା ଅନ୍ୟ କିଛି ସୁବିଧା ମିଳି ନାହିଁ |  ତାଙ୍କ ପରିବାର କଥା ନ କହିଲେ ଭଲ | ବଡ ପୁଅ ଚାଷ କାମ କରି  ପରିବାର ଚଳାନ୍ତି | ଆଉ ଛୋଟ ପୁଅ ଚୌବନ ନାଏକ  ଦାଦନ ଖଟିବାକୁ ବାହାର ରାଜ୍ୟକୁ ଜାଆନ୍ତି | ଝିଅ ମମିତା ନବମ ଶ୍ରେଣୀ ରୁ ପାଠ ଛାଡ଼ିଛନ୍ତି | ଏପରିସ୍ଥଳେ ଅଭାବ ଦାରିଦ୍ର୍ୟ ଭିତରେ କାଳାତିପାତ କରୁଥିବା ଏହି ପରିବାରକୁ ସରକାରୀ ଯୋଜନା ମିଳିବ !

0
0
0
s2sdefault