ହେଡଲାଇନସ୍:

ସୋଆଏନ୍ଏସ୍ଏସ୍ ପକ୍ଷରୁ ୩ ଦିନିଆ ଆନ୍ତଃ ବିଶ୍ୱବିଦ୍ୟାଳୟ ସ୍ତରୀୟ ଯୁବ ନେତୃତ୍ୱ ଶିବିର – ୨୦୨୪ ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ଡିସେମ୍ବର ୨୮: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ୩ - ଦିନିଆ ଆନ୍ତଃ ବିଶ୍ୱବିଦ୍ୟାଳୟ ସ୍ତରୀୟ ଜାତୀୟ ସେବା ଯୋଜନା ଯୁବ ନେତୃତ୍ୱ ଶିବିର -୨୦୨୪ ଆରମ୍ଭ ହୋଇଛି । ଏଥିରେ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରୁ ୧୨୦ରୁ ଉର୍ଧ୍ଵ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ଓ ପ୍ରୋଗ୍ରାମ ଅଫିସର ଯୋଗ ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଏନ୍ଏସ୍ଏସ୍ ଆଂଚଳିକ ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ୍ ଯୋଗ ଦେଇ କହିଥିଲେ ଯେ ଏହି ନେତୃତ୍ୱ ଶିବିରରେ ଯୋଗ ଦେଇଥିବା ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟ ମାନଙ୍କରୁ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀମାନଙ୍କୁ ବହୁତ କିଛି ଶିଖିବାକୁ ମିଳିବ । ଏହି ଶିବିରର ମୁଖ୍ୟ ଉଦେ୍ଧଶ୍ୟ ହେଉଛି ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ମାନଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା ପ୍ରତିପାଦନ କରିବା । ଏହା ମାଧ୍ୟମରେ ସେମାନେ କିପରି ସମାଜ ସେବା କରିପାରିବେ ଓ ତାଙ୍କ ମଧ୍ୟରେ ନେତୃତ୍ୱ ନେବାର ମନୋଭାବ ସୃଷ୍ଟି ହେବ ସେ ବିଷୟରେ ସେମାନଙ୍କୁ ତାଲିମ ପ୍ରଦାନ କରାଯିବ । ନିଜର କମ୍ୟୁନିକେସନ୍ ଦକ୍ଷତାକୁ ସୁଦୃଢ କରିବା ନିତାନ୍ତ ଆବଶ୍ୟକ । ପୁସ୍ତକରୁ ମିଳୁଥିବା ଜ୍ଞାନ ଭିତରେ ନିଜ ଜ୍ଞାନକୁ ସୀମିତ ନ ରଖି ବାହ୍ୟ ଜ୍ଞାନ ବିଷୟରେ ଅବଗତ ହେବା ଜରୁରୀ । ନିଜେ ଶୃଙ୍ଖଳିତ ହେଲେ ହିଁ ସମାଜ ପାଇଁ ରୋଲ୍ ମଡେଲ ହୋଇପାରିବ ବୋଲି ସୁଶ୍ରୀ ପଟେଲ କହିଥିଲେ ।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସଭାପତି ଭାବେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ କହିଥିଲେ ଯେ ନେତୃତ୍ୱ ନେବା ସହଜ ନୁହେଁ । ଗୋଟିଏ ନେତାକୁ ବହୁତ କିଛି ହରେଇବାକୁ ପଡିଥାଏ । ସେ ନିଜର ସ୍ୱାର୍ଥକୁ ପଛରେ ରଖି ନିଜ ଦଳ ଅବା ସମାଜ ପାଇଁ ନିଜକୁ ସଦାସର୍ବଦା ଉତ୍ସର୍ଗ କରିଥାଏ । ପ୍ରତିକୂଳ ପରିସ୍ଥିତିରେ ନିଜକୁ ଖାପ ଖୁଆଇବା ଏକ ନେତାର ଗୁଣ ବୋଲି ପ୍ରଫେସର ନନ୍ଦ କହିଥିଲେ ।
ବିଭିନ୍ନ ଦୃଷ୍ଟାନ୍ତ ମାଧ୍ୟମରେ ନେତୃତ୍ୱ ଓ ନେତାର ଭୂମିକା କ’ଣ ହେବା ଉଚିତ୍ ସେ ବିଷୟରେ ସେ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀମାନଙ୍କୁ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଯୋଗ ଦେଇ କହିଥିଲେ ଯେ ଗୋଟିଏ ନେତା ସବୁବେଳେ ନିଜ ଦଳକୁ ସାଙ୍ଗରେ ନେଇ ଚାଲିବାକୁ ପସନ୍ଦ କରେ । ସେ କେବଳ ନିଜର ଉନ୍ନତି ବିଷୟରେ ଭାବି ନଥାଏ ବରଂ ସେ ସଦାଦର୍ବଦା ନିଜ ଦଳ ଓ ସମାଜର ହିତ ବିଷୟରେ ଚିନ୍ତା କରିଥାଏ । ଶୃଙ୍ଖଳା ଏକ ନେତାର ପ୍ରଥମ ଗୁଣ । ଜଣେ ନେତା ସଦାସର୍ବଦା ‘ନଟ୍ ମି ବଟ୍ ୟୁ’ ଭାବନାକୁ ମନ ଭିତରେ ରଖିବା ଉଚିତ୍ । କଠିନ ପରିଶ୍ରମ ଓ ଅଧ୍ୟବସାୟ ଫଳରେ ସବୁ ସମ୍ଭବପର ହୋଇପାରିବ ବୋଲି ପ୍ରଫେସର ଦାସ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ସୋଆ ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମର ନିଦେ୍ର୍ଧଶକ ପ୍ରଫେସର ନଚିକେତା କେ. ଶର୍ମା ସ୍ୱାଗତ ଭାଷଣ ଦେବା ସହ ଶିବିର ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇଥିଲେ । ଏନ୍ଏସ୍ଏସ୍ ପ୍ରୋଗ୍ରାମ୍ ଅଫିସର ପ୍ରଫେସର କମଳଲୋଚନ ମହନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

 

0
0
0
s2sdefault