ପାଇକମାଳ : ସରକାର ଗରୀବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି | ହେଲେ ଅନେକ ସମୟରେ ଦେଖାଯାଉଛି ଯେ ପ୍ରକୃତ ହିତାଧିକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି, ଏଭଳିକି ଠିକଣା ସମୟରେ ଚିକିତ୍ସା ନ ପାଇଁ ରୋଗୀମାନେ ଅକାଳରେ ମୃତ୍ୟୁବରଣ ମଧ୍ୟ କରୁଛନ୍ତି |
ଠିକ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ ପଲସଦା ଗ୍ରାମର ଗୋବିନ୍ଦ ପଟେଲ ଆଜି ନିଃସହାୟ | ଘର ଚଳିବା ପାଇଁ ମଧ୍ୟ ତାଙ୍କ ପାଖେ ସମ୍ବଲ ନାହିଁ | ତା ଉପରେ ବୋଝ ଉପରେ ନଳିତାବିଡ଼ା ସଦୃଶ ହାରନିଆ ରୋଗ ତାଙ୍କୁ ଅସୁସ୍ଥ କରେଇଦେଉଛି | ଯାହାଦ୍ୱାରା ସେ ଆଜି ହତାଶ ହେଇଯାଇଛନ୍ତି | ଗରୀବଙ୍କ ଦୁଃଖ ଶୁଣୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତାଙ୍କ ଦୁଃଖ ବୁଝିବେ ବୋଲି ବିଶ୍ୱାସ ରଖିଛନ୍ତି | ତାଙ୍କ ଉଦ୍ଦେଶ୍ୟରେ ଏକ ଭିଡ଼ିଓ ମାଧ୍ୟମରେ ଗୋବିନ୍ଦ ଶ୍ୱାସରୁଦ୍ଧ କଣ୍ଠରେ ମାଗଣା ଚିକିତ୍ସା ସହାୟତା ଯୋଗାଇଦେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି | ଜନୈକ ସମାଜସେବୀ ତାଙ୍କ ଏହି ଭିଡ଼ିଓକୁ ସାମାଜିକ ଗଣମାଧ୍ୟମ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତଥା ସ୍ୱାସ୍ଥ୍ୟ ବିଭାଗକୁ ପ୍ରେରଣ କରିଛନ୍ତି | ଆଶା ଅଛି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେବେ ଆଉ ଗୋବିନ୍ଦଙ୍କ ଦୁଃଖ ଲାଘବ କରିବେ | ଗୋବିନ୍ଦଙ୍କ ଏହି ବିପଦବେଳାରେ ଜିଲ୍ଲା ପ୍ରଶାସନ ତଥା ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରି ଚିକିତ୍ସା ସହାୟତା ଯୋଗେଇ ଦିଆଯାଉ ବୋଲି ପଲସଦା ଗ୍ରାମବାସୀ ଅନୁରୋଧ କରିଛନ୍ତି |
ରାଜ୍ୟ
ମୁଖ୍ୟମନ୍ତ୍ରୀ ଶୁଣିବେ କି ଗୋବିନ୍ଦଙ୍କ ଦୁଃଖ?
- Hits: 680