ହେଡଲାଇନସ୍:

ଡାକ୍ତର-ରୋଗୀଙ୍କ ସମ୍ପର୍କରେ ନୂଆ ଅଧ୍ୟାୟ :ଭୀମସାରରେ ପାଳିତ ହେଲା ପ୍ରଥମ ରୋଗୀ ଦିବସ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ସମ୍ବଲପୁର :- ଆଜି ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜରେ ସ୍ଥାନୀୟ ଡାକ୍ତର ବନ୍ଧୁ ମାନଙ୍କର ଦ୍ୱାରା ପାଳିତ ହେଇଯାଇଛି ପ୍ରଥମ ରୋଗୀ ଦିବସ । ରୋଗୀ ଦିବସ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି । କିନ୍ତୁ ଏହା ସତ । କଥାଟି ଗତ 2016 ମସିହା ଜୁଲାଇ ମାସର । ଭୀମସାର ରେ MRI ମେସିନ ସମ୍ପୂର୍ଣ୍ଣ ଭାବରେ ଇନ୍ସଟଲ ହେଇ ସାରିଥିଲା | ହେଲେ ଉଦ୍ଘାଟନ ହେଇନଥିବା କାରଣରୁ ରୋଗୀମାନେ MRI ମେସିନ ର ସେବା ପାଇ ପାରୁନଥିଲେ । ଯାହାଫଳରେ ଗରିବ ରୋଗୀ ଅନ୍ୟତ୍ର MRI କରାଇ ଶୋଷଣ ର ସମ୍ମୁଖୀନ ହେଉଥିଲେ । ଏହି ଅସୁବିଧାକୁ ହୃଦୟଙ୍ଗମ କରି ଭୀମସାରର କିଛି ଯୁବ ଡାକ୍ତର ବନ୍ଧୁ ଆଜି ଦିନରେ ଅର୍ଥାତ 12 ଜୁଲାଇ 2016 ରେ ଭୀମସାରରେ ସେ ସମୟରେ ଚିକିତ୍ସିତ ହେଉଥିବା ଜଣେ ମହିଳା ରୋଗୀ ସୁନିୟା ଭୋଇଙ୍କର ହାତରେ MRI ମେସିନ ର ଉଦଘାଟନ କରାଇଥିଲେ । MRI ମେସିନ କାର୍ଯକ୍ଷମ ହେବା ପରେ ନିଶ୍ଚିତ ଭାବରେ ଗରିବ ରୋଗୀ ଙ୍କର ସେବାରେ ଲାଗିଛି । ଆଜିର ଦିନଟିକୁ ସବୁ ଦିନ ମନେ ରଖିବା ପାଇଁ ଯୁବ ଡାକ୍ତର ବନ୍ଧୁ ମନେ ଆଜିର ଦିନକୁ ରୋଗୀ ଦିବସ ରୂପେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।


      ଆଜି ଏହି ରୋଗୀ ଦିବସ ପାଳନ ଅବସରରେ ଯୁବ ଡାକ୍ତର ବନ୍ଧୁ ମାନେ ରୋଗୀମାନଙ୍କୁ ଫୁଲ ଓ ଫଳ ବଣ୍ଟନ କରିବା ସହିତ ରୋଗୀଙ୍କର ଗହଣ ରେ କେକ ମଧ୍ୟ କଟିଥିଲେ । ଏହି ଅବସରରେ ଡା, ଶଙ୍କର ରାମଚନ୍ଦlନୀ , ଡା, ସଞ୍ଜୟ ମହାନ୍ତି , ଡା, କିରଣ , ଡା. ଜ୍ୟୋତି ପଟେଲ , ଡା. ମାଧବ , ଡା, ନିଖିଳ , ଡା.ବିନୋଦ ମନ୍ଥନ , ଡା.ବିନୋଦ ପ୍ରମୁଖ ଉପସ୍ଥିତ ଥିଲେ |

0
0
0
s2sdefault