ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରକୁ ସବୁଜ ସୁନ୍ଦର କରିବାର ସ୍ୱପ୍ନ ନେଇ ଦୀର୍ଘ ୧ ଦଶନ୍ଧୀ ହେବ ନୀରବଚ୍ଛିନ୍ନ ନିଷ୍ଠାର ସହ ବୃକ୍ଷରୋପଣ ତଥା ବୃକ୍ଷ ପାଳନ କରି ଆସିଥିବା ଗ୍ରୀନୱାର୍ଲଡ ଭୁବନେଶ୍ୱରର ଆରମ୍ଭ କରିଛି ଚଳି୍ତ ବର୍ଷର ମିଶନ ଗ୍ରୀନ ଡ୍ରାଇଭ୍-୨୦୧୯ । ଭୁବନେଶ୍ୱର ଏଜି କଲୋନୀ ଖେଳ ପଡିଆଠାରେ ଗ୍ରୀନ ୱାର୍ଲଡ ପକ୍ଷରୁ ଆୟୋଜିତ ଏହି ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ବିଜ୍ଞାନ କାରିଗରୀ କୌଶଳ, ଭିନ୍ନକ୍ଷମ କଳ୍ୟାଣ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଶକ୍ତି ଓ ଶିଳ୍ପ ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ରହି ଏହି ଅଭିଯାନର ଶୁଭାରମ୍ଭ କରିଥିଲେ । କେବଳ ବୃକ୍ଷରୋପଣ କରି ନୁହେଁ ବୃକ୍ଷ ରୋପଣ କରିବା ଠାରୁ ବଡ ହେଲା ପର୍ଯ୍ୟନ୍ତ ଯତ୍ନ ନେଇ ଯେଉଁଭଳି ଭାବେ ନିଷ୍ଠାର ସହ ଗ୍ରୀନ ୱାର୍ଲଡ କାମ କରିଆସୁଛି ତାହା ବାସ୍ତବିକ ପ୍ରଶଂସନୀୟ ଓ ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।
ସୂଚନାଯୋଗ୍ୟ ଯେ ଗୃକ୍ଷରୋପଣ ଆରମ୍ଭ ହୋଇଥିବା ଏହି ପଡିଆରେ ବିଭିନ୍ନ ପ୍ରଜାତିର ଔଷଧିୟ, ଫଳ, କାଠ ଜାତୀୟ ୭୦୦ ଚାରା ରୋପଣ କରାଯିବ । ଏହି କଲୋନୀରେ ୨୦୧୫ ଓ ୨୦୧୭ ମସିହାରେ ଯଥାକ୍ରମେ ୨୫୦ ଓ ୧୫୦୦ ଚାରା ରୋପଣ କୀରାଯାଇଥିଲା ଯେଉଁଗୁଡିକ କି ଗ୍ରୀନ ୱାର୍ଲଡ ଅନୁଷ୍ଠାନର ନୀରବଚ୍ଛିନ୍ନ ପ୍ରଚେଷ୍ଟା ଓ ଯତ୍ନ ମାଧ୍ୟମରେ ସମ୍ପୁର୍ଣ୍ଣ ବଡ ହୋଇସାରିଛି । କେବଳ ଏଠାରେ ନୁହେଁ ଭୁବନେଶ୍ୱରର ବିଭିନ୍ନ ସ୍କୁଲ, କଲେଜ, ରାସ୍ତା କଡରେ ଚଳିତ ବର୍ଷା ଋତୁରେ ୭୦୦୦ ଚାରା ରୋପଣ କରିବାର ଲକ୍ଷ୍ୟ ଗ୍ରୀନୱାର୍ଲଡ ରଖିଛି ! "ଆମେ କେବଳ ଗଛ ଲଗାଇବାରେ ବିଶ୍ୱାସ କରୁନା, ଯେତିକି ଗଛର ଯତ୍ନ ନେଇ ସେମାନଙ୍କୁ ବଡ କରିପାରିବୁ ସେତିକି ଚାରାରୋପଣ କରିଥାଉ" ବୋଲି ଗ୍ରୀନୱାର୍ଲଡ ଅଧ୍ୟକ୍ଷ ନୃପେଶ ନାୟକ କହିଛନ୍ତି । ରାଜଧାନୀରେ ଓ ଏହାର ଆଖ ପାଖ ଅଞ୍ଚଳରେ ପ୍ରାୟ ୩୫୦୦୦ରୁ ଉର୍ଦ୍ଧ୍ବ ଗଛ ଲଗାଇଥିବା ବେଳେ ସେଥିମଧ୍ୟରୁ ୮୫ରୁ ୯୦ ପ୍ରତିଶତ ଗଛ ଆମ ଅନୁଷ୍ଠାନର ଯତ୍ନ ଦ୍ୱାରା ବଡ ହେବା ସମ୍ଭବ ହୋଇପାରିଛି । ବିଗତ ଫନି ମହାବାତ୍ୟାରେ କିଛି ଗଛ ନଷ୍ଟ ହୋଇଯାଇଛି ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି ।
ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ପାଇଁ ଖିମଜୀ ଫାଉଣ୍ଡେସନ ସହଯୋଗ ଯୋଗାଇଦେଇଥିବା ବେଳେ ସ୍ଥାନୀୟ କର୍ପୋରେଟର ନରେନ ସାହୁଙ୍କ ନେତୃତ୍ୱରେ ବିଭିନ୍ନ ଇଂରାଜି ମିଡିୟମ ସ୍କୁଲର ଛାତ୍ରଛାତ୍ରୀ. ସ୍ଥାନିୟ ବାସିନ୍ଦା , ମହିଳା ସଂଘ, ନାଗରୀକ ମଞ୍ଚ, ଏଜି କଲେନୀ ବାସିନ୍ଦା, ଏଜି କାର୍ଯ୍ୟାଳୟର ଅଧିକାରୀ ଉପସ୍ଥିତ ସାମିଲ ହୋଇଥିଲେ ।
ରାଜ୍ୟ
ଗ୍ରୀନ ୱାର୍ଲଡ ପକ୍ଷରୁ ଆରମ୍ଭ ହେଲା ଚଳିତ ବର୍ଷର ‘ମିଶନ ଗ୍ରୀନ ଡ୍ରାଇଭ’
- Hits: 378