ହେଡଲାଇନସ୍:

"ପ୍ରବାସୀ ଭାରତୀୟମାନେ ଯାଉଥିବା ଗାଡ଼ି ସମ୍ମୁଖରେ ହଜାର ହଜାର ଉଠାଦୋକାନୀ ପିକେଟିଂ କରିବେ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମେୟରଙ୍କ ନିର୍ଦ୍ଦେଶକୁ ମାନିଲାନି ବିଏମ୍ସି


ଛୁଟିଦିନରେ ଉଠଦୋକାନ ଉଚ୍ଛେଦକୁ ନେଇ ତୀବ୍ର ବିରୋଧ


ଭୁବନେଶ୍ୱର, ୨୮.୧୨ : ରାଜଧାନୀ ଭୁବନେଶ୍ୱରରେ ହେବାକୁ ଥିବା ପ୍ରବାସୀ ଭାରତୀୟ ସମ୍ମିଳନୀ ଯେତିକି ପାଖେଇ ଆସୁଛି, ବିଏମ୍ସି ଓ ବିଡ଼ିଏର କର୍ମଚାରୀମାନଙ୍କ ଉଠାଦୋକାନୀଙ୍କ ଉପରେ ଅତ୍ୟାଚାର ସେତିକି ବଢିଚାଲିଛି । ଗତ କିଛିଦିନ ହେବ କ୍ରମାଗତ ଭାବରେ ବିଏମ୍ସି ଓ ବିଡ଼ିଏର ମିଳିତ ଉଚ୍ଛେଦକାରୀ ଦଳ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଥିବା ଉଠାଦୋକାନଗୁଡ଼ିକୁ ଉଚ୍ଛେଦ କରି ଚାଲିଥିଲେ । ଯାହାକୁ ନେଇ ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘ ତରଫରୁ ତୀବ୍ର ବିଧେରା କରୁଥିଲେ ମଧ୍ୟ ବିଏମ୍ସି ଓ ବିଡ଼ିଏ ଏଥିପ୍ରତି କର୍ଣ୍ଣପାତ ନକରି ଚିରା ଚରିତ ଭାବେ ଉଠାଦୋକନଗୁଡ଼ିକୁ ଉଚ୍ଛେଦ କରି ଚାଲୁଥିଲେ । ଫଳରେ ବାଧ୍ୟ ହୋଇ ମହାସଂଘ ତରଫରୁ ଗତ ୨୬ ତାରିଖ ଦିନ ୫ ହଜାର ଉଠାଦୋକାନୀ ଭାଇ ଓ ଭଉଣୀମାନେ ଭୁବନେଶ୍ୱର ଉତ୍ତର ବିଏମ୍ସି ଅଫିସ୍ ଘେରାଉ କରିବା ସହିତ ଦୁଇଜଣ ଡେପୁଟି କମିଶନର ଓ ମେୟରଙ୍କୁ ୯ ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ । ଦୁଇ ଡେପୁଟି କମିଶନର ଓ ମେୟର ଦାବିଗୁଡିକ ଯଥାର୍ଥ ବୋଲି କହିବା ସହ ବିଏମ୍ସି ଉଠାଦୋକାନ ଉଚ୍ଛେଦ ନକରି ଥଇଥାନ କରିବାକୁ କହିଥିଲେ । ହେଲେ ମେୟରଙ୍କ କଥାକୁ ବିଏମ୍ସି କର୍ମଚାରୀମାନେ ଖାତିର କରିନଥିଲେ ।
ଶନିବାର ଛୁଟିଦିନରେ ବିଏମ୍ସି ଓ ବିଡ଼ିଏର ମିଳିତ ଉଚ୍ଛେଦକାରୀ ଦଳ କଳ୍ପନା ଛକରେ ଥିବା ଉଠାଦୋକାନୀମାନଙ୍କୁ ଉଚ୍ଛେଦ କରିବାକୁ ଆସିଥିବା ବେଳେ ସେଠାରେ ଉଠାଦୋକାନୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉଠାଦୋକାନୀମାନେ ବିଏମ୍ସି ଗୋ ବ୍ୟାକ୍, ପ୍ରବାସୀ ଭାରତୀୟ ସମ୍ମିଳନୀ ନୁହେଁ, ଭାତ ଚାହୁଁ, ଉଚ୍ଛେଦ ନୁହେଁ, ଥଇଥାନ ଚାହୁଁ ଆଦି ସ୍ଲୋଗାନ ଦେଇ ବିଏମସି ଗାଡ଼ି ଆଗରେ ଧାରଣାରେ ବସିଥିଲେ । ମହାସଂଘର ସାଧାରଣ ସମ୍ପାଦକ ଅନୁଜ କୁମାର ପ୍ରଧାନ, ସୂର୍ଯ୍ୟମଣି ସାହୁ, ନିରଞ୍ଜନ ପାଣ୍ଡେ ଘଟଣାସ୍ଥଳରେ ପହଞ୍ଚି ଦୋକାନୀମାନଙ୍କୁ ବୁଝାଶୁଝା କରିବା ସହ ଥଇଥାନ କରିବା ପାଇଁ ପ୍ରତିଶ୍ରୁତି ଦେଲା ପରେ ଦୋକାନୀମାନେ ଆନେ୍ଦାଳନରୁ ଓହରିଥିଲେ ।
ଅନ୍ୟପଟେ ଦୁଇନମ୍ବର ଅଞ୍ଚଳରେ ଉଠାଦୋକାନୀମାନଙ୍କୁ ଉଚ୍ଛେଦ କରିବା ପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଉଚ୍ଛେଦ କରିବା ପାଇଁ ପ୍ର•ର କରୁଥିବା ବେଳେ ସେଠାରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା । ସେହିପରି ଖଣ୍ଡଗିରି ଛକରେ ବିଏମ୍ସି ତରଫରୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଉଚ୍ଛେଦ ପାଇଁ ପ୍ରଚାର କରିଥିଲେ । ଯାହାଫଳରେ ଦୋକାନୀମାନେ ଏକିତ୍ରିତ ହୋଇ ପ୍ର•ରଗାଡ଼ିକୁ ଘେରିଥିଲେ । ମହାସଂଘର ସଭାପତି ପ୍ରତାପ କୁମାର ସାହୁ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ଯଦି ବିଏମ୍ସି ତାର ଉଚ୍ଛେଦ ନୀତିରୁ ନ ଓହରେ, ତେବେ ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ସ୍ଥିର କରାଯାଇଥିବା ୫୫ଟି ରାସ୍ତାରେ ଉଠାଦୋକାନୀମାନେ ଜାନୁଆରୀ ୮, ୯, ୧୦ ତାରିଖରେ ପ୍ରବାସୀ ଭାରତୀୟମାନେ ଯାଉଥିବା ଗାଡ଼ି ସମ୍ମୁଖରେ ହଜାର ହଜାର ଉଠାଦୋକାନୀ ପିକେଟିଂ କରିବେ ବୋଲି କହିଛନ୍ତି । ଏଥିପାଇଁ ଯଦି ବିଏମ୍ସି ସାରା ବିଶ୍ୱରେ ବଦନାମ ହୁଏ, ତେବେ ବିଏମ୍ସି ଅଧିକାରୀ ଓ କମିଶନର ଦାୟୀ ରହିବେ ବୋଲି ଶ୍ରୀଯୁକ୍ତ ସାହୁ ଚେତାବନୀ ଦେଇଥିଲେ ।

 

0
0
0
s2sdefault