ରକ୍ଷକ ଯଦି ଭକ୍ଷକ ହୁଏ ଆଉ କହିବା କାହାକୁ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବଲାଙ୍ଗିର : (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) 2018 ମସିହା ରେ ମାଟ୍ରିକ ପରିକ୍ଷାରେ ଭଲ ରିଜଲ୍ଟ ରଖି ସର୍ବାଧିକ ପାଶ୍ ହାର ରଖି ବଲାଙ୍ଗିର ଜିଲ୍ଲା ର  ଗର୍ବ ଓ ଗୌରବ ଅର୍ଜନ କରିଥିବା ତିନୋଟି ବିଦ୍ୟାଲୟ ଜାମଗାଁ , ବିଲେଇସର୍ଡା ଓ ଆଠଗାଁ ହାଇସ୍କୁଲ ସରକାରୀ ଗାଇଡଲାଇନ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି | ଚିଠି ସଂଖ୍ୟା  12909 / 2018/   SME-SSE-0095/2017 ଅନୁଯାଇ ମାଟ୍ରିକ ପରିକ୍ଷାରେ ଭଲ ନମ୍ବର ରଖି ଉତ୍ତିର୍ଣ୍ଣ  ହୋଇଥିବା ଶିକ୍ଷାନୁଷ୍ଠାନ ର  ପ୍ରଧାନ ଶିକ୍ଷକ ଓ  ମାଧ୍ୟମିକ ଶ୍ରେଣୀରେ ଶିକ୍ଷାଦାନ କରୁଥିବା ଶିକ୍ଷକ ଙ୍କୁ ପୁରସ୍କାର ରାଶି ଏକକାଳୀନ ଏକ ଲକ୍ଷ ଟଙ୍କା ଉକୃଷ୍ଟ ବିଦ୍ୟାଲୟ ନିମନ୍ତେ ସମାନ ଭାବରେ ବଣ୍ଟନ କରାଯିବ କିନ୍ତୁ ତାହା ଖୋଲା ଖୋଲି ଉଲଘ୍ମ କରିଥିବା ଅଭିଯୋଗ ହେଇଛି | ପି.ଇ.ଟି ଓ ପ୍ରଇଭେଟ କମ୍ପୁଟର ଶିକ୍ଷକକୁ ଏହି ପୁରସ୍କାର ରାଶି ଦେବାର କୌଣସି ଉଲ୍ଲେଖ ନଥିବା ବେଲେ ସରକାରୀ ଗାଇଡଲାଇନ କୁ ଖାତିର ନକରି ମନମୁଖି କାର୍ୟ୍ୟ କରିଚାଲିଛନ୍ତି ପ୍ରଧାନ ଶିକ୍ଷକ |  ଜାମଗାଁ ହାଇସ୍କୁଲ ର ପୂର୍ବତନ ଶିକ୍ଷକ ଦିବ୍ୟ ପଧାନ ପରୁସ୍କାର ରାଶି ପାଇବାକୁ  ଯୋଗ୍ୟ ଥାଇ ମଧ୍ୟ ସ୍କୁଲ କର୍ତ୍ତୁପକ୍ଷ ପୁରସ୍କାର ରାଶି ନଦେଇ ବାରମ୍ବାର ହଇରାଣ କରିଥିବାରୁ ସେ ଜିଲ୍ଲା  ଶିକ୍ଷାଧିକାରୀ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି | ଆଉ ମଧ୍ୟ  ବିଲେଇସର୍ଡା ହାଇସ୍କୁଲ ର  ମଧ୍ୟାନ୍ନ ଭୋଜନ ଚରମ ସୀମାକୁ ଟପିଯାଇଛି | ମଧ୍ୟାନ୍ନ ଭୋଜନ ଚାଉଲ ବାହାରେ ବିକ୍ରି ହେଉଛି ବୋଲି ଲୋକେ ଅଭିଯୋଗ କରିଛନ୍ତି |  ସେହି ପରି ସରକାରୀ ନିୟମ ଅନୁଶାରେ ଯେତେ ଫିଜ ଆଦାୟ କରିବା କଥା ତାହା  ଆବଶ୍ୟକତା ଠାରୁ ଅଧିକ ସ୍କୁଲ ଫିଜ ଆଦାୟ କରୁଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି | ଆଉ ମଧ୍ୟ ଅଭିଯୋଗ କରିଛନ୍ତି ଯେ ପ୍ରଧାନ ଶିକ୍ଷକ ସ୍କୁଲ ଛୁଟିହେବାର ସମୟ ଘ : 4ଟା ସମୟ ପୂର୍ବରୁ ପଲାଉଛନ୍ତି |   ଏହା ଗୋଟିଏ ସ୍କୁଲ ରେ ସିମିତ ନୁହେଁ । ରକ୍ଷକ ଯଦି ଭକ୍ଷକ ହୁଏ ଆଉ କହିବା କାହାକୁ !! ଏହାର ଉଚିତ ତଦନ୍ତ ହେଉ ବୋଲି ଲୋକ ଲୋଚନରେ ଚର୍ଚ୍ଚା ଯୋର ଧରିଛି |

0
0
0
s2sdefault