ହେଡଲାଇନସ୍:

ମେଲଛାମୁଣ୍ଡାରେ ସରିଲା ରଥଯାତ୍ରା: ମାଉସୀ ଘରୁ ବଡଦେଉଳକୁ ବାହୁଡିଲେ ତିନି ଠାକୁର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ମେଲଛାମୁଣ୍ଡା,(ମନୋଜ ଭୋଇ)-ବରଗଡ ଜିଲ୍ଳା ମେଲଛାମୁଣ୍ଡାରେ ତିନି ଠାକୁରଙ୍କ ବାହୁଡା ରଥ ଯାତ୍ରା ଶୁକ୍ରବାର ସଂଧ୍ୟାରେ ମହାସମାରୋହରେ ସଂପର୍ଣ୍ଣ ହୋଇଯାଇଛି । ଗତ ସପ୍ତାହରେ ଘୋଷଯାତ୍ରା  ଦିନ ତିନି ଠାକୁର ନୂତନ ପାଟ ପିତାମ୍ବର ସହ ନାନା ଅଲଙ୍କାର ରେ ସଜ୍ଜିତ ହୋଇ ରଥରୁଢା ହୋଇ ମାଉସି ମନ୍ଦିରକୁ କୁଣିଆ ହେବା ପାଇଁ ଛୁଟିଯାଇଥିଲେ । ମାଉସି ମନ୍ଦିରରେ ତିନି ଠାକୁର ସପ୍ତାହ ବ୍ୟାପି ବିଭିନ୍ନ ଭୋଗ ରାଗରେ ଆପ୍ୟାୟିତ ହେବା ପରେ ଶୁକ୍ରବାର ସଂଧ୍ୟାରେ ବଡଦେଉଳକୁ ପୁଣି ରଥରୁଢା ହୋଇ ଫେରି ଆସିଛନ୍ତି । ମେଲଛାମୁଣ୍ଡାସ୍ଥିତ ଜଗନ୍ନାଥ ମନ୍ଦିରର ତିନି ଠାକୁର ମେଲଛାମୁଣ୍ଡା ବାସିନ୍ଦା ସଦାନନ୍ଦ ଦେବତାଙ୍କ ନିଜସ୍ୱ ଉଦ୍ୟମରେ ନିର୍ମାଣ କରିଥିବା ମାଉସି ମନ୍ଦିରରେ ନଅ ଦିନ ବ୍ୟାପି ଅବସ୍ଥାନ କରି ପୂଜା ପାଇଥିଲେ । ଶ୍ରୀ ଦେବତାଙ୍କ ପରିବାର ବର୍ଗ ପ୍ରତିଦିନ ବିଭିନ୍ନ ସ୍ୱାଦିଷ୍ଟ ଭୋଗରେ ମନ୍ଦିର ପୂଜକ ପଣ୍ଡିତ ଶିବଶଙ୍କର ଦାଶଙ୍କ ଦ୍ୱାରା ତିନି ଠାକୁରଙ୍କୁ ଆପ୍ୟାୟିତ କରିଥିବା ବେଲେ ମନ୍ଦିର କମିଟି ତରଫରୁ ପ୍ରତ୍ୟହ ସଂଧ୍ୟାରେ ଭଜନ ସଂଧ୍ୟା, ଦାଶକାଠିଆ, ସଂପ୍ରଦା, ପାଳା ଆଦି ମନୋରଂଜନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଶୁକ୍ରବାର ଅପରାହ୍ନରେ ଭକ୍ତି ମୟ ପରିବେଶରେ ପଣ୍ଡିତ ଗୌରାଙ୍ଗ ପଣ୍ଡା, ଶିବଶଙ୍କର ଦାଶ, ସୁବ୍ରତ ନାୟକ, ସଂଜିବ ନାୟକ ପ୍ରମୁଖ ଧୂପ, ଦୀପ ନୈବେଦ୍ୟ ଅର୍ପଣ କରି ପୂଜା କଲାପରେ ପହଣ୍ଡି ବିଜେ ଅନୁଷ୍ଠିତ ହୋଇଥିଲା । ଏଥିରେ ଗ୍ରାମର ଗୈାନ୍ତିଆ ଦୀପକ ଭୋଇ ଙ୍କ ଦ୍ୱାରା ଛେରାପହରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଗୌନ୍ତିଆ ଅନିଲ ଭୋଇ ସହଯୋଗ କରିଥିଲେ । ତନି ଠାକୁର ରଥରେ ବିରାଜମାନ କଲା ପରେ ଅଂଚଳର ଶତାଧିକ ଛୋଟ ଛୋଟ ପିଲା ମାନଙ୍କୁ ତିନି ଠାକୁରଙ୍କୁ ଛୁଆଇଁ ପିତା ମାତା ମାନେ କାଳିଆ ଠାକୁରଙ୍କ ଆର୍ଶିବାଦ ନେଇ କୁଶଳ ମଙ୍ଗଳ କାମାନା କରିଥିଲେ । ମେଲଛାମୁଣ୍ଡା ଓ ଝୁନଙ୍ଗାପାଲି ସଂକୀର୍ତନ୍ୟ ଦଳଙ୍କ ନୃତ୍ୟର ତାଳେ ତାଳେ ରଥ ଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତନି ଠାକୁର ବଡଦେଉଳରେ ପହଂଚିଲା ପରେ ପୁରାଣ କଳ୍ପିତ ମା ଲକ୍ଷ୍ମୀ ଜଗନ୍ନାଥଙ୍କୁ ଅଭିମାନ କରି ମନ୍ଦିର ପ୍ରବେଶ କରି ନ ଦେବା ପର୍ବ ଗମ୍ଭିରା ବିଜେ ଅନୁଷ୍ଠିତ  ହୋଇଥିଲା । ଏଥିରେ ଶଶି ଭୂଷଣ ମିଶ୍ର ଜଗନ୍ନାଥ ଏବଂ ପ୍ରମୋଦ ଭୋଇ ଲକ୍ଷ୍ମୀଙ୍କ ଭୂମିକାରେ ଅଭିନୟ କରିଥିଲେ । କାର୍ଯ୍ୟକ୍ରମ ସବୁକୁ ସ୍ୱରାଜ ଭୋଇ, ମନୋଜ ପଣ୍ଡା, ଜୟକୁମାର ବାରିକ, ପ୍ରମୋଦ ଭୋଇ, ରମେଶ ସାହୁ, ଜୟଗୁରୁ ସାହୁ, ଦିଲିପ ଚେରକିଆ, ସୁଦିପ ମିଶ୍ର, ଗୋବର୍ଦ୍ଧନ ବାରିକ, ବନମାଲି ବନଛୋର, ଟିକେଲାଲ ଥପା, ସୁଶାନ୍ତ ଭୋଇ ଓ ପବିତ୍ର ବାରିକ ପ୍ରମୁଖ ସହଯୋଗ କରିଥିଲେ । ପାଗ ଅନୁକୂଲ ଥିବାରୁ ରଥଟଣା ଦେଖିବାକୁ ପ୍ରବଳ ଜନ ସମାଗମ ହୋଇଥିଲା । 



              

0
0
0
s2sdefault