ଦାୟିତ୍ବହୀନ ପ୍ରଶାସନ, ଶେଷ ରେ ଆଖି ବୁଜି ଦେଲେ ମଳୟ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ସିନାପାଲି ରୁ ନିରାକାର ମେହେର

ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ତିଲେଇମାଲ ଗ୍ରାମ ର ମଳୟ ବାଗ (10)ଶେଷ ରେ କର୍କଟ ରୋଗ ରେ ଆଖି ବୁଜି ଦେଲେ !ମା, ବାପା ଗରିବ ଶ୍ରେଣୀ ର ଥିଲେ ମଧ୍ୟ ନିଜର ପୁଅ କୁ ବଞ୍ଚାଇ ନ ପରି ଶେଷ ରେ ହାରିଗଲେ !ସୂଚନା ମୁତାବକ ମଳୟ ହେଉଛନ୍ତି ବୁଧୁରାମ ବାଗ ଓ ଗୌରୀ ଙ୍କ ଏକ ମାତ୍ର ପୁଅ !ଗଲା ବର୍ଷ ସାଙ୍ଗ ସାଥି ଗହନ ରେ ଖେଳୁ ଥିବା ସମୟ ରେ ତାଙ୍କର ଆଖି ରେ ଗୋଟିଏ ବାଡ଼ି ବାଜି ଯାଇଥିଲା ! ମଳୟ ଙ୍କ ବାପା, ମା ଆଖ ପାଖରେ ଚିକିତ୍ସା କରି ଥିଲେ ମଧ୍ୟ ତାହା ଭଲ ହେଇ ନ ଥିଲା !ଶେଷ ରେ ଦେ ଆଖି କର୍କଟ ରୋଗ ହେଇଯାଇଥିଲା !ମଳୟ ର ମା, ବାପା ସ୍ଥାନୀୟ ଲୋକ ଙ୍କ ସାହାଯ୍ୟ ମାଗି ନୂଆପଡା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ !ସିଡିଏମ ଓ ଙ୍କ ସୁପାରିଶ ରେ ମଳୟ ଙ୍କୁ ବୁର୍ଲା ଓ ତା ପରେ କଟକ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ର ରେ ଭର୍ତି କରିଥିଲେ !ତା ପରେ ଡାକ୍ତର ତାଙ୍କୁ ଉଚ୍ଚ ଚିକିତ୍ସା ପାଇଁ ଦିଲ୍ଲୀ  କୁରେଫର କରିଥିଲେ !ପୁଅ ର ଚିକିତ୍ସା ପାଇଁ ମା, ବାପା ସବୁ ଜମି ବାଡ଼ି ବିକ୍ରି କରି ସର୍ବ ସ୍ୱାନ୍ତ ହେଇ ଯାଇ ଥିଲେ !ଦିଲ୍ଲୀ ଯିବା ପାଇଁ କୋଉଠି ଟଙ୍କା ଆସିବ ସେ ତାଙ୍କର ପୁଅ କୁ ଚିକିତ୍ସା ରେ ଭଲ କରିବେ !ଏହି ଖବର କୁ ଜାଣି ଜଣେ ସ୍ବେଛାସେବୀ ମୁଖ୍ୟମନ୍ତ୍ରୀ ଙ୍କୁ ସୋସାଲ ମେଡ଼ିଆ ରେ ମଳୟ ଙ୍କୁ ଚିକିତ୍ସା ପାଇଁ ଅନୁରୋଧ କରିଥିଲେ !ହେଲେ ସ୍ଥାନୀୟ ପ୍ରଶାସନ ର ଖାମ ଖିଆଲୀ ଯୋଗୁଁ ମଳୟ ର ଉଚ୍ଚ ଚିକିତ୍ସା ହୋଇପାରିଲା ନାହିଁ !ଶେଷ ରେ ମଳୟ ଆଖି ବୁଜି ଦେଇଥିଲେ !ସିନାପାଲି ରୁ ନିରାକାର ମେହେର ଙ୍କ ରିପୋର୍ଟ

0
0
0
s2sdefault