ହେଡଲାଇନସ୍:

କୋମନାରେ ବାହୁଡାଯାତ୍ରା, ଜନ୍ମବେଦୀକୁ ଫେରିଲେ ତିନି ଦିଅଁ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 


Komana/Bhagirathi Bhoi - ନୂଆପଡା ଜିଲ୍ଲା କୋମନା ବ୍ଲକ ର ବିଭିନ୍ନ ଗ୍ରାମରେ ବେଶ ଧୁମଧାମ ସହ ପାଳିତ ହୋଇଛି ବାହୁଡା ଯାତ୍ରା । କୋମନା ମାଉଁସୀ ମନ୍ଦିର ରେ ଆଜି ସକାଳ ଭୋର ରୁ ମଙ୍ଗଳ ଆଳତୀ ଶେଷ ହେବା ସହ ଅବକାଶ ଶେଷ ହୋଇଥିଲା । ସନ୍ଧ୍ୟା ୫ ଟାରେ ଛୋରାପହରା କରିଥିଲେ ଗଜପତି ମହାରାଜ । ପରେ ରଥାରୁଢ ହୋଇଥିଲେ ତିନି ଠାକୁର । ଫଳରେ ୫.୩୦ ରେ ଆରମ୍ନ ହୋଇଥିଲା ରଥଟଣା କାର୍ଯ୍ୟକ୍ରମ । ଶହ ଶହ ଲୋକଙ୍କ ମଧ୍ୟରେ ରଥରେ ବସି ନିଜ ଜନ୍ମବେଦୀକୁ ଫେରିଥିଲେ ତିନି ଦିଅଁ । ରାସ୍ତା ସାରା ଘୁମୁରା ନାଚ ସହ ସଂକୀର୍ତନ ଦଳଙ୍କ ଭଜନ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ରଥ ଟଣା ସମୟରେ ରାଜପଥରେ କିଛି ସମୟ ପାଇଁ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା । ସେଆଡେ ଶ୍ରୀ ମନ୍ଦିର ରେ ଦେଖା ଦେଇଥିଲା ଏକ ଭାବ ବିହ୍ୱଲ ପରିବେଶ । ତିନି ଠାକୁର ମନ୍ଦିର କୁ ପ୍ରବେଶ କରିବା ବେଲେ ବାଟ ଅଟକାଇଥିଲେ ମା ମହାଳକ୍ଷ୍ମୀ । ଦୀର୍ଘ ସମୟ ଧରି ଲକ୍ଷ୍ମୀଙ୍କୁ ବୁଝାଇଥିଲେ ବଡ ଠାକୁର । ଶେଷରେ ଜଗନ୍ନାଥଙ୍କ କଥାରେ ରାଜି ଫଳରେ ମନ୍ଦିର କୁ ପ୍ରବେଶ କରିଥିଲେ ତିନି ଦୀଅଁ । ବ୍ଲକ ର ଟିକ୍ରାପଡା, ନୂଆଗାଁ, କାଣ୍ଡେତରା, ବୁଦ୍ଧିକୋମନା, ଭେଲା,ପାଣ୍ଡେଳବାହାଲି,ପେଣ୍ଡ୍ରାବନ୍ଧ,ଛତା ପ୍ରଭୃତି  ଗ୍ରାମରେ ମଧ୍ୟ ବାହୁଡାଯାତ୍ରା ପାଲିତ ହୋଇଛି ।  

0
0
0
s2sdefault