ହେଡଲାଇନସ୍:

ଜଗତସିଂହପୁରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଜଗତସିଂହପୁର:(ରମେଶ ମହାନ୍ତି)-ଜଗତସିଂହପୁର ଜିଲ୍ଲା ଅଦାଲତ ପ୍ରାଙ୍ଗଣରେ ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲାଜଜ୍ ଶ୍ରୀ ଆନନ୍ଦ ଚରଣ ବେହେରାଙ୍କ ତତ୍ୱାବଧାନରେ ଶନିବାର ଦିନ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି।ଏହି ଲୋକ ଅଦାଲତରେ ପରିବାର ଅଦାଲତର ଜଜ୍ ଡକ୍ଟର ଜୀବନ ଜ୍ୟୋତି ରଥ,ଓ ଡି ଜେ ମୁନରାଣୀ ମିଶ୍ର,ସି ଜେ ଏମ୍ ସୁଦାମ ଚରଣ ଦାସ,ସବଜଜ୍ ଶଶୀରେଖା ମିଶ୍ର,ମହିଳା କୋର୍ଟ ଜଜ୍ ଅନ୍ନପୂର୍ଣ୍ଣା ନାୟକ,ମୁନସିଫ ନିଶା ସାମଲ,ଏସ୍ ଡି ଜେ ଏମ୍ ଋତୁପୁର୍ନା ମିଶ୍ର,ଜେ ଏମ୍ ଏଫ୍ ସି ନିରଞ୍ଜନ ଦାସ ଯୋଗଦାନ କରି ମାମଲା ଗୁଡିକର ପରିଚାଳନା କରିଥିଲେ।ପ୍ରାଧିକରଣର ସମ୍ପାଦକ କମଳାକାନ୍ତ ରାଉତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତର ସୁପରିଚାଳନାରେ ସହଯୋଗ କରିଥିଲେ।ବିଶେଷକରି ଦୁର୍ଘଟଣା ଜନିତ କ୍ଷତିପୂରଣ,ଫୌଜଦାରୀ,ଦେୱାନୀ,ପାରିବାରିକ ଏବଂ ଅନ୍ୟାନ୍ୟ ମାମଲା ସହିତ ଜଗତସିଂହପୁର ଅଞ୍ଚଳରେ ଥିବା ବ୍ୟାଙ୍କ କେସ୍ ଗୁଡିକ ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଫଇସଲା ହୋଇଥିଲା।ସମୁଦାୟ ୭୭୨ ମାମଲାରୁ ୧୫୨ ମାମଲା ସଫଳତାର ସହିତ ଫଇସଲା ହେବା ସହିତ ୧,୧୨,୭୩,୫୦୦ ଟଙ୍କା ଆଦାୟ କରାଯାଇଛି।

0
0
0
s2sdefault