ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ମିଶନ ଶକ୍ତି ସମନ୍ବୟ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ୧୦ ଟି ସରକାରୀ ବିଭାଗର କାର୍ଯ୍ୟ ସ୍ୱୟଂ ସହାୟକ ଗୋଷ୍ଠି ମାନେ କରିବେ ବୋଲି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁନ୍ତଳା ମଲ୍ଲିକ ସୁଚନା ଦେଇଥିଲେ । ମୁଖ୍ୟତଃ ବିଭିନ୍ନ ବିଭାଗର ଯୋଜନା କାର୍ଯ୍ୟରେ ସ୍ୱୟଂ ସହାୟକ ଗୋଷ୍ଠି ଗୁଡ଼ିକ ନିଜକୁ କିଭଳି ସାମିଲ କରିପାରିବେ , ମିଶନ ଶକ୍ତି ଦ୍ବାରା ସ୍ୱୟଂ ସହାୟକ ଗୋଷ୍ଠିଙ୍କ ମାଧ୍ୟମରେ ସମ୍ପାଦନା ହେବାକୁ ଥିବା କାର୍ଯ୍ୟ ସମ୍ପର୍କରେ ଏବଂ ଏହା ଦ୍ବାରା ଗୋଷ୍ଠି ର ସଦସ୍ୟ। ମାନେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜର ଆର୍ଥିକ ସ୍ଥିତିକି କିଭଳି ସୁଦୃଢ କରିପାରିବେ ସେ ସମ୍ପର୍କରେ ମଂଚାସୀନ ଅଧିକାରୀ ମାନେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ଶାହା ଅଧ୍ୟକ୍ଷତା କରିଥିଲେ ଏବଂ ଅତିରିକ୍ତ ଜିଲ୍ଲାପାଳ ସ୍ୱଧ୍ହା ଦେବ ସିଂହ , ପ୍ରକଳ୍ପ ନିର୍ଦେଶକ ଚଞ୍ଚଳ ରାଣା , ଏବଂ ଉପଜିଲ୍ଲାପାଳ ରଜନୀ କାନ୍ତ ସ୍ବାଇଁ ପ୍ରମୁଖ ମଂଚସିନ ଅତିଥି ଭାବେ ଯୋଗ ଦେଇଥିଲେ | ମହିଳା ଗୋଷ୍ଠିଙ୍କୁ ସ୍ୱାବଲମ୍ବୀ କରାଯିବା ଉପରେ ବିଶେଷ ଗୁରୁତ୍ୱ ଦେଇ ପ୍ରତି ମାସରେ କାର୍ଯ୍ୟକ୍ରମର ସଫଳତା ନେଇ ସମୀକ୍ଷା କରାଯିବ ଏବଂ କାର୍ଯ୍ୟକ୍ରମ ସମ୍ପାଦନା ପାଈଁ ବିଭିନ୍ନ ସରକାରୀ ବିଭାଗ ଓ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠି ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବ ବୋଲି ବୈଠକରେ କୁହା ଯାଇଥିଲା ।
ଏହି ବୈଠକରେ ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ରାଜ୍ୟ
ଜିଲ୍ଲା ସ୍ତରୀୟ ମିଶନ ଶକ୍ତି ସମନ୍ବୟ ବୈଠକ କାର୍ଯ୍ୟକ୍ରମ
- Hits: 391
