ମେଲଛାମୁଣ୍ଡା, (ମନୋଜ ଭୋଇ) ଦିନକୁ ଦିନ ବିଜ୍ଞାନର ଯେତିକି ଅଗ୍ରଗତି ହେଉଛି ପ୍ରକୃତିର ଜୀବଜଗତ ଉପରେ ସେତିକି କ୍ଷତି ହେବାରେ ଲାଗିଛି । ନୂତନ ଯନ୍ତ୍ରପାତି ଆବିଷ୍କାର ହେଲାବେଳେ ପୁରାତନ ଜୀବ ସବୁ ଦୁନିଆରୁ ଲୋପ ପାଇବାରେ ଲାଗିଛନ୍ତି । ଡାଇନୋସର, ଚିଲ, ଘରଚଟିଆ ଆଦି ଅନେକ ପ୍ରାଣୀ ସମୟ ସହିତ ଖାପଖୁଆଇ ନ ପାରି ତାଙ୍କର ବଂଶର ଅବନତି ଘଟିଥିବା ଦୃଷ୍ଟାନ୍ତ ଥିବା ବେଳେ ସମୟର ବିପରୀତ ପରିବେଶରେ ଖାପ ଖୁଆଇ ନ ପାରି ପ୍ରକୃତିରୁ ଲୋପ ପାଇବାକୁ ଯାଉଛି ଆଉ ଏକ ଜଣାଶୁଣା କୀଟ ଲାଲ ଟୁକଟୁକ “ସାଧବ ବୋହୂ” । ବର୍ଷା ପରେ ଯେତେବେଳେ ଧରଣୀରାଣୀ ଉପରେ ସବୁଜ ଘାସ ତିଆରି ହୋଇ ଧରଣୀ ରାଣୀକୁ ସବୁଜ ଶାଢୀ ପିନ୍ଧାଇ ଦିଏ ସେହି ସମୟରେ ପ୍ରକୃତିର କେଉଁ କୋଣରୁ ଲାଲ ଟୁକଟୁକ ସାଧବ ବୋହୂମାନେ ମାଟି ଉପରକୁୁ ବାହାରି ପଡି ପ୍ରକୃତିର ସୌନ୍ଦର୍ଯ୍ୟକୁ ଶତ ଗୁଣ କରି ସଜାଇ ଦିଅନ୍ତି । ଏ ଦୃଶ୍ୟ ଦେଖି କବି ଓ ପ୍ରକୃତି ପ୍ରେମୀମାନଙ୍କ ମନକୁ କୁଣ୍ଡେ ମୋଟା କରିଦିଏ । କବି ନିଜ ଭାଷାରେ ଲେଖି ଚାଲେ ଅନେକ କବିତା । କବିର ଭାଷାରେ ସାଧବ ବୋହୂ ସବୁ ଧରଣୀ ରାଣୀର ସବୁଜ ରଙ୍ଗର ଶାଢୀରେ ଲାଲ ମୋତିସବୁ ଲଟକି ରହୁଛନ୍ତି । ସାଧବ ବୋହୂର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କୁନି ଛୋଟ ପିଲା ଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ଖୁବ ଆନନ୍ଦ ଅନୁଭବ କରିଥାନ୍ତି । ସମସ୍ତେ ନିସୋଙ୍କଚରେ ହାତରେ ଗୋଟାଇ ଖେଲିବାରେ ମାତିଯାନ୍ତି । କିନ୍ତୁ ବର୍ତମାନ ଦିନ ଆସିଛି ସେହି ଛୋଟ ଜୀବଟି ପ୍ରକୃତିର ପ୍ରତିକୂଳ ପରିବେଶରେ ଖାପ ଖୁଆଇ ନ ପାରି ଦିନକୁ ଦିନ ଧରା ବକ୍ଷରୁ ଉଭେଇ ଯାଉଛନ୍ତି । ସାଧବ ବୋହୂ ଏକ କୀଟ ପ୍ରଜାତୀର । ଏହାକୁ ଇଂରାଜୀରେ “ଲେଡି ବଗ୍” ବୋଲି କୁହାଯାଉଥିବା ବେଳେ ବୈଜ୍ଞାନିକଙ୍କ ଭାଷାରେ ପ୍ରାଣୀ ବିଜ୍ଞାନରେ “ଅଡେର ଅରଚିନିଡା” ବୋଲି କୁହାଯାଏ । ଏହି କୀଟ ବର୍ଷା ଦିନରେ ମାଟି ଭିତରୁ ଉପରକୁ ଆସନ୍ତି । ଆସିବା ରାସ୍ତାରେ ମାଟି ଭିତରେ ଏକ ସୁଡଙ୍ଗ ରାସ୍ତା ସୃଷ୍ଟି ହୁଏ । ଯଦ୍ୱାରା ଅମ୍ଳଜାନ ବାଷ୍ପ ମାଟି ଭିତରକୁ ସୁବିଧାରେ ପ୍ରବେଶ କରି ଚାଷ ଜମିକୁ ଉର୍ବର କରିଥାଏ ବୋଲି ଚାଷୀମାନେ ବିଶ୍ୱାସ କରିଥାନ୍ତି । ଏହା ଏକ କ୍ଷତିକାରକ କୀଟ ନୁହେଁ । ଏମାନଙ୍କ ବଂଶ ନଷ୍ଟ ହେବାରେ ଦାୟୀ ହେଉଛି ବର୍ତମାନ ବ୍ୟବହାର କରାଯାଉଥିବା ବିଭିନ୍ନ ପ୍ରକାର ରାସାୟନିକ ସାର ଓ କୀଟ ନାଶକ ଓøଷଧ । ଅଧିକ ଅମଳ ଆଶାରେ ଚାଷୀ ଜମି ମାନଙ୍କରେ ବିଷାକ୍ତ ଦ୍ରବ୍ୟର ବ୍ୟବହାର ଯୋଗୁଁ ସାଧବ ବୋହୂର ବଂଶ ଲୋପ ପାଇଯାଉଛି ବୋଲି ପ୍ରକୃତି ପ୍ରେମୀମାନେ ମତ ଦେଉଛନ୍ତି । ଲୋପ ପାଉଥିବା କୀଟ ପତଙ୍ଗ ମାନଙ୍କୁ ଯେପରି ଅନୁକୂଳ ପରିବେଶରେ ବଂଚାଇ ରଖାଯାଉଛି ସେହିଭଳି ଏହି ନିରିହ କୀଟର ସୁରକ୍ଷା କରାଯାଉ ବୋଲି ପ୍ରକୃତି ପ୍ରେମି ମାନେ ଦାବୀ କରୁଛନ୍ତି ।
ରାଜ୍ୟ
ଉଭେଇ ଯାଉଛନ୍ତି ନାଲି ଟୁକୁ ଟୁକୁ ସାଧବ ବୋହୂ
- Hits: 598
