ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଭୁବନେଶ୍ୱର ସ୍ଥିତ ପିପୁଲ ପଦ୍ମଯା ପ୍ରୀମୀୟମ ରେ ଭାରତୀୟ ବାସ୍ତୁ ଓ ଜ୍ୟୋତିଷ ଗବେଷଣା କେନ୍ଦ୍ର ଭୁବନେଶ୍ୱର ଆନୁକୁଲ୍ୟରେ ଦୁଇ ଦିନିଆ ଅନ୍ତର୍ଜାତୀୟ ଜ୍ୟୋତିଷ ସମ୍ମିଳନୀ ର ଆୟୋଜନ ହୋଇଥିଲା ।ଉକ୍ତ ସମ୍ମି ଳନୀରେ ଭାରତର ବିଭିନ୍ନ ରାଜ୍ୟ ତଥା ବିଦେଶ ରୁ ଶତାଧିକ ବିଜ୍ଞ ଜ୍ୟୋତିଷ ଗଣ ଯୋଗ ଦେଇଥିଲେ ।ଜ୍ୟୋତିଷ ର ମାହାତ୍ମ୍ୟ ଉପରେ ସମସ୍ତେ ଆଲୋକପାତ କରିଥିଲେ ।ରାୟଗଡ଼ା ଜିଲ୍ଲା ଗୁଣପୁର ର ଶ୍ରୀଯୁକ୍ତ ଗଣେଶ ମାଳି ତାଙ୍କରି ଉଲ୍ଲେଖନୀୟ ଜ୍ୟୋତିଷ ଅଧ୍ୟୟନ ଉକ୍ତ ଗବେଷଣା କେନ୍ଦ୍ର ଦ୍ବାରା ସମାପନ କରିଥିବାରୁ ଏହି ଜ୍ୟୋତିଷ କେନ୍ଦ୍ର ଦ୍ବାରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରସନ୍ନ ପାଟଶାଣି ଓ ଅନ୍ୟ ବିଜ୍ଞ ଜ୍ୟୋତିର୍ବିଦ ଗଣ ଶ୍ରୀଯୁକ୍ତ ଗଣେଶ ମାଳି ଙ୍କୁ ଜ୍ୟୋତିଷ ଶାସ୍ତ୍ରରେ ଡକ୍ଟରେଟ ଉପାଧି ପ୍ରଦାନ କରିଥିଲେ ।ପ୍ରକାଶ ଥାଉକି ଶ୍ରୀଯୁକ୍ତ ଗଣେଶ ମାଳି ବର୍ତ୍ତମାନ କାଶିପୁର ବ୍ଲକର ସାନ ମାଟିକଣା ଆଶ୍ରମ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ଦାୟି ତ୍ଵ ନିର୍ବାହ କରୁଛନ୍ତି ।