ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ପରିବର୍ତ୍ତେ ମନ୍ଦିର ଭୋଗ ଦିଆଯିବା ଘଟଣା : ତନାଘନା ଆରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଙ୍କ ତଦନ୍ତ ଆରମ୍ଭ

ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ କଦଳୀଗଡ ହାଇସ୍କୁଲ ରେ ଗତ ୯ ତାରିଖରେ ଛାତ୍ରଛାତ୍ରୀ ମଧ୍ୟାହ୍ନଭୋଜନ ନଖାଇ ଏକ ମନ୍ଦିର ରେ ଭୋଗ ଖାଇଥିଲେ I ହେଲେ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଛାତ୍ରଛାତ୍ରୀ ମାନେ ଭୋଗ ଖାଇଥିବା ୯୫ ଜଣ ଛାତ୍ରଛାତ୍ରୀ ଏମଡିଏମ ଖାଇଥିବାର ଶିକ୍ଷା ବିଭାଗର ଅଧିକାରୀଙ୍କୁ ରିପୋର୍ଟ ଦେଇଥିଲେ I ଏନେଇ ଗତ ୧୨ ତାରିଖରେ ' ଶାସକ ପ୍ରଶାସକ 'ରେ ' ଖବର ପ୍ରକାଶିତ ପରେ ଏବେ ଶିକ୍ଷା ବିଭାଗରେ ତତ୍ପରତା ପ୍ରକାଶ ପାଇଛି I

ସୋମବାର ରେଢ଼ାଖୋଲ  ଶିକ୍ଷା ବିଭାଗର ବିଇଓ ଭଗବାନ ବାରିକଙ୍କ ନିର୍ଦ୍ଦେଶ କ୍ରମେ ଏବିଇଓ  ଚ଼ନ୍ଦ୍ରମଣୀ ପ୍ରଧାନ କଦଳୀଗଡ଼ ହାଇସ୍କୁଲ କୁ ଯାଇ ମଧ୍ୟାହ୍ନଭୋଜନ ର ଘଟଣା ଉପରେ ତଦନ୍ତ କରିଛନ୍ତି I ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପଚାରିବା ପରେ ସେମାନେ ଉକ୍ତ ଦିନ ମନ୍ଦିରକୁ ରାସ୍ତାରେ ଚାଲିଚାଲି ଯାଇ ଭୋଗ ଖାଇଥିବାର ପ୍ରକାଶ କରିଛନ୍ତି I ସେହିପରି ପ୍ରଧାନ ଶିକ୍ଷକ ବିରେନ୍ଦ୍ର କୁମାର ସାହୁଙ୍କୁ ବିଭାଗ ପକ୍ଷରୁ ତଦନ୍ତ ବେଳେ ଏଭଳି ଆଉ ଭୁଲ ହେବ ନାହିଁ ବୋଲି କହିଛନ୍ତି I  ସେହିପରି ତଦନ୍ତ ବେଳେ ଏଭଳି ହାଇସ୍କୁଲ କର୍ତ୍ତୁପକ୍ଷଙ୍କ ପକ୍ଷରୁ ଉକ୍ତ ଦିନ ଖାଦ୍ୟ ରନ୍ଧା ହୋଇଥିବାର କହିଥିଲେ ହେଁ ଏବିଇଓ ଉକ୍ତ ଦିନ ୯୫ ମିଲ ଆବସେଣ୍ଟ କରିବା ସହ  ବିଇଓଙ୍କୁ ଏହାର ରିପୋର୍ଟ ଦେବେ ବୋଲି ପ୍ରକାଶ କରିଛନ୍ତି I ସେହିପରି ବିଇଓଙ୍କୁ ରିପୋର୍ଟ ଦେବାପରେ ବିଇଓ ପୁଣି ଡ଼ିଇଓ ଙ୍କୁ ରିପୋର୍ଟ ଦେଲା ପରେ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ଜଣାଯାଇଛି I ଏବିଇଓ ଶାସକ ପ୍ରଶାସକ ପ୍ରତିନିଧି ଙ୍କ ଠାରେ ପ୍ରକାଶ କରିଛନ୍ତି I ସେହିପରି ଉକ୍ତ ହାଇସ୍କୁଲ ରେ ଦିନେ କି ୨ ଦିନ ନୁହେଁ ଦୀର୍ଘ ବର୍ଷ ହେଲା ଏଭଳି ହୋଇଆସୁଥିବାର କେତେକ ଅଭିଭାବକ ନିଜ ନାମ ଗୋପନ ରଖି କହିଛନ୍ତି I

0
0
0
s2sdefault