ହେଡଲାଇନସ୍:

ଯୁବକ ସଂଘଗୁଡିକୁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ପ୍ରକ୍ରିୟା ଆରମ୍ଭ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଦ୍ୱାରା ଜିଲ୍ଲାରେ ଥିବା ଯୁବକ ସଂଘଗୁଡିକୁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ଦରଖାସ୍ତ ଆହ୍ୱାନ କରାଯାଇଛି । ଜିଲ୍ଲାରେ ରହିଥିବା ପଞ୍ଜିକୃତ ଯୁବକ ସଂଘ ୨୦୧୯ ଜୁଲାଇ ୩୧ ସୁଦ୍ଧା ଜିଲ୍ଲା ଗୋଷ୍ଠୀ  ଉନ୍ନୟନ କାର୍ଯ୍ୟାଳୟରେ କିମ୍ବା କ୍ରୀଡା ଅଧିକାରୀଙ୍କ କାର୍ଯ୍ୟାଳୟ ମୟୂରଭଞ୍ଜଙ୍କ ନିକଟରେ ଆବେଦନ କରିବା ପାଇଁ ଅନୁରୋଧ କରାଯାଇଅଛି । ଆବେଦନ କରିବା ପାଇଁ ନିର୍ଦ୍ଧାରିତ ଦରଖାସ୍ତ ଫର୍ମ ସମସ୍ତ ବ୍ଲକ ଏବଂ ପୌର ପରିଷଦ କାର୍ଯ୍ୟାଳୟ ଗୁଡିକରେ ଉପଲବ୍ଧ ରହିଛି । ଏତତ୍ ବ୍ୟତିତ୍ ଏହି ଫର୍ମ ଜିଲ୍ଲା ୱେବସାଇଟ୍ www.mayurbhanj.nic.inରୁ ମଧ୍ୟ ଡାଉନଲୋଡ କରାଯାଇପାରିବ ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ଭୋଜରାଜ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

0
0
0
s2sdefault