ତୃତୀୟ ମହଲାରୁ କେନ୍ଦ୍ରକୁ ଗଲେ ରାଜେଶ, କିଏ ଯିବେ ତୃତୀୟ ମହଲା !!

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଂକ ପ୍ରମୁଖ ଶାସନ ସଚିବ ଥିବା ବରିଷ୍ଠ ଆଇଏଏସ ଅଫିସର ଶ୍ରୀ ରାଜେଶ ବର୍ମା କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି । ତାଙ୍କୁ କେନ୍ଦ୍ର ସରକାରଙ୍କ କୃଷି, ସମବାୟ ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟରେ ଅତିରିକ୍ତ ଶାସନ ସଚିବ ଭାବେ ନିଯୁକ୍ରି  ମିଳିଛି ।

ଶ୍ରୀ ବର୍ମାଙ୍କ ସ୍ଥାନରେ କିଏ ତୃତୀୟ ମହଲରେ ପ୍ରବେଶ କରିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତୃତୀୟ ମହଲା ଯିବାପାଇଁ ଯେଉଁ ବରିଷ୍ଠ ଅଧିକାରୀମାନଙ୍କ ନାଁ ଶୁଣାଯାଇଛି ସେମାନେ ହେଲେ ଆର କେ ଶର୍ମା, ସଂଜୀବ ଚୋପ୍ରା ଓ ଜି ମାଥିଭଥନ । ଶ୍ରୀ ମାଥିଭାଥନ ଙ୍କ ନାଁକୁ ନେଇ ଜୋର ଚର୍ଚ୍ଚା ହେଉଛି । ଖୁବ୍ ଶୀଘ୍ର ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ ହେବାର ସମ୍ଭାବନା ସୃଷ୍ଟି  ହୋଇଛି । 

0
0
0
s2sdefault