ହେଡଲାଇନସ୍:

ଭୂତ ଖାଇଗଲା ମଧ୍ୟାହ୍ନ ଭୋଜନ, ପିଲା ଖାଇଲେ ପ୍ରସାଦ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

କଦଳୀଗଡ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ମଧ୍ୟହ୍ନଭୋଜନ ପରିବର୍ତ୍ତେ ମନ୍ଦିର ରେ ଭୋଗ ଖାଇବାକୁ ଦିଆଗଲା ।।।।।

ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ

  ଶିକ୍ଷାର ବିକାଶ ପାଇଁ ସରକାର ଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ସହ ଛାତ୍ରଛାତ୍ରୀ ଙ୍କୁ ବିଦ୍ୟାଳୟ ପ୍ରତି ଆକୁଷ୍ଟ କରାଇବାକୁ ମଧ୍ୟାହ୍ନଭୋଜନ ର ବ୍ୟବସ୍ଥା କରାଯାଇଛି I ମାତ୍ର ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ କଦଳୀଗଡ ହାଇସ୍କୁଲରେ ଗତ ୯ ତାରିଖ ରେ ଛାତ୍ରଛାତ୍ରୀ ମାନେ ରାଜରାସ୍ତାରେ ଚାଲିଚାଲି ଏକ ମନ୍ଦିର କୁ ଯାଇ ସେଠାରେ ଭୋଗ ଖାଇ ଥିବା ବେଳେ ଉକ୍ତ ଦିନରେ ହାଇସ୍କୁଲରେ ମଧ୍ୟାହ୍ନଭୋଜନ ପାଇଁ ଚୁଲି ଜଳିନଥିଲା I ହେଲେ ଏହି ଦିନରେ ୯୫ ଜଣ ଛାତ୍ରଛାତ୍ରୀ ମଧ୍ୟହ୍ନ ଭୋଜନ ଖାଇଥିବା ହାଇସ୍କୁଲ କର୍ତ୍ତୁପକ୍ଷ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିବାର ଅଭିଯୋଗ ହୋଇଛି I ସ୍କୁଲରେ ଚୁଲି ନଜଳି ୯୫ ଛାତ୍ରଛାତ୍ରୀ ମଧ୍ୟହ୍ନଭୋଜନ ଖାଇଥିବାର ବିଦ୍ୟାଳୟ କର୍ତ୍ତୁପକ୍ଷ ଦର୍ଶାଯାଇଥିବା ଅଭିଯୋଗ ହେଇଛି I 

ଏଥିନେଇ ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ଉପରେ ପ୍ରଶ୍ନବାଚୀ ଓ ଅସନ୍ତୋଷ ପ୍ରକାଶ ପାଇଛି I କଦଳୀଗଡ ହାଇସ୍କୁଲ ର ୬ଷ୍ଠ ,୭ମ, ଓ ୮ମ ଶ୍ରେଣୀ ରେ ୧୦୮ଜଣ ଛାତ୍ରଛାତ୍ରୀ ନିମନ୍ତେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ହୋଇଥିବାବେଳେ ଗତ ୯ ତାରିଖରେ ୯୫ ଜଣ ଛାତ୍ରଛାତ୍ରୀ ହାଇସ୍କୁଲରେ ଉପସ୍ଥିତ ଥିଲେ I ମାତ୍ର ଏହି ଦିନରେ କଦଳୀଗଡ ଗ୍ରାମସ୍ଥିତ ଏକ ମନ୍ଦିରକୁ ଛାତ୍ରଛାତ୍ରୀ ମାନେ ମଧ୍ୟହ୍ନଭୋଜନ ସମୟରେ ଚାଲିଚାଲି ଯାଇ ସେଠାରେ ଭୋଗ ଖାଇଥିଲେ I ବିଦ୍ୟାଳୟ କର୍ତ୍ତୁପକ୍ଷ ଙ୍କ ମନୋମୁଖିତା ଯୋଗୁଁ ଛାତ୍ରଛାତ୍ରୀ ମାନେ ହାଇସ୍କୁଲରେ ମଧ୍ୟାହ୍ନଭୋଜନ ଖାଇନଥିବା ବେଳେ ରିପୋର୍ଟ ରେ କିନ୍ତୁ ୯୫ ଜଣ ଛାତ୍ରଛାତ୍ରୀ ମଧ୍ୟାହ୍ନଭୋଜନ ଖାଇଥିବାର ଦର୍ଶାଯାଇଛି I ଏ ସଂକ୍ରାନ୍ତରେ ହାଇସ୍କୁଲ ର ପ୍ରଧନ ଶିକ୍ଷକ ବିରେନ୍ଦ୍ର କୁମାର ସାହୁ ଙ୍କୁ ଯୋଗାଯୋଗ କରୀଯିବାରେ ହାଇସ୍କୁଲ ର ଛାତ୍ରଛାତ୍ରୀ ବିଦ୍ୟାଳୟ ରେ ମଧ୍ୟାହ୍ନଭୋଜନ ଖାଇନଥିବା ଓ ମନ୍ଦିର କୁ ଚାଲିଚାଲି ଯାଇ ମନ୍ଦିର ଭୋଗ ଖାଇଥିବାର ସ୍ୱୀକାର କରିଛନ୍ତି I ଭୂଲ ବଶତଃ ମଧ୍ୟାହ୍ନ ଭୋଜନ ରିପୋର୍ଟ ଦର୍ଶାଯାଇଥିବା ର କହିବା ସହିତ ଆଗାମୀ ଦିନରେ ଏହାର ପୁନରାବୁର୍ତ୍ତି ହେବ ନାହିଁ ବୋଲି ମଧ୍ୟ ସେ ପ୍ରକାଶ କରିଥିଲେ I

0
0
0
s2sdefault